ଅନ୍ୟ ଜାତିରେ ବିବାହ: ମୃତଦେହକୁ ମିଳିଲାନି କାନ୍ଧ

ବଇଣ୍ଡା, ୨୮ା୨(ପରିକ୍ଷିତ ସାହୁ):ରକ୍ତ ସମ୍ପର୍କ ଉପରେ ଭାରିପଡ଼ିଗଲା ଜାତିପ୍ରଥା। ସମାଜରୁ ବାସନ୍ଦ ଓ ଜରିମାନା ଭୟରେ ପାଖ ମାଡ଼ିଲେନି କେହି। ମୃତଦେହକୁ କାନ୍ଧ ଦେବା ତ ଦୂରର କଥା ଛୁଇଁବାକୁ ଆଗେଇ ଆସିଲେନି ପରିବାର ସଦସ୍ୟ। ସମ୍ପର୍କୀୟ, ବନ୍ଧୁବାନ୍ଧବ ଓ ସାହିଭାଇ ସାଜିଲେ ଦେଖଣାହାରି। ଖବର ପାଇଥିଲେ ବି ପ୍ରଶାସନ, ପୋଲିସ ପକ୍ଷରୁ ବଢ଼ି ନ ଥିଲା ସହାୟତାର ହାତ। ଶେଷରେ ନାବାଳିକା ଝିଅ ସହାୟତାରେ ଖଟିଆରେ ଥିବା ସ୍ବାମୀଙ୍କ ମୃତଦେହକୁ ମଶାଣି ଯାଏ ବୋହି ନେଇଥିଲେ ସ୍ତ୍ରୀ। ପଡ଼ୋଶୀ ଅଞ୍ଚଳର କେତେଜଣ ଯୁବକ କାଠ ଯୋଗାଡ଼ କରିଦେବା ପରେ ଜୁଇରେ ଜଳିଥିଲା ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ଶରଧାମୁଣ୍ଡା ଗ୍ରାମରେ ରହୁଥିବା ପ୍ରକାଶ ପ୍ରଧାନ (୪୫)ଙ୍କ ମୃତଦେହ। ମାନବିକତାର ତଣ୍ଟି ଚିପିଦେଲା ଭଳି ଗୁରୁବାର ଅନୁଗୋଳ ଜିଲାରେ ଘଟିଥିବା ଏହି ଘଟଣା ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗର କାରଣ ହୋଇଛି।
ସୂଚନା ଅନୁଯାୟୀ, ଆଠମଲ୍ଲିକ ଥାନା ପେଣ୍ଠରାବସା ଗ୍ରାମର ପ୍ରକାଶଙ୍କ ଗୁରୁବାର ସକାଳ ୭ଟାରେ ମୃତ୍ୟୁ ହୋଇଥିଲା। ସେ କିଛି ମାସ ହେବ କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ୨୦୧୦ ମସିହାରେ ପ୍ରକାଶ କିଶୋରନଗର ବ୍ଲକ ଶରଧାମୁଣ୍ଡା ଗ୍ରାମର ରୀତା ବିଶ୍ବାଳଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ଦୁହେଁ ଭିନ୍ନ ଜାତି ହୋଇଥିବାରୁ ଏହି ବିବାହକୁ ରୀତା ଓ ପ୍ରକାଶଙ୍କ ଜାତି ସମାଜ ଗ୍ରହଣ କରି ନ ଥିଲା। ଏପରିକି ଉଭୟଙ୍କ ସମାଜର ଲୋକମାନେ ରୀତା ଓ ପ୍ରକାଶଙ୍କୁ ବାସନ୍ଦ କରିବା ସହ ଜାତିର କୌଣସି କାର୍ଯ୍ୟରେ ସାମିଲ କରୁ ନ ଥିଲେ। ଏଥିସହ ଉଭୟଙ୍କ ପରିବାରର କୌଣସି ସଦସ୍ୟ ରୀତା ଓ ପ୍ରକାଶଙ୍କ ସହ ମିଶିଲେ ବାସନ୍ଦ ସହ ଜରିମାନା ଦେବେ ବୋଲି କୁହାଯାଇଥିଲା। ଫଳରେ ରୀତା ଓ ପ୍ରକାଶ ଶରଧାମୁଣ୍ଡାଠାରେ ଏକ ଘର ନିର୍ମାଣ କରି ରହିବା ସହ ପାଲା ଗାୟକଙ୍କ ସହଯୋଗୀ ଭାବେ କାମ କରୁଥିଲେ। ଉଭୟଙ୍କ ୨ଟି ଝିଅ ଓ ଗୋଟିଏ ପୁଅ ଥିବାବେଳେ ୨୦୨୦ ମସିହାରେ ପ୍ରକାଶ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ୨ଟି ଯାକ କିଡ୍‌ନୀ ଅଚଳ ହୋଇଯାଇଥିଲା। ୫ ବର୍ଷ ହେବ ବିଭିନ୍ନ ସମୟରେ ଚିକିତ୍ସିତ ହେଉଥିବା ପ୍ରକାଶ ଗୁରୁବାର ଆଖିବୁଜି ଦେଇଥିଲେ। ସ୍ତ୍ରୀ ରୀତା ଏ ସମ୍ପର୍କରେ ଶାଶୁଘର ଓ ବାପଘର ଲୋକଙ୍କୁ ସୂଚନା ଦେଇଥିଲେ। ଖବରପାଇ ଉଭୟ ପରିବାର ଲୋକମାନେ ଆସିଥିଲେ ହେଁ ଦୂରରୁ ଦେଖି ଚାଲିଯାଇଥିଲେ। ପରିବାର ସଦସ୍ୟଙ୍କ ଏପରି ବ୍ୟବହାର ରୀତା ଓ ପିଲାମାନଙ୍କୁ ଅଧିକ ଅସହାୟ କରିଦେଇଥିଲା। ସେମାନେ ମୃତଦେହ ପାଖରେ ବସି କାନ୍ଦୁଥିବା ଦେଖାଯାଇଥିଲା। ରୀତାଙ୍କ ଅସହାୟତା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀ କିଶୋରନଗର ତହସିଲ ପ୍ରଶାସନକୁ ସୂଚନା ଦେଇଥିଲେ। କିନ୍ତୁ ପ୍ରଶାସନର କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସି ନ ଥିଲେ। ବଇଣ୍ଡା ଫାଣ୍ଡି ପୋଲିସ ଗଁାକୁ ଆସିଥିଲେ ମଧ୍ୟ କିଛି ସମୟ ପରେ ପଳାଇ ଯାଇଥିବା ଅଞ୍ଚଳବାସୀ କହିଛନ୍ତି। ପରେ ବଇଣ୍ଡା ଗ୍ରାମର ବିଜୟ ସାହୁ, ବିଷ୍ଣୁ ପ୍ରସାଦ ପ୍ରଧାନ, ସର୍ବେଶ୍ୱର ସାହୁ, ରାମ ବେହେରା, ଅଜିତ ପ୍ରଧାନ, ତ୍ରିଲୋଚନ ବେହେରା, ଗିରିଧାରୀ ପ୍ରଧାନ, ନୁନୁକାପଶି ସମିତି ସଭ୍ୟା ମାନସୀ ପ୍ରଧାନ ମୃତଦେହ ଦାହ ପାଇଁ କାଠ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଡ଼ କରିଦେବା ପରେ ରୀତା ନାବାଳିକା ଝିଅଙ୍କ ସହାୟତାରେ ଖଟିଆରେ ଥିବା ମୃତଦେହକୁ ଶ୍ମଶାନ ଯାଏ ବୋହି ନେଇଥିଲେ। ସେଠାରେ ଜୁଇ ପ୍ରସ୍ତୁତ ହେବା ପରେ ପୁଅ ରାଜେଶ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ। ଏ ସମ୍ପର୍କରେ କିଶୋରନଗର ବିଡିଓ ସୁବ୍ରତ କୁମାର ବେହେରା କହିଛନ୍ତି, ଜାତିପ୍ରଥାକୁ ନେଇ ଏପରି କଟକଣା ରହିବା ଠିକ୍‌ ନୁହେଁ। ଏହି ଘଟଣା ବ୍ଲକ ପ୍ରଶାସନର ଦୃଷ୍ଟିକୁ ଆସିନାହିଁ। ତୁରନ୍ତ ଏ ଦିଗରେ ତଦନ୍ତ କରାଯିବ ଓ ମୃତକଙ୍କ ପରିବାରକୁ କିଛି ସରକାରୀ ସହାୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri