ଅନ୍ୟ ଜାତିରେ ବିବାହ: ମୃତଦେହକୁ ମିଳିଲାନି କାନ୍ଧ

ବଇଣ୍ଡା, ୨୮ା୨(ପରିକ୍ଷିତ ସାହୁ):ରକ୍ତ ସମ୍ପର୍କ ଉପରେ ଭାରିପଡ଼ିଗଲା ଜାତିପ୍ରଥା। ସମାଜରୁ ବାସନ୍ଦ ଓ ଜରିମାନା ଭୟରେ ପାଖ ମାଡ଼ିଲେନି କେହି। ମୃତଦେହକୁ କାନ୍ଧ ଦେବା ତ ଦୂରର କଥା ଛୁଇଁବାକୁ ଆଗେଇ ଆସିଲେନି ପରିବାର ସଦସ୍ୟ। ସମ୍ପର୍କୀୟ, ବନ୍ଧୁବାନ୍ଧବ ଓ ସାହିଭାଇ ସାଜିଲେ ଦେଖଣାହାରି। ଖବର ପାଇଥିଲେ ବି ପ୍ରଶାସନ, ପୋଲିସ ପକ୍ଷରୁ ବଢ଼ି ନ ଥିଲା ସହାୟତାର ହାତ। ଶେଷରେ ନାବାଳିକା ଝିଅ ସହାୟତାରେ ଖଟିଆରେ ଥିବା ସ୍ବାମୀଙ୍କ ମୃତଦେହକୁ ମଶାଣି ଯାଏ ବୋହି ନେଇଥିଲେ ସ୍ତ୍ରୀ। ପଡ଼ୋଶୀ ଅଞ୍ଚଳର କେତେଜଣ ଯୁବକ କାଠ ଯୋଗାଡ଼ କରିଦେବା ପରେ ଜୁଇରେ ଜଳିଥିଲା ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ଶରଧାମୁଣ୍ଡା ଗ୍ରାମରେ ରହୁଥିବା ପ୍ରକାଶ ପ୍ରଧାନ (୪୫)ଙ୍କ ମୃତଦେହ। ମାନବିକତାର ତଣ୍ଟି ଚିପିଦେଲା ଭଳି ଗୁରୁବାର ଅନୁଗୋଳ ଜିଲାରେ ଘଟିଥିବା ଏହି ଘଟଣା ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗର କାରଣ ହୋଇଛି।
ସୂଚନା ଅନୁଯାୟୀ, ଆଠମଲ୍ଲିକ ଥାନା ପେଣ୍ଠରାବସା ଗ୍ରାମର ପ୍ରକାଶଙ୍କ ଗୁରୁବାର ସକାଳ ୭ଟାରେ ମୃତ୍ୟୁ ହୋଇଥିଲା। ସେ କିଛି ମାସ ହେବ କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ୨୦୧୦ ମସିହାରେ ପ୍ରକାଶ କିଶୋରନଗର ବ୍ଲକ ଶରଧାମୁଣ୍ଡା ଗ୍ରାମର ରୀତା ବିଶ୍ବାଳଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ଦୁହେଁ ଭିନ୍ନ ଜାତି ହୋଇଥିବାରୁ ଏହି ବିବାହକୁ ରୀତା ଓ ପ୍ରକାଶଙ୍କ ଜାତି ସମାଜ ଗ୍ରହଣ କରି ନ ଥିଲା। ଏପରିକି ଉଭୟଙ୍କ ସମାଜର ଲୋକମାନେ ରୀତା ଓ ପ୍ରକାଶଙ୍କୁ ବାସନ୍ଦ କରିବା ସହ ଜାତିର କୌଣସି କାର୍ଯ୍ୟରେ ସାମିଲ କରୁ ନ ଥିଲେ। ଏଥିସହ ଉଭୟଙ୍କ ପରିବାରର କୌଣସି ସଦସ୍ୟ ରୀତା ଓ ପ୍ରକାଶଙ୍କ ସହ ମିଶିଲେ ବାସନ୍ଦ ସହ ଜରିମାନା ଦେବେ ବୋଲି କୁହାଯାଇଥିଲା। ଫଳରେ ରୀତା ଓ ପ୍ରକାଶ ଶରଧାମୁଣ୍ଡାଠାରେ ଏକ ଘର ନିର୍ମାଣ କରି ରହିବା ସହ ପାଲା ଗାୟକଙ୍କ ସହଯୋଗୀ ଭାବେ କାମ କରୁଥିଲେ। ଉଭୟଙ୍କ ୨ଟି ଝିଅ ଓ ଗୋଟିଏ ପୁଅ ଥିବାବେଳେ ୨୦୨୦ ମସିହାରେ ପ୍ରକାଶ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ୨ଟି ଯାକ କିଡ୍‌ନୀ ଅଚଳ ହୋଇଯାଇଥିଲା। ୫ ବର୍ଷ ହେବ ବିଭିନ୍ନ ସମୟରେ ଚିକିତ୍ସିତ ହେଉଥିବା ପ୍ରକାଶ ଗୁରୁବାର ଆଖିବୁଜି ଦେଇଥିଲେ। ସ୍ତ୍ରୀ ରୀତା ଏ ସମ୍ପର୍କରେ ଶାଶୁଘର ଓ ବାପଘର ଲୋକଙ୍କୁ ସୂଚନା ଦେଇଥିଲେ। ଖବରପାଇ ଉଭୟ ପରିବାର ଲୋକମାନେ ଆସିଥିଲେ ହେଁ ଦୂରରୁ ଦେଖି ଚାଲିଯାଇଥିଲେ। ପରିବାର ସଦସ୍ୟଙ୍କ ଏପରି ବ୍ୟବହାର ରୀତା ଓ ପିଲାମାନଙ୍କୁ ଅଧିକ ଅସହାୟ କରିଦେଇଥିଲା। ସେମାନେ ମୃତଦେହ ପାଖରେ ବସି କାନ୍ଦୁଥିବା ଦେଖାଯାଇଥିଲା। ରୀତାଙ୍କ ଅସହାୟତା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀ କିଶୋରନଗର ତହସିଲ ପ୍ରଶାସନକୁ ସୂଚନା ଦେଇଥିଲେ। କିନ୍ତୁ ପ୍ରଶାସନର କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସି ନ ଥିଲେ। ବଇଣ୍ଡା ଫାଣ୍ଡି ପୋଲିସ ଗଁାକୁ ଆସିଥିଲେ ମଧ୍ୟ କିଛି ସମୟ ପରେ ପଳାଇ ଯାଇଥିବା ଅଞ୍ଚଳବାସୀ କହିଛନ୍ତି। ପରେ ବଇଣ୍ଡା ଗ୍ରାମର ବିଜୟ ସାହୁ, ବିଷ୍ଣୁ ପ୍ରସାଦ ପ୍ରଧାନ, ସର୍ବେଶ୍ୱର ସାହୁ, ରାମ ବେହେରା, ଅଜିତ ପ୍ରଧାନ, ତ୍ରିଲୋଚନ ବେହେରା, ଗିରିଧାରୀ ପ୍ରଧାନ, ନୁନୁକାପଶି ସମିତି ସଭ୍ୟା ମାନସୀ ପ୍ରଧାନ ମୃତଦେହ ଦାହ ପାଇଁ କାଠ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଡ଼ କରିଦେବା ପରେ ରୀତା ନାବାଳିକା ଝିଅଙ୍କ ସହାୟତାରେ ଖଟିଆରେ ଥିବା ମୃତଦେହକୁ ଶ୍ମଶାନ ଯାଏ ବୋହି ନେଇଥିଲେ। ସେଠାରେ ଜୁଇ ପ୍ରସ୍ତୁତ ହେବା ପରେ ପୁଅ ରାଜେଶ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ। ଏ ସମ୍ପର୍କରେ କିଶୋରନଗର ବିଡିଓ ସୁବ୍ରତ କୁମାର ବେହେରା କହିଛନ୍ତି, ଜାତିପ୍ରଥାକୁ ନେଇ ଏପରି କଟକଣା ରହିବା ଠିକ୍‌ ନୁହେଁ। ଏହି ଘଟଣା ବ୍ଲକ ପ୍ରଶାସନର ଦୃଷ୍ଟିକୁ ଆସିନାହିଁ। ତୁରନ୍ତ ଏ ଦିଗରେ ତଦନ୍ତ କରାଯିବ ଓ ମୃତକଙ୍କ ପରିବାରକୁ କିଛି ସରକାରୀ ସହାୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri