ଜାଲ୍‌ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ଦେଉଥିବା ରାକେଟ୍‌ ଠାବ

ଯାଜପୁର ଟାଉନ,୬।୮(ଡି.ଏନ.ଏ.): ନକଲି ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପ୍ରସ୍ତୁତ କରି ଏଥିରୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ କରିଛି ଯାଜପୁର ପୋଲିସ। ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ତଦନ୍ତ ଚଳାଇଥିବା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସରୋଜ ଉପାଧ୍ୟାୟ ଓ ଥାନା ଅଧିକାରୀ ଅଜୟ କୁମାର ଜେନା ପ୍ରକାଶ କରିଛନ୍ତି।
ପୂର୍ବରୁ ଆଜିଭଳି ଅନ୍‌ଲାଇନ୍‌ରେ ନୁହେଁ ଅଫ୍‌ ଲାଇନ୍‌ରେ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପ୍ରାପ୍ତିପାଇଁ ଆବେଦନ କରାଯାଉଥିଲା। ନିର୍ଦ୍ଦିଷ୍ଟ ବର୍ଷ ଅନ୍ତରରେ ଜିଲା ସଦର ମହକୁମାଠାରେ ପ୍ରତିମାସ ପ୍ରଥମ ସପ୍ତାହରେ ନୂଆ ଆବେଦନର ଯାଞ୍ଚ ଓ ନବୀକରଣ କରାଯାଇଥାଏ। ତେବେ ଗତ ୩ ତାରିଖରେ ବାଲିଚନ୍ଦ୍ରପୁର ଥାନା ସାଉଡିଆ ଅଞ୍ଚଳର କାମିନୀକାନ୍ତ ପରିଡ଼ା ନାମକ ଜଣେ ହିତାଧିକାରୀ ପ୍ରମାଣପତ୍ର ଯାଞ୍ଚ କରିବାକୁ ଆସିଥିବାବେଳେ ଦାୟିତ୍ୱରେ ଥିବା ଅଧିକାରୀ ଡା. ଅନୁପ କୁମାର ନାଥଶର୍ମା ଏହି ପ୍ରମାଣପତ୍ର ଜାଲ ଥିବା ଜାଣି ପାରଥିଲେ। ଏହାପରେ ଡାକ୍ତର ଶର୍ମା ଯାଜପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ନକଲି ଭିନ୍ନକ୍ଷମ ପରିଡ଼ାଙ୍କୁ ନେଇ ଥାନାରେ ପଚରା ଉଚରା କରିଥିଲେ। ତଦନ୍ତ ସମୟରେ ସାର୍ଟିଫିକେଟ୍‌ଟି ବାଲିଚନ୍ଦ୍ରପୁର ଥାନା ସାଉଡିଆର ପ୍ରଶାନ୍ତ ସାମଲ ନାମକ ଜଣେ ବ୍ୟକ୍ତି ଯୋଗାଇ ଦେଇଥିଲେ ବୋଲି ଜଣାପଡ଼ିଥିଲା। ଅଧିକ ଖୋଳତାଳ ପରେ ବାଲିଚନ୍ଦ୍ରପୁର ଥାନା ଫକୀରପାଟଣା ନିବାସୀ ଚନ୍ଦ୍ରକାନ୍ତ ନନ୍ଦ ଏହା ପ୍ରସ୍ତୁତ କରୁଥିବା ଏବଂ ୨୦୧୪ରୁ ସେ ଏଭଳି ଜାଲ ସାର୍ଟିଫିକେଟ୍‌ ତିଆରି କରୁଥିବା ଜଣାପଡ଼ିଥିଲା। ପୋଲିସ ଚଢ଼ାଉ ବେଳେ ଏକ ଷ୍ଟାମ୍ପପ୍ୟାଡ୍‌, ୧୦ଟି ନକଲି ରବର ଷ୍ଟାମ୍ପ ଓ ବହୁ ନକଲି ସାର୍ଟିଫିକେଟ୍‌୍‌ ଜବତ କରିବା ସହ ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସାର୍ଟିଫିକେଟ୍‌ ଗୋଟି ଅଭିଯୁକ୍ତ ୨ ହଜାର ଟଙ୍କା ନେଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ପୋଲିସ ନଂ.୨୭୮/୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ତେବେ ଏହି ର଼୍ୟାକେଟ୍‌ ପଛରେ ଜିଲା ମୁଖ୍ୟ ଚିକିତ୍ସାଳୟର କେତେଜଣ ଅସାଧୁ କର୍ମଚାରୀ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। ୨୦୧୪ରୁ ଅନ୍‌ଲାଇନ୍‌ ହେବା ମଧ୍ୟରେ ଏମିତି ନକଲି ପ୍ରମାଣ ପତ୍ରରେ ଅନେକ ଭିନ୍ନକ୍ଷମ ଓ ନକଲି ହିତାଧିକାରୀମାନେ ସରକାରଙ୍କ ଅନେକ ସୁବିଧା ସୁଯୋଗକୁ ହାତେଇ ନେଇଥିବା ଜଣାପଡ଼ିଛି। ତେବେ ଏହାର ଏକ ସ୍ବତନ୍ତ୍ର ତଦନ୍ତ ଆବଶ୍ୟକ ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri