Categories: ଖେଳ

ଇତିହାସ ରଚିଲେ ନାଡାଲ

ମେଲବୋର୍ନ,୩୦।୧: ସ୍ପାନିଶ କିମ୍ବଦନ୍ତୀ ଟେନିସ ଖେଳାଳି ରାଫାଲ ନାଡାଲ ଚଳିତ ଅଷ୍ଟ୍ରେଲିଆ ଓପନ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ୫ ସେଟ୍‌ ବିଶିଷ୍ଟ ଫାଇନାଲରେ ରୁଷିଆ ଡାନିଏଲ ମେଡ୍‌ଭେଡଭଙ୍କୁ ହରାଇ ଦେଇଛନ୍ତି। ଏହା ତାଙ୍କ କ୍ୟାରିୟରର ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ, ଯାହାକି ସର୍ବାଧିକ। ବିଶ୍ୱର ପ୍ରଥମ ପୁରୁଷ ଖେଳାଳି ଭାବେ ନାଡାଲ ସିଙ୍ଗଲ୍ସ ବର୍ଗରେ ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୁରୁଷ ସିଙ୍ଗଲ୍ସ ବର୍ଗରେ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାରେ ଏବେ ନାଡାଡଲଙ୍କ ପଛକୁ ସୁଇଜରଲାଣ୍ଡର ରୋଜର ଫେଡେରର ଓ ସବିୟାର ନୋଭାକ ଜୋକୋଭିଚ୍‌ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ନାଡାଲ ବିଶ୍ୱର ଦ୍ୱିତୀୟ ର଼୍ୟାଙ୍କ ଖେଳାଳିଙ୍କଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପ୍ରଥମ ଦୁଇ ସେଟ୍‌କୁ ୨-୬, ୬-୭ ବ୍ୟବଧାନରେ ପରାସ୍ତ ହୋଇଥିଲେ ନାଡାଲ। କିନ୍ତୁ ତୃତୀୟ ଓ ଚତୁର୍ଥ ସେଟ୍‌(୬-୪)କୁ ଜିତି ସେ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନ୍ତିମ ସେଟ୍‌କୁ ୭-୫ ଜିତି ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଇତିହାସ ସୃଷ୍ଟି କରିଛନ୍ତି। ମ୍ୟାଚ୍‌କୁ ଜିତିବା ପାଇଁ ତାଙ୍କୁ ସାଢ଼େ ୫ ଘଣ୍ଟା ଧରି ସଂଘର୍ଷ କରିବାକୁ ପଡ଼ିଥିଲା।

Share