ରାଷ୍ଟ୍ରୀୟ ଖାଦାନ ମଜଦୁର ସଂଘର ଉପସଭାପତି ହେଲେ ରବୀନ୍ଦ୍ର

ଝାରସୁଗୁଡ଼ା ଅଫିସ୍‌,୨୪।୧୨: ରାଷ୍ଟ୍ରୀୟ ଖାଦାନ ମଜଦୁର ଫେଡେରେଶନ (ଆଇଏନ୍‌ଏମ୍‌ଏଫ୍‌)ର ୩୨ତମ ମହାଧିବେଶନ ଗତ ୩ଦିନ ଧରି ପୁରୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବହୁ ଟ୍ରେଡ୍‌ ୟୁନିୟନ ଶ୍ରମିକ ସଙ୍ଗଠନ ଯୋଗଦେଇଥିଲେ। ସାଙ୍ଗଠନିକ ସୁଦୃଢ଼ ଉପରେ ଆଲୋଚନା କରାଯାଇ ଶ୍ରମିକଙ୍କ ସ୍ବାର୍ଥକୁ ନେଇ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ସଂଘର କର୍ମକର୍ତ୍ତା ଚୟନ କରାଯାଇଛି। ଏଥିରେ ଝାଡ଼ଖଣ୍ଡର ବିଧାୟକ ଅନୁପ ସିଂହ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ୨ଜଣ ଉପସଭାପତି ଓ ଜଣେ ସାଧାରଣ ସମ୍ପାଦକ ରହିଛନ୍ତି। ଏଥିମଧ୍ୟରେ ଓଡିଶାରୁ ଓସିଏମ୍‌ଏସ୍‌ ଶ୍ରମିକ ସଙ୍ଗଠନର ଉପସଭାପତି ରବୀନ୍ଦ୍ର ପ୍ରସାଦ ଓ ପୂର୍ବତନ ବିଧାୟକ କିଶୋର ପଟେଲ ଓ ସାଧାରଣ ସମ୍ପାଦକ ସୌଭାଗ୍ୟ ପ୍ରଧାନ ମନୋନୀତ ହୋଇଛନ୍ତି। ରାଷ୍ଟ୍ରୀୟସ୍ତରରେ ଓଡ଼ିଶାକୁ ୩ ପଦବୀ ମିଳିଥିବାରୁ ଏନେଇ ରାଜ୍ୟର ବିଭିନ୍ନ ସଂଗଠନ ସଂଘକୁ କୃତଜ୍ଞତା ଜଣାଇ ଦିଆଯାଇଛି। ରାଷ୍ଟ୍ରୀୟ ସଂଘର ଉପସଭାପତି ଭାବେ ମନୋନୀତ ହୋଇଥିବା ଶ୍ରମିକ ନେତା ରବୀନ୍ଦ୍ର ପ୍ରସାଦ ଏହା ପୂର୍ବରୁ ଏମ୍‌ସିଏଲ୍‌ କର୍ପୋରେଟ୍‌ ସେପ୍ଟି ମେମ୍ବର ସାଙ୍ଗକୁ ଲଖନପୁର କୋଇଲା କ୍ଷେତ୍ର ଏରିଆ ସମ୍ପାଦକ ରହିଛନ୍ତି। ଏହି ଖବର ପ୍ରଚାର ହେବା ପରେ ଓସିଏମ୍‌ଏସ୍‌ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଧବାହାଲ ସଂଘ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ନବନିର୍ବାଚିତ ଉପସଭାପତି ପ୍ରସାଦଙ୍କୁ ଉପଢୌଙ୍କନ ସହ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସ୍ଥାନୀୟ ସଙ୍ଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ବୁଲୁ ପାଣିଗ୍ରାହୀ, ଭୀମ ମହାନ୍ତି, ଲକ୍ଷ୍ମଣ ଭଞ୍ଜ, ରାଜେନ୍ଦ୍ର ପ୍ରଧାନ, ଟଙ୍କଧର ପ୍ରଧାନ, ପ୍ରମୋଦ ବେହେରା, ପ୍ରଶାନ୍ତ ବରାଡ, ଡି. ମଣ୍ଡଳ, ସଞ୍ଜୀବ ଶର୍ମା, ହେମାନନ୍ଦ ସା, ଗୌର ସାହୁ, ପ୍ରସନ୍ନ ଓରାମ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ନବନିର୍ବାଚିତ ଉପସଭାପତି ପ୍ରସାଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାଷ୍ଟ୍ରୀୟ ସଂଘରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଥିବାରୁ ଏହାକୁ କର୍ମଚାରୀଙ୍କ ସ୍ବାର୍ଥରେ କିଭଳି ବିନିଯୋଗ କରିହେବ, ଏ ଦିଗରେ ସେ ଚେଷ୍ଟା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଦଳି ମାରିବା ପରେ ବି ଜଗି ରହିଛି ହାତୀ 

ଖୋର୍ଦ୍ଧା,୨।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଭୂଆସୁଣି ପାଟଣା ଗାଁରେ ଯୁବକଙ୍କୁ ଜଣେ ଯୁବକଙ୍କୁ ଏକ ଦନ୍ତା ଦଳି ଦେଇଛି। ମୃତକ ହେଲେ ପ୍ରିୟବ୍ରତ...

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ

ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍‌ଫେକ୍‌ର...

ଇନ୍ଦୋରରେ ବିଷାକ୍ତ ପାଣି ଯୋଗୁ ୧୫ ଜଣଙ୍କ ମୃତ୍ୟୁ, ବାନ୍ତି -ଝାଡ଼ାରେ ୩୩୮ ଆକ୍ରାନ୍ତ, ଆଇସିୟୁରେ ୩୨ ରୋଗୀ

ଇନ୍ଦୋର,୨।୧: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୩୩୮ ଜଣ ନୂଆ ରୋଗୀ...

ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍‌, ତା’ ପରେ ଆଉ କେବେ ଜାଣନ୍ତୁ…

ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍‌ ଶନିବାର ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ। ସେହିପରି ୨୦୨୬ର ଦ୍ବିତୀୟ...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

EVM: କର୍ନାଟକରେ ନିର୍ବାଚନ ଆୟୋଗଙ୍କ ସର୍ଭେରେ ପାସ୍‌ କଲା ଇଭିଏମ୍‌, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତୃତ୍ୱାଧୀନ କର୍ନାଟକ ସରକାର ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ସର୍ଭେରେ ଇଭିଏମ ଉପରେ ଜନସାଧାରଣଙ୍କ ଦୃଢ଼ ଆସ୍ଥା ପାଇଛନ୍ତି। ଏହି...

କଳିଯୁଗର ପୁଅ: ନିଜ ବାପାଙ୍କୁ ହତ୍ୟା କରିବାକୁ ଦେଇଥିଲେ ୫ ଲକ୍ଷ ଟଙ୍କା ସୁପାରି, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା (IAF) ଅଧିକାରୀଙ୍କ ଗୁଳିମାଡ଼ ଘଟଣାରେ ଗାଜିଆବାଦ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସ ଦାବି କରିଛି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri