Categories: ଖେଳ

୨୦୨୨ରେ ବିଜୟ ରେକର୍ଡ ୧୯-୦

ଇଣ୍ଡିଆନ ଓ୍ବେଲ୍ସ,୧୮।୩: ସ୍ପେନର କିମ୍ବଦନ୍ତୀ ଟେନିସ ଖେଳାଳି ରାଫାଲ ନାଡାଲ ପ୍ରତିପକ୍ଷ ନିକ୍‌ କିିର୍ଗିଅସଙ୍କୁ ୭-୬(୭/୦), ୫-୭, ୬-୪ ସେଟ୍‌ରେ ହରାଇ ଇଣ୍ଡିଆନ ଓ୍ବେଲ୍ସ ମାଷ୍ଟର୍ସର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହିତ ଚଳିତ ବର୍ଷ ଜାରି ରହିଛି ନାଡାଲଙ୍କ ଅପରାଜେୟ ଧାରା। ଏପର୍ଯ୍ୟନ୍ତ ୨୦୨୨ରେ ତାଙ୍କ ବିଜୟ ରେକର୍ଡ ୧୯-୦ରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ, ବିଶ୍ୱର ଚତୁର୍ଥ ର଼୍ୟାଙ୍କଧାରୀ ନାଡାଲ ନିକଟରେ ବିଶ୍ୱର ପ୍ରଥମ ପୁରୁଷ ଖେଳାଳି ଭାବେ ହାତେଇଥିଲେ ୨୧ ତମ ଗ୍ରାଣ୍ଡସ୍ଲାମ ଟାଇଟଲ।

Share