କୋଲକାତା,୧୫ା୫: ନ୍ୟୁଜିଲାଣ୍ଡର ଇଂଲଣ୍ଡ ଟେଷ୍ଟ ଟୁର୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଲାଗି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଅଲ୍ରାଉଣ୍ଡର ରାଚିନ ରବୀନ୍ଦ୍ର ଆଇପିଏଲ୍ ଛାଡ଼ିଛନ୍ତି।
ଗୁଜରାଟ ଟାଇଟନ୍ସ ବିପକ୍ଷ ଘରୋଇ ମ୍ୟାଚ୍ ପୂର୍ବରୁ ଫ୍ରାଞ୍ଚାଇଜ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। କେକେଆର ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ, ରାଚିନ ରବୀନ୍ଦ୍ର ସ୍ବଦେଶ ଫେରିଯାଇଛନ୍ତି। ଶନିବାର ଇଡେନ ଗାର୍ଡେନ୍ସରେ କେକେଆର ଓ ଗୁଜରାଟ ଟାଇଟନ୍ସ ମ୍ୟାଚ ଶନିବାର ଖେଳାଯିବ।
ଆଇପିଏଲ୍ ୨୦୨୬ ନିଲାମି ବେଳେ କେକେଆର୍ ନ୍ୟୁଜିଲାଣ୍ଡର ଏହି ଖେଳାଳିଙ୍କୁ ୨କୋଟି ଟଙ୍କା ବେସ୍ ପ୍ରାଇସ୍ରେ କ୍ରୟ କରିଥିଲା। ରବୀନ୍ଦ୍ର ଚଳିତ ଆଇପିଏଲ୍ ସିଜନରେ ଗୋଟିଏ ହେଲେ ମ୍ୟାଚରେ ଖେଳିବାରୁ ସୁଯୋଗ ପାଇ ନାହାନ୍ତି। ତାଙ୍କ ବଦଳରେ ଅଲରାଉଣ୍ଡର କାମେରନ ଗ୍ରିନ୍ଙ୍କୁ ନିଆଯାଇଛି। କାର୍ଯ୍ୟସୂଚୀ ଅନୁସାରେ ୩ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ନ୍ୟୁଜିଲାଣ୍ଡ ମେ ୨୭ରୁ ବେଲ୍ଫାଷ୍ଟଠାରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ୪ ଦିନିଆ ଓ୍ବାର୍ମଅପ୍ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।