ଚିକିତ୍ସା ବିଜ୍ଞାନକୁ ସହଜ କରିଛି ରେଡିଓଲୋଜି

ଚିକିତ୍ସା ବିଜ୍ଞାନରେ ରେଡିଓଲୋଜି ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ଏକ୍ସ-ରେ ଦ୍ୱାରା ରେଡିଓଲୋଜି ସହଜ ହୋଇପାରିଛି। ୧୮୯୫ ନଭେମ୍ବର ୮ରେ ୱିଲହେଲମ କନରାଡ ରୋଣ୍ଟଜେନ ଜର୍ମାନୀର ୟୁୟେର୍ଜବୁର୍ଗ ବିଶ୍ୱବିଦ୍ୟାଳୟରେ କ୍ୟାଥୋଡ ରଶ୍ମିର ଉଦ୍ଭାବନ କରିଥିଲେ। ଏହି ସମୟରେ ଏକ୍ସ-ରେ ସମ୍ପର୍କରେ ଜଣାପଡ଼ିଥିଲା। ଏକ୍ସ-ରେ ସହିତ ରେଡିଓଲୋଜିର ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ମୂଳଦୁଆ ପଡ଼ିଥିଲା। ଏହା ଯୋଗୁ ଚିକିତ୍ସା ବିଜ୍ଞାନରେ ଇମେଜିଂ ପ୍ରଣାଳୀର ବିଭିନ୍ନ ପଦ୍ଧତିକୁ ଅନ୍ତର୍ଭୁକ୍ତ କରିବା ଏବଂ ଆଧୁନିକ ଚିକିତ୍ସାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ପ୍ରତିଷ୍ଠିତ କରିବା କାର୍ଯ୍ୟ ସମ୍ଭବ ହୋଇପାରିଥିଲା।

ଚିକିତ୍ସା ବିଜ୍ଞାନ ସହିତ ଜଡ଼ିତ ଥିବା ଏକ୍ସ-ରେ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ନଭେମ୍ବର ୮କୁ ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ ପାଳନ କରାଯାଇଥାଏ।

ୟୁରୋପୀୟ ସୋସାଇଟି ଅଫ ରେଡିଓଲୋଜି (ଇଏସ୍‌ଆର୍‌), ରେଡିଓଲୋଜିକାଲ ସୋସାଇଟି ଅଫ ଉତ୍ତର ଆମେରିକା (ଆର୍‌ଏସ୍‌ଏନ୍‌ଏ) ଏବଂ ଆମେରିକୀୟ କଲେଜ ଅଫ ରେଡିଓଲୋଜି (ଏସିଆର୍‌) ର ମିଳିତ ସହଯୋଗରେ ୨୦୧୨ ନଭେମ୍ବର ୮ ଠାରୁ ଏହା ପାଳିତ ହୋଇ ଆସୁଛି।

ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ ୟୁରୋପୀୟ ରେଡିଓଲୋଜି ଦ୍ୱାରା ୨୦୧୧ରେ ଆରମ୍ଭ କରାଯାଇଥିଲା। ପ୍ରଥମ ୟୁରୋପୀୟ ରେଡିଓଲୋଜି ଡେ ୨୦୧୧ ଫେବୃଆରୀ ୧୦ରେ ରୋଣ୍ଟଜେନଙ୍କ ମୃତ୍ୟୁ ବାର୍ଷିକୀ ପାଳନ ଅବସରରେ ଅନୁଷ୍ଠିତ ହୋଇଥିଲା। ତେବେ ଉତ୍ସବର ତାରିଖକୁ ରୋଣ୍ଟଜେନଙ୍କ ମୃତ୍ୟୁ ବାର୍ଷିକୀରୁ ଏକ୍ସ-ରେ ଆବିଷ୍କାର ତାରିଖକୁ ଘୁଞ୍ଚାଇବା ଲାଗି ପ୍ରସ୍ତାବ ଆଗତ ହୋଇଥିଲା। ୨୦୧୧ ନଭେମ୍ବର ୨୮ରେ ସିକାଗୋରେ ବାର୍ଷିକ ଆର୍‌ଏସ୍‌ଏନ୍‌ଏ ବୈଠକରେ ଏହାକୁ ସ୍ବୀକୃତି ମିଳିଥିଲା। ଫଳରେ ୨୦୧୨ ନଭେମ୍ବର ୮ରେ ଏହି ଦିବସ ପାଳିତ ହୋଇ ଆସୁଛି।
ଏହି ଅବସରରେ ପ୍ରଦର୍ଶନୀ, କର୍ମଶାଳା, ବକ୍ତୃତା, ଏବଂ ସୋସିଆଲ ମିଡିଆ ଅଭିଯାନ କରାଯାଇ ରେଡିଓଲୋଜିଷ୍ଟଙ୍କ ଦ୍ୱାରା ସାଧାରଣ ଜନତାଙ୍କୁ ରେଡିଓଲୋଜି ବିଷୟରେ ଅଧିକ ଜାଣିବା ପାଇଁ ପ୍ରୟାସ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri