ରାଷ୍ଟ୍ରୀୟ ଖାଦାନ ମଜଦୁର ସଂଘର ଉପସଭାପତି ହେଲେ ରବୀନ୍ଦ୍ର

ଝାରସୁଗୁଡ଼ା ଅଫିସ୍‌,୨୪।୧୨: ରାଷ୍ଟ୍ରୀୟ ଖାଦାନ ମଜଦୁର ଫେଡେରେଶନ (ଆଇଏନ୍‌ଏମ୍‌ଏଫ୍‌)ର ୩୨ତମ ମହାଧିବେଶନ ଗତ ୩ଦିନ ଧରି ପୁରୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବହୁ ଟ୍ରେଡ୍‌ ୟୁନିୟନ ଶ୍ରମିକ ସଙ୍ଗଠନ ଯୋଗଦେଇଥିଲେ। ସାଙ୍ଗଠନିକ ସୁଦୃଢ଼ ଉପରେ ଆଲୋଚନା କରାଯାଇ ଶ୍ରମିକଙ୍କ ସ୍ବାର୍ଥକୁ ନେଇ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ସଂଘର କର୍ମକର୍ତ୍ତା ଚୟନ କରାଯାଇଛି। ଏଥିରେ ଝାଡ଼ଖଣ୍ଡର ବିଧାୟକ ଅନୁପ ସିଂହ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ୨ଜଣ ଉପସଭାପତି ଓ ଜଣେ ସାଧାରଣ ସମ୍ପାଦକ ରହିଛନ୍ତି। ଏଥିମଧ୍ୟରେ ଓଡିଶାରୁ ଓସିଏମ୍‌ଏସ୍‌ ଶ୍ରମିକ ସଙ୍ଗଠନର ଉପସଭାପତି ରବୀନ୍ଦ୍ର ପ୍ରସାଦ ଓ ପୂର୍ବତନ ବିଧାୟକ କିଶୋର ପଟେଲ ଓ ସାଧାରଣ ସମ୍ପାଦକ ସୌଭାଗ୍ୟ ପ୍ରଧାନ ମନୋନୀତ ହୋଇଛନ୍ତି। ରାଷ୍ଟ୍ରୀୟସ୍ତରରେ ଓଡ଼ିଶାକୁ ୩ ପଦବୀ ମିଳିଥିବାରୁ ଏନେଇ ରାଜ୍ୟର ବିଭିନ୍ନ ସଂଗଠନ ସଂଘକୁ କୃତଜ୍ଞତା ଜଣାଇ ଦିଆଯାଇଛି। ରାଷ୍ଟ୍ରୀୟ ସଂଘର ଉପସଭାପତି ଭାବେ ମନୋନୀତ ହୋଇଥିବା ଶ୍ରମିକ ନେତା ରବୀନ୍ଦ୍ର ପ୍ରସାଦ ଏହା ପୂର୍ବରୁ ଏମ୍‌ସିଏଲ୍‌ କର୍ପୋରେଟ୍‌ ସେପ୍ଟି ମେମ୍ବର ସାଙ୍ଗକୁ ଲଖନପୁର କୋଇଲା କ୍ଷେତ୍ର ଏରିଆ ସମ୍ପାଦକ ରହିଛନ୍ତି। ଏହି ଖବର ପ୍ରଚାର ହେବା ପରେ ଓସିଏମ୍‌ଏସ୍‌ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଧବାହାଲ ସଂଘ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ନବନିର୍ବାଚିତ ଉପସଭାପତି ପ୍ରସାଦଙ୍କୁ ଉପଢୌଙ୍କନ ସହ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସ୍ଥାନୀୟ ସଙ୍ଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ବୁଲୁ ପାଣିଗ୍ରାହୀ, ଭୀମ ମହାନ୍ତି, ଲକ୍ଷ୍ମଣ ଭଞ୍ଜ, ରାଜେନ୍ଦ୍ର ପ୍ରଧାନ, ଟଙ୍କଧର ପ୍ରଧାନ, ପ୍ରମୋଦ ବେହେରା, ପ୍ରଶାନ୍ତ ବରାଡ, ଡି. ମଣ୍ଡଳ, ସଞ୍ଜୀବ ଶର୍ମା, ହେମାନନ୍ଦ ସା, ଗୌର ସାହୁ, ପ୍ରସନ୍ନ ଓରାମ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ନବନିର୍ବାଚିତ ଉପସଭାପତି ପ୍ରସାଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାଷ୍ଟ୍ରୀୟ ସଂଘରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଥିବାରୁ ଏହାକୁ କର୍ମଚାରୀଙ୍କ ସ୍ବାର୍ଥରେ କିଭଳି ବିନିଯୋଗ କରିହେବ, ଏ ଦିଗରେ ସେ ଚେଷ୍ଟା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?