ରାଧେ ଶ୍ୟାମ’ ରିଲିଜର ପ୍ରଥମ ଦିନରେ ମିଳିଲା ଏଭିଳି ପ୍ରତିକ୍ରିୟା, ୟୁଜର୍ସ କହିଲେ ଡିଜାଷ୍ଟର…

ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ ଶ୍ୟାମ’ ଆଜି ମୁକ୍ତିଲାଭ କରିଛି। ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗରୁ ଟିକେଟ୍‌ ବୁକିଂ ମଧ୍ୟ ହୋଇଥିଲା। ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ହିଟ୍‌ ବୋଲି କୁହାଯାଉଥିଲା । କେବଳ ଏତିକି ନୁହେଁ, ପ୍ରଶଂସକମାନେ ଫିଲ୍ମ ସହିତ ଜଡିତ ପ୍ରତ୍ୟେକ ଅପଡେଟ୍‌ ଉପରେ ନଜର ରଖୁଥିଲେ। ପ୍ରଥମ ଦିନରେ ଯେଉଁମାନେ ଫିଲ୍ମ ଦେଖିଥିଲେ ସମାନେ ସୋସିଆଲ ମିଡିଆ ମାଧ୍ୟମରେ ଫିଲ୍ମ ଉପରେ ନିଜର ମତ ରଖିଛନ୍ତି। ଟୁଇଟ୍‌ କରି ନିଜ ମତ ଦର୍ଶକ ଜଣାଇଛନ୍ତି।
ବାସ୍ତବରେ ପ୍ରଭାସ ଏବଂ ପୂଜା ହେଗଡେଙ୍କ ଫିଲ୍ମ ‘ରାଧା ଶ୍ୟାମ’କୁ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଅନେକ ଲୋକ ଫିଲ୍ମକୁ ଖରାପ ବୋଲି କହିଥିବା ବେଳେ କେହି କେହି ଭଲ ବୋଲି ମଧ୍ୟ କହିଛନ୍ତି। କେତେକ ଦର୍ଶକମାନେ ଫିଲ୍ମରେ ଅନେକ ତ୍ରୁଟି ଦର୍ଶାଇଥିବାବେଳେ କେତେକ ଫିଲ୍ମକୁ ଭଲ ବୋଲି ମଧ୍ୟ କହିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି,ଫିଲ୍ମ ଫାଷ୍ଟ ପାର୍ଟରେ ଭଲ ଲାଗୁଛି ହେଲେ ସେକେଣ୍ଡରେ ନିରାଶ କରିଦେଇଉଛି।
ଏଥିସହ ଜଣେ ୟୁଜର୍ସ ଲେଖିଛନ୍ତି, ‘ରାଧେ ଶ୍ୟାମ’ ଏକ ଫ୍ଲପ ଫିଲ୍ମ। ପ୍ରଭାସଙ୍କ ହିନ୍ଦୀ ଡବିଂ ସବୁଠାରୁ ଖରାପ ଅଟେ। ହିନ୍ଦୀରେ ସାଉଥ ଫିଲ୍ମ ଡବିଂ ନକରିବା ବିଷୟରେ ମଧ୍ୟ ଲେଖିଛନ୍ତି। ଏହା ବ୍ୟତୀତ ଅନ୍ୟ ଜଣେ ଉପଭୋକ୍ତା ଏହି ଫିଲ୍ମକୁ ଡିଜାଷ୍ଟର ବୋଲି ମଧ୍ୟ କହିଛନ୍ତି। ତେବେ ଅନେକ ପ୍ରଶଂସକ ମଧ୍ୟ ଏହି ଫିଲ୍ମ ପ୍ରଶଂସା କରିଛନ୍ତି। ଜଣେ ପ୍ରଶଂସକ ‘ରାଧା ଶ୍ୟାମ’କୁ ଶ୍ରେଷ୍ଠ କ୍ଲାସିକ ଫିଲ୍ମ ଭାବରେ ବର୍ଣ୍ଣନା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri