ତେଜସ୍କ୍ରିୟ ଆବର୍ଜନା

ଶକ୍ତି ଅପରିହାର୍ଯ୍ୟ। କାମ କରିବା ସକାଶେ ଆମକୁ ଶକ୍ତି ଦରକାର। କଳକାରଖାନା ଓ ଗାଡ଼ିମୋଟର ଚାଲିବା ପାଇଁ ଶକ୍ତି ଦରକାର। ଖାଦ୍ୟ ଖାଇଲେ ଆମ ଶରୀରକୁ ଶକ୍ତି ମିଳେ। କିନ୍ତୁ ଗାଡ଼ିମୋଟର ଓ କଳକାରଖାନା ଚାଲିବା ପାଇଁ କୋଇଲା, ଇନ୍ଧନଗ୍ୟାସ୍‌, ପେଟ୍ରୋଲ୍‌, ଡିଜେଲ୍‌ କିମ୍ବା ବିଦ୍ୟୁତ୍‌ ଶକ୍ତି ଆବଶ୍ୟକ। କିନ୍ତୁ ଏଇ କିଛି ବର୍ଷ ଭିତରେ ପ୍ରାକୃତିକ ଶକ୍ତି ଉତ୍ସଗୁଡ଼ିକର ଅଧିକ ବ୍ୟବହାର ଓ ଆମର ଅବିବେକିତା ଫଳରେ ସେହି ପ୍ରାକୃତିକ ଶକ୍ତି ଉତ୍ସଗୁଡ଼ିକ ସରିବାକୁ ଯାଉଛି। ତାହା ଏବେ ଚିନ୍ତାର ବିଷୟ। ସେଥିପାଇଁ ଏବେ ପ୍ରାକୃତିକ ଶକ୍ତିଉତ୍ସ ବଦଳରେ ବିକଳ୍ପ ଶକ୍ତିଉତ୍ସର ସନ୍ଧାନ ଦିଗରେ ଆମର ପ୍ରୟାସ ଜାରିରହିଛି। ନିଃସନ୍ଦେହ, ସେହି ଯାତ୍ରାରେ ନୂତନ ଶକ୍ତିର ସନ୍ଧାନ ପ୍ରକ୍ରିୟାରେ ପରମାଣୁ ଶକ୍ତି (ଆଟମିକ୍‌ ଏନର୍ଜି) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ସତ କହିଲେ ଆମର ବିଦ୍ୟୁତ୍‌ ଶକ୍ତି ଦରକାର। ପରମାଣୁ ଶକ୍ତି କହିଲେ ବି ଆମେ ପରମାଣୁ ଶକ୍ତିରୁ ବିଦ୍ୟୁତ୍‌ ଶକ୍ତି ଉପତ୍ାଦନକୁ ହିଁ ବୁଝିଥାଉ। ଆମେ ଜାଣୁ, ବସ୍ତୁର ଗୁଣ ରହିଥିବା ସବୁଠାରୁ ଛୋଟ କଣିକା ହେଉଛି ‘ଅଣୁ’ (ମୋଲିକ୍ୟୁଲ୍‌)। ଆହୁରି ଛୋଟ ଛୋଟ କଣିକାକୁ ନେଇ ଅଣୁ ଗଠିତ, ଯାହାର ନାମ ‘ପରମାଣୁ’ (ଆଟମ୍‌)। ଉଦାହରଣ- ଦୁଇଟା ଉଦ୍‌ଜାନ ପରମାଣୁ ଓ ଗୋଟଏ ଅମ୍ଳଜାନ ପରମାଣୁକୁ ନେଇ ଗୋଟିଏ ଜଳଅଣୁ ତିଆରି ହୁଏ। ପରମାଣୁର କେନ୍ଦ୍ରରେ ‘ନିଉକ୍ଲିୟସ୍‌’ ରହିଥାଏ। ବଡ଼ ନିଉକ୍ଲିୟସ୍‌ ଭାଙ୍ଗିଯାଇ ଛୋଟ ଛୋଟ ନିଉକ୍ଲିୟସ୍‌ ସୃଷ୍ଟି କରିପାରେ। ଏହାକୁ ନିଉକ୍ଲୀୟ ବିଭାଜନ (ଫିଶନ୍‌) ପ୍ରକ୍ରିୟା କୁହାଯାଏ। ଛୋଟ ଛୋଟ ନିଉକ୍ଲିୟସ୍‌ ଯୋଡ଼ି ହୋଇ ମଧ୍ୟ ବଡ଼ ନିଉକ୍ଲିୟସ୍‌ ତିଆରି କରିପାରନ୍ତି। ଏହାକୁ ନିଉକ୍ଲୀୟ ସଂଯୋଜନ (ଫିଉଜନ୍‌) କୁହାଯାଏ। ଉଭୟ ପ୍ରକ୍ରିୟାରେ ବିପୁଳ ପରିମାଣରେ ଶକ୍ତି ମିଳିଥାଏ। ଏହି ଶକ୍ତିକୁ ନିଉକ୍ଲୀୟ ଶକ୍ତି ବା ପରମାଣୁ ଶକ୍ତି (ଆଟମିକ୍‌ ଏନର୍ଜି) କୁହାଯାଏ। ପରମାଣୁ ଶକ୍ତି ଉତ୍ପାଦନ ସକାଶେ ପୃଥିବୀର ଶତାଧିକ ପରମାଣୁ ରିଆକ୍ଟର ତିଆରି କରାଯାଇଛି। ପ୍ରକୃତରେ ପରମାଣୁରୁ ଆମକୁ ସିଧାସଳଖ ବିଜୁଳିଶକ୍ତି ମିଳେନାହିଁ। ବରଂ ଏହି ପରମାଣୁ ଶକ୍ତି ଆମକୁ ତାପ ରୂପରେ ମିଳେ। ଏହି ତାପକୁ ବ୍ୟବହାର କରି ପ୍ରଥମେ ପାଣି ଗରମ କରାଯାଏ। ସେଥିରୁ ମିଳୁଥିବା ଜଳୀୟବାଷ୍ପ ଦ୍ୱାରା ଜେନେରେଟର ଚାଲେ ଓ ବିଦ୍ୟୁତ ଶକ୍ତି ଉତ୍ପନ୍ନ ହୁଏ। ତେଣୁ ପରମାଣୁ ଶକ୍ତି ଉତ୍ପାଦନ କେନ୍ଦ୍ର ହେଉଛି ମୂଳତଃ ଏକ ତାପଜ ବିଦ୍ୟୁତ୍‌ କେନ୍ଦ୍ର।
ପରମାଣୁ ଶକ୍ତି ଉପତ୍ାଦନ ପ୍ରକ୍ରିୟାରେ ଗୋଟିଏ ବଡ଼ ବାଧକ ହେଉଛି ମାରାତ୍ମକ ତେଜସ୍କ୍ରିୟ ଆବର୍ଜନା (ରେଡିଓଆକ୍ଟିଭ୍‌ େଓଷ୍ଟ)। ପରମାଣୁ ଶକ୍ତିରୁ ବିଜୁଳି ଉପତ୍ାଦନ ସକାଶେ ଯେଉଁ ପରମାଣୁ ରିଆକ୍ଟର୍‌ ବ୍ୟବହାର ହୁଏ, ସେଥିରେ ତେଜସ୍କ୍ରିୟ ପଦାର୍ଥ ବ୍ୟବହାର କରାଯାଏ। ରିଆକ୍ଟର୍‌ ଭିତରୁ ବାହାରୁଥିବା ଆବର୍ଜନାରେ ମଧ୍ୟ ପ୍ରଚୁର ତେଜସ୍କ୍ରିୟ ପଦାର୍ଥ ରହିଥାଏ। ତେଜସ୍କ୍ରିୟ ପଦାର୍ଥରୁ ବାହାରୁଥିବା ବିକିରଣ ଆମର ଜୀବକୋଷକୁ ନଷ୍ଟ କରେ ଓ ଆମ ଶରୀରରେ କର୍କଟରୋଗ ସୃଷ୍ଟି କରେ। ଆବର୍ଜନାରେ ଏହି ମାରାତ୍ମକ ଗୁଣ ଶହ ଶହ ବର୍ଷ ଧରି ରହିଥାଏ। ସେଥିପାଇଁ ତ ତେଜସ୍କ୍ରିୟ ଆବର୍ଜନାର ରକ୍ଷଣାବେକ୍ଷଣ ସମ୍ପ୍ରତି ପରମାଣୁ ଶକ୍ତି ଉତ୍ପାଦନ କରୁଥିବା ଦେଶଗୁଡ଼ିକ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଆମେରିକା ଓ ଫ୍ରାନ୍‌ସ ପରି ଦେଶଗୁଡ଼ିକ ପକ୍ଷରେ ମଧ୍ୟ ତେଜସ୍କ୍ରିୟ ଆବର୍ଜନାକୁ ଫିଙ୍ଗିବା ପାଇଁ ଜାଗା ଖୋଜିବାରେ ଅସୁବିଧା ଲାଗି ରହିଛି। କିଛିଦିନ ତଳେ ଆମେରିକାର କେତେକ ଡାକ୍ତରଖାନା ଓ ଗବେଷଣା ସଂସ୍ଥା ନିକଟରେ ସେଭଳି ଆବର୍ଜନା ଜମା ହେଉଥିବାର ଖବର ଚର୍ଚ୍ଚାର ବିଷୟ ହୋଇଥିଲା। ରିଆକ୍ଟର୍‌ ଭିତରୁ ବାହାରୁଥିବା ଆବର୍ଜନାକୁ ତିନିଟା ବର୍ଗରେ ବିଭକ୍ତ କରାଯାଇଛି। ଆଜି ଭାରତରେ ପ୍ଲୁଟୋନିୟମ୍‌ ବ୍ୟବହାର କରାଯାଉଛି। ଭାରତରେ ବର୍ଷକୁ ପ୍ରାୟ ୧୦୦ ମିଟର ଲମ୍ବ, ୧୦ ମିଟର ଓସାର ଓ ୫ ମିଟର ଉଚ୍ଚତା ବିଶିଷ୍ଟ ଏକ ଗାତ ଆୟତନର ଅତି-ବିପଦପୂର୍ଣ୍ଣ ଆବର୍ଜନା ବାହାରେ। ଏହା ବ୍ୟତୀତ ମଧ୍ୟମ ଓ ଅଳ୍ପ ବିପଦପୂର୍ଣ୍ଣ ଆବର୍ଜନା ମଧ୍ୟ ରହିଛି। ଏହି ଆବର୍ଜନାର ଯଥାସମ୍ଭବ ସୁାରୁ ପରିାଳନା କରାଯାଉଛି। କିନ୍ତୁ ଭବିଷ୍ୟତରେ ତେଜସ୍କ୍ରିୟ ଆବର୍ଜନାର ପରିାଳନା ନିଃସନ୍ଦେହ କଷ୍ଟକର ବ୍ୟାପାର ହେବ।
ତେଜସ୍କ୍ରିୟ ଆବର୍ଜନା ପରିାଳନା କହିଲେ, ତେଜସ୍କ୍ରିୟ ଆବର୍ଜନାକୁ ସୁରକ୍ଷିତ ବାକ୍ସ ଭିତରେ ପୂରେଇ ସମୁଦ୍ର ଭିତରେ ଶହ ଶହ ମିଟର ତଳେ ପୋତାଯାଏ। କିଛି ବର୍ଷ ତଳେ ସୁଇଡେନର ପରମାଣୁ ଆବର୍ଜନା ପରିାଳନା ଉପରେ ର୍ଚ୍ଚା ହୋଇଥିଲା। ସୁଇଡେନ୍‌ ତାହାର ରିଆକ୍ଟର୍‌ରୁ ବାହାରୁଥିବା ପାଉଁଶକୁ ସୁରକ୍ଷିତ ବାକ୍ସରେ ଭର୍ତ୍ତି କରି ବାଲ୍ଟିକ୍‌ ସମୁଦ୍ରରେ ୫୦ ମିଟର ତଳେ ରଖୁଛି। ଅତି ସକ୍ରିୟ ଆବର୍ଜନାକୁ ପଥର ତଳେ ୫୦୦ ମିଟର ଗଭୀରତାରେ ପୋତିବାର ବ୍ୟବସ୍ଥା ମଧ୍ୟ କରୁଛି। ସମ୍ପ୍ରତି ତେଜସ୍କ୍ରିୟ ଆବର୍ଜନାର ସୁରକ୍ଷିତ ପରିବହନ ଓ ନିଷ୍କାସନ ସକାଶେ ପରୀକ୍ଷା ାଲିଛି। ବୈଜ୍ଞାନିମାନେ ଲେଜର ରଶ୍ମିର ସାହାଯ୍ୟ ନେଇ ଆବର୍ଜନାରେ ରହିଥିବା ତେଜସ୍କ୍ରିୟ ଉପାଦାନ ଆୟୋଡିନ ଜୀବନକାଳକୁ କମ୍‌ କରିବାକୁ ସମର୍ଥ ହୋଇଛନ୍ତି। ଆବର୍ଜନା ବାହାରିବା ପୂର୍ବରୁ ତେଜସ୍କ୍ରିୟ ଉପାଦାନଗୁଡ଼ିକୁ ଅଧିକ ନିଷ୍କ୍ରିୟ କରିଦେବାର ବ୍ୟବସ୍ଥା କରାଯାଉଛି। ଏବେ କେତେକ ସେରାମିକ୍‌ ବାକ୍ସରେ ବିପଦସଙ୍କୁଳ ଆବର୍ଜନାକୁ ଶହ ଶହ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ଭାବରେ ସାଇତିବା ସମ୍ଭବ ବୋଲି ଜଣାପଡ଼ିଛି।
ବାଧକ ସାଜିଥିବା ଆବର୍ଜନା ସକାଶେ ଆଜି ପରମାଣୁ ଶକ୍ତି ଉତ୍ପାଦନ ପ୍ରତି ଉଦାସୀନତା ଦେଖାଦେଇଛି। ପରମାଣୁ ଶକ୍ତି ଉତ୍ପାଦନ ପରବର୍ତ୍ତୀ ଭୟାବହତାକୁ ଆଖି ଆଗରେ ରଖି ପୃଥିବୀର ଏକାଧିକ ରାଷ୍ଟ୍ର ପରମାଣୁ ଶକ୍ତି ଉତ୍ପାଦନ କ୍ଷେତ୍ର ପ୍ରତି ପରାଙ୍ଗମୁଖ ଭାବ ପ୍ରଦର୍ଶନ କରିଛନ୍ତି। କେତେକ ବିକଶିତ ଦେଶରେ ପରମାଣୁ କ୍ଷେତ୍ରରେ ଖର୍ଚ୍ଚକାଟ କରିବା ପାଇଁ ାପ ପଡୁଛି। ଏବେ ସୁଇଡେନ୍‌ ସମେତ କେତେକ ଦେଶରେ ନିକଟ ଭବିଷ୍ୟତରେ ପରମାଣୁ ଶକ୍ତି ଉତ୍ପାଦନକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ିନ୍ତା କରାଯାଉଛି। ଅନେକ ପୁରୁଣା କେନ୍ଦ୍ରକୁ ପୂରା ବନ୍ଦ କରିବା ପାଇଁ ଫ୍ରାନ୍ସ ନିର୍ଣ୍ଣୟ ନେଇଛି। ଜର୍ମାନୀ ମଧ୍ୟ ୧୯୯୮ ମସିହାରେ ଏଇ ଦିଗରେ ଯୋଜନା ଆରମ୍ଭ କରିଛି। ଆମେରିକାରେ ନୂତନ ଉତ୍ପାଦନ କେନ୍ଦ୍ର ନିର୍ମାଣ କରିବା ଦିଗରେ ଆଗ୍ରହ ନାହିଁ। ତା’ର ପରମାଣୁ କ୍ଷେତ୍ରରୁ ଉତ୍ପାଦିତ ବିଦ୍ୟୁତ ଶକ୍ତିର ପରିମାଣ ହ୍ରାସ ପାଉଛି। ଏହି ପରିପ୍ରେକ୍ଷୀରେ ଭାରତର ବ୍ୟାପକ ପରମାଣୁ ଶକ୍ତି କାର୍ଯ୍ୟକ୍ରମ ଦିଗରେ ପ୍ରୟାସକୁ ଅନେକ ମହଲରେ ଅଗ୍ରାହ୍ୟ କରାଯାଇଛି।

ଡ. କମଳାକାନ୍ତ ଜେନା
-ଓ.ଇ.ଏସ୍‌.-୧, ଭଦ୍ରକ ସ୍ବୟଂଶାସିତ ସରକାରୀ ମହାବିଦ୍ୟାଳୟ, ଭଦ୍ରକ
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ୟୁପିଏସ୍‌ସି: କୃତକାର୍ଯ୍ୟଙ୍କୁ ଦ୍ୱିତୀୟ ପରୀକ୍ଷା ମନା, ଚେହେରା ଚିହ୍ନଟ’ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ୨୦୨୬ ବର୍ଷ ପାଇଁ ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମିନେଶନ୍‌ (ସିଏସ୍‌ଇ) ବିଜ୍ଞପ୍ତି ଜାରି କରାଯାଇଛି। ଏବର୍ଷ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଖେମ୍‌ଚନ୍ଦ ସିଂ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୫।୨: ମଣିପୁରରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ବୁଧବାର ହଟିବା ପରେ ଭାଜପା ନେତୃତ୍ୱାଧୀନ ମେଣ୍ଟ ନେତା ୟୁମନାମ୍‌ ଖେମ୍‌ଚାନ୍ଦ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri