ପଦବୀ ପାଇଁ ଦୌଡ଼

Dillip Cherian

ଆସନ୍ତା ଜୁନ୍‌ ଶେଷରେ ସେବାନିବୃତ୍ତ ହେବାକୁଥିବା ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସି.ଶୈଳେନ୍ଦ୍ର ବାବୁଙ୍କ ପରେ ସେହି ପଦବୀ ଲାଗି ଦୌଡ଼ ଆରମ୍ଭ ହୋଇଯାଇଛି। ଦିଲ୍ଲୀରେ ଏହାକୁ ନେଇ ଗୁଞ୍ଜରଣ ବି ସୃଷ୍ଟି ହୋଇଛି। ଶୁଣିବାକୁ ମିଳୁଛି, ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରା ଏହି ଦୌଡ଼ରେ ନିଶ୍ଚୟ ଜିତିବେ ଏବଂ ବାବୁଙ୍କ ପରେ ତାମିଲନାଡୁର ଶୀର୍ଷ ପୋଲିସ ଅଧିକାରୀ ପଦବୀ ପାଇଁ ସେ ହିଁ ସବୁଠୁ ଅଧିକ ପସନ୍ଦର ପ୍ରାର୍ଥୀ। ସୂତ୍ରରୁ ଜଣାପଡ଼ିଛି , ନିଯୁକ୍ତି ସକାଶେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ନିକଟକୁ ବିଚାର ପାଇଁ ପଠାଯାଇଥିବା ତାଲିକା (ଏମ୍‌ପ୍ୟାନେଲମେଣ୍ଟ)ରେ ଯୋଗ୍ୟ ୧୨ ଜଣ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରେ ଅରୋରା ଆଗରେ ଅଛନ୍ତି। ତେବେ ୟୁପିଏସ୍‌ସି ଦ୍ୱାରା ହେବାକୁ ଥିବା ଶଟର୍ର୍ଲିଷ୍ଟର ୩ ଜଣ ଅଧିକାରୀମାନଙ୍କ ମଧ୍ୟରୁ ରାଜ୍ୟ ସରକାର ଜଣଙ୍କୁ ଚୟନ କରିବେ। କୁହାଯାଉଛି, ବରିଷ୍ଠତା ଦୃଷ୍ଟିରୁ ଅରୋରାଙ୍କ ପରେ ଅଛନ୍ତି ବି.କେ.ରବି ଏବଂ ଚେନ୍ନାଇ ପୋଲିସ କମିଶନର ଶଙ୍କର ଜିଓ୍ବାଲ। ଏହି ୩ ଶୀର୍ଷ ଅଧିକାରୀମାନଙ୍କ ମଧ୍ୟରେ ଆରୋରା ଦୁଇ ସଶସ୍ତ୍ର ବଳ ସିଆରପିଏଫ୍‌ ଏବଂ ଆଇଟିବିପିର ନେତୃତ୍ୱ ନେଇଥିଲେ ଏବଂ ଆରକ୍ଷୀ ଅଧୀକ୍ଷକ ଦାୟିତ୍ୱ ତଥା ଜଙ୍ଗଲ ଦସ୍ୟୁ ବୀରାପ୍ପାନଙ୍କୁ ଗୁଳିିକରି ହତ୍ୟା କରିବାରେ ସାହସିକତା ଓ ବୀରତ୍ୱ ପ୍ରଦର୍ଶନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ବୀର ପଦକ ପାଇଥିଲେ। ତେବେ ଡିଜିପି ଦୌଡ଼ରେ ସାମିଲ ଅନ୍ୟ ପୋଲିସ ଅଧିକାରୀମାନେ ହେଲେ,ଏ.କେ. ବିଶ୍ୱନାଥନ, ଆଭାସ କୁମାର, ଟି.ଭି. ରବିଚନ୍ଦ୍ରନ, ସୀମା ଅଗ୍ରଓ୍ବାଲା ଏବଂ ଅମରେଶ ପୂଜାରୀ। ଏମ୍‌ପ୍ୟାନେଲମେଣ୍ଟ ଯୋଗ୍ୟ ହେବା ଲାଗି ନିର୍ଦ୍ଧାରିତ ସର୍ଭିସ ବର୍ଷର ସଂଖ୍ୟାକୁ ବିଚାରକୁ ନେଇ ତାମିଲନାଡୁ ଗୃହ ବିଭାଗ ରାଜୀବ କୁମାର, ସନ୍ଦୀପ ରାୟ ରାଠୋର, ଅଭୟ କୁମାର ସିଂ ଏବଂ କେ.ଭାନିଆ ପେରୁମଲଙ୍କ ନାମ ୟୁପିଏସ୍‌ସିକୁ ପଠାଇଥିବା ତାଲିକାରେ ରଖିଛି।

ଖେମ୍‌କାଙ୍କ ଦୁଃଖ

ଜମି କିଣାବିକା ଅନିୟମିତତା ପାଇଁ ଏଫ୍‌ଆଇଆର ଦାୟର କରିବାର ୫ ବର୍ଷ ପରେ ହରିୟାଣା ସରକାର କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି। ଏହାକୁ ନେଇ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅଶୋକ ଖେମ୍‌କା ନିରାଶ ହୋଇଛନ୍ତି। ସେତେବେଳେ ଭଦ୍ରା ଜଡ଼ିତ ଥିବା ୩୩ ଏକର ଜମି ଡିଲ୍‌ର ମ୍ୟୁଟେଶନକୁ ଖେମ୍‌କା ରଦ୍ଦ କରିଦେଇଥିଲେ ଓ ଜଣେ ହ୍ବିସିଲ ବ୍ଲୋୟର ଭାବେ ବେଶ୍‌ ପ୍ରଶଂସା ପାଇଥିଲେ। ହରିୟାଣାରେ କଂଗ୍ରେସ ଶାସନ ସମୟରେ ଜମି କିଣାବିକାରେ ଅନିୟମିତତା ହୋଇଥିଲା ବୋଲି ୨୦୧୪ ନିର୍ବାଚନ ବେଳେ ଭାଜପା ଅଭିଯୋଗ କରି ଏହାକୁ ମୁଖ୍ୟ ପ୍ରସଙ୍ଗ କରିଥିଲା। ତେବେ ଉକ୍ତ ମାମଲାରେ କ୍ଲିନ୍‌ଚିଟ୍‌କୁ ନେଇ ଏବେ ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଖେମ୍‌କା ଟୁଇଟ କରି ଦର୍ଶାଇଛନ୍ତି ଯେ, ଦୁର୍ନୀତି ଅଭିଯୋଗ କ’ଣ କେବଳ ରାଜନୈତିକ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ । ନୈତିକତା ଦୃଷ୍ଟିରୁ ଜଣେ ସଚ୍ଚୋଟ ଅଧିକାରୀ ଭାବେ ଖେମ୍‌କାଙ୍କ ଖ୍ୟାତି ରହିଛି। ହେଲେ ଏହା ନିଶ୍ଚିତ ଯେ, ତାଙ୍କ ସ୍ବଚ୍ଛ ଭାବମୂର୍ତ୍ତିର ମୂଲ୍ୟ ତାଙ୍କୁ ଦେବାକୁ ପଡ଼ିଛି। ତାଙ୍କ କ୍ୟାରିୟର ମଧ୍ୟରେ ଭୁଲ୍‌ ବାଟରେ ହରିୟାଣାକୁ ଶାସନ କରିଥିବା ପ୍ରତ୍ୟେକ ସରକାରଙ୍କୁ ସେ ହରଡ଼ଘଣାରେ ପକାଇବାରେ ସକ୍ଷମ ହୋଇଛନ୍ତି। ଖେମ୍‌କା ତାଙ୍କ ୩୦ ବର୍ଷ କ୍ୟାରିୟର ମଧ୍ୟରେ କେବଳ ରାଜ୍ୟରେ ନୁହେଁ, ସମ୍ଭବତଃ ସାରା ଦେଶରେ ସବୁଠୁ ଅଧିକ ଥର ବଦଳି ହୋଇଛନ୍ତି। ସେ ଏବେ ୫୬ ତମ ବଦଳିରେ ରାଜ୍ୟ ଅଭିଲେଖାଗାର ବିଭାଗର ଅତିରିକ୍ତ ଯୁଗ୍ମ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି। ତେବେ ତାଙ୍କୁ ଯେ ସେଠାରୁ ପୁଣି ବଦଳି କରା ନ ଯିବ ତାହା କେହି କହିପାରିବେ ନାହିଁ। ତେବେ ସ୍ବଚ୍ଛ ପ୍ରଶାସନ ପାଇଁ ସେ ଜାରି ରଖିଥିବା ସଂଘର୍ଷ ପ୍ରତି ଏବକାର ଝଟ୍‌କା ହିଁ ତାଙ୍କ ନୈରାଶ୍ୟ ଓ ଦୁଃଖର କାରଣ ହୋଇଛି।

ନୂଆ ଇନିଂସ୍‌

ପ୍ରଶାସନରେ ମୁଖ୍ୟ ପଦବୀଗୁଡ଼ିକରେ ଅବସରପ୍ରାପ୍ତ ବାବୁମାନଙ୍କୁ ପୁନଃ ନିଯୁକ୍ତି ଦେବାର ଧାରା ଜାରି ରଖିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ରର ଏଭଳି ପଦାଙ୍କ ଅନୁସରଣ କରିବା ମଧ୍ୟ ରାଜ୍ୟ ସରକାରଗୁଡ଼ିକ ପାଇଁ ଏକ ଟ୍ରେଣ୍ଡ ହୋଇଗଲାଣି। ପୁନଃ ନିଯୁକ୍ତି ବା ନୂଆ ଇନିଂସ୍‌ ପାଉଥିବା ଅଧିକାରୀମାନଙ୍କୁ ବହୁସମୟରେ କ୍ଷମତାସୀନ ସରକାରଙ୍କ ପ୍ରିୟ ଭାବେ ଚୟନ କରାଯାଏ। ଶାସନରେ ଲଗାତର ରହିବା ଏବଂ ପ୍ରଶାସନିକ ପ୍ରକ୍ରିୟା ଉପରେ ନିୟନ୍ତ୍ରଣ ରଖିବାର ଉଦ୍ଦେଶ୍ୟକୁ ଏଭଳି ନିଯୁକ୍ତି ସ୍ପଷ୍ଟ କରେ। କେବଳ ଏତିକି ନୁହେଁ,ଏହା ମଧ୍ୟ ରାଜନୈତିକ ସ୍ବାର୍ଥକୁ ଆଗକୁ ବଢ଼ାଉଛି। ନିକଟରେ ଛତିଶଗଡ଼ ସରକାର ୧୯୮୬ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଡି.ଏମ୍‌.ଅଓ୍ବସ୍ତିଙ୍କୁ ରାୟପୁର ପୋଲିସ ମୁଖ୍ୟାଳୟରେ ଅଫିସର ଅନ୍‌ ସ୍ପେଶିଆଲ ଡ୍ୟୁଟି (ଓଏସ୍‌ଡି) ଭାବେ ନିଯୁକ୍ତ କରିଛନ୍ତି। ଏହାକୁ ନେଇ ରାଜ୍ୟର ବାବୁ ଓ ରାଜନୈତିକ ପରିସରରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଅଓ୍ବସ୍ତିଙ୍କୁ ସରକାରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଇକୋନୋମିକ ଅଫେନ୍ସ ଓ୍ବିଙ୍ଗ( ଇଓଡବ୍ଲ୍ୟୁ) ଏବଂ ଆଣ୍ଟି କରପ୍‌ଶନ ବ୍ୟୁରୋ(ଏସିବି)ର ଦାୟିତ୍ୱ ଦିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚରେ ଅଓ୍ବସ୍ତି ଅବସର ନେଇଥିଲେ ବି ତାଙ୍କୁ ତୁରନ୍ତ ଓଏସ୍‌ଡି ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଇଥିଲା, ଯାହା ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲାଙ୍କ ସରକାରରେ ତାଙ୍କ ଗୁରୁତ୍ୱକୁ ପ୍ରତିପାଦିତ କରେ। ସେ ସବୁବେଳେ ବଘେଲାଙ୍କର ଅତି ପ୍ରିୟ ଅଧିକାରୀ ଥିଲେ ବୋଲି କାହାକୁ ଅଛପା ନାହିଁ। ତେବେ ଏହି ନିଯୁକ୍ତିକୁ ବଘେଲାଙ୍କ ପ୍ରଶାସନରେ ଅଓ୍ବସ୍ତିଙ୍କ ବିଶେଷଜ୍ଞାନ ଓ ଅଭିଜ୍ଞତାରୁ ଲାଭ ଉଠାଇବାର ଏକ ପ୍ରଚେଷ୍ଟା ଭାବେ ଦେଖାଯାଉଛି।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri