ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ସପ୍ତାହେ ବାକି

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ଅମଳ ଆରମ୍ଭ ହୋଇଯାଇଛି। ଜିଲାର ଜଳସେଚିତ ଅଞ୍ଚଳରେ ଏହି ପ୍ରକ୍ରିୟା ଜୋର୍‌ ଧରିଛି। ସେହିପରି ଅଣଜଳସେଚିତ ଅଞ୍ଚଳରେ ମଧ୍ୟ ଚାଷୀମାନେ ଧାନ ଅମଳ ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଆହୁରି ସପ୍ତାହେ ବାକି ରହିଛି। ଏଭଳି ସ୍ଥିତିରେ ଅମଳ ଆରମ୍ଭରୁ ଜିଲାରେ ଧାନ ବେପାରୀମାନେ ସକ୍ରିୟ ହୋଇଉଠିଛନ୍ତି। ଚାଷୀଙ୍କଠାରୁ କମ୍‌ ଦରରେ ବେପାରୀମାନେ ଧାନ କିଣୁଛନ୍ତି ଏବଂ ମଣ୍ଡି ଖୋଲିବା ପୂର୍ବରୁ ସେହି ଧାନ ସିଧାସଳଖ ବିଭିନ୍ନ ରାଇସ୍‌ ମିଲ୍‌କୁ ଯାଉଥିବା ଅଭିଯୋଗ ହୋଇଛି। ଏବେଠାରୁ ତଥାକଥିତ ଧାନ ବେପାରୀଙ୍କ ଉପରେ ନଜର ରଖି ତାକୁ ନିୟନ୍ତ୍ରଣ କରା ନ ଗଲେ ଆଗକୁ ଧାନବିକ୍ରି ସମସ୍ୟା ଜଟିଳ ହୋଇପଡ଼ିବ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।
ଗତ ମାସ ୨୩ ତାରିଖରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ମେ’ ୧୪ରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଆସନ୍ତା ୧୪ ତାରିଖରୁ ଧାନ ସଂଗ୍ରହ ପାଇଁ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆରଏମ୍‌ସି) ଅଧୀନରେ ୧୮୮ ମଣ୍ଡି ତଥା ଧାନକ୍ରୟ କେନ୍ଦ୍ର ଖୋଲିବ। ସେଥିମଧ୍ୟରୁ ଅତାବିରା ବ୍ଲକରେ ୨୭, ଭେଡ଼େନ ବ୍ଲକରେ ୩୨, ଅମ୍ବାଭୋନା ବ୍ଲକରେ ୩, ବରଗଡ଼ ବ୍ଲକରେ ୩୧, ବରପାଲି ବ୍ଲକରେ ୨୫, ଭଟ୍‌ଲି ବ୍ଲକରେ ୧୧, ବିଜେପୁର ବ୍ଲକରେ ୧୨, ଗାଇସିଲେଟ ବ୍ଲକରେ ୩, ଝାରବନ୍ଧ ବ୍ଲକରେ ୧୧, ରାଜବୋଡ଼ାସମ୍ବର(ପଦ୍ମପୁର) ବ୍ଲକରେ ୭, ପାଇକମାଳ ବ୍ଲକରେ ୧୦ ଏବଂ ସୋହେଲା ବ୍ଲକରେ ୧୬ ଧାନମଣ୍ଡି ରହିଛି।
ଧାନ ସଂଗ୍ରହ ପୂର୍ବରୁ ମଣ୍ଡିଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲାପାଳ ଆଦିତ୍ୟ ଗୋୟଲ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅନେକ ମଣ୍ଡି ଏବେ ସୁଦ୍ଧା ଯେଉଁ ତିମିରେକୁ ସେହି ତିମିରେ ରହିଛି। ଅନ୍ୟପକ୍ଷରେ ଜିଲାର ଜଳସେଚିତ ଅତାବିରା, ଭେଡ଼େନ, ବରଗଡ଼ ବ୍ଲକରେ ଧାନ ଅମଳ କାର୍ଯ୍ୟ ଜୋର୍‌ ଧରିଛି। ମଣ୍ଡି ଖୋଲିବାକୁ ଆହୁରି ୭ ଦିନ ବାକି ଥିବା ଯୋଗୁ ଅମଳ ଧାନ ଗଚ୍ଛିତ ରଖିବା ବର୍ତ୍ତମାନ ଚାଷୀଙ୍କ ପାଇଁ ବଡ଼ ଚିନ୍ତା ପାଲଟିଛି। ଏଭଳି ସ୍ଥିତିରେ ବେପାରୀମାନେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ଏଥର ମଧ୍ୟ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ରହିଛି। କିନ୍ତୁ ବେପାରୀ ଧାନ କୁଇଣ୍ଟାଲ ପ୍ରତି ୨୫୦୦ରୁ ୨୬୦୦ ଟଙ୍କାରେ କିଣିବା ଆରମ୍ଭ କରି ଦେଇଛନ୍ତି ଏବଂ ମଣ୍ଡି ଖୋଲିବା ପୂର୍ବରୁ ସେହି ଧାନ ସିଧାସଳଖ କେତେକ ନିର୍ଦ୍ଦିଷ୍ଟ ରାଇସ୍‌ ମିଲ୍‌କୁ ଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ବରଗଡ଼ ବ୍ଲକ କଲାପାଣି ଗ୍ରାମର ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି, ଧାନ ସଂଗ୍ରହ ନୀତି ଅନୁଯାୟୀ, ମେ’ ୧ତାରିଖରୁ ମଣ୍ଡିଗୁଡ଼ିକ ଖୋଲାଯିବା କଥା। କିନ୍ତୁ ବରଗଡ଼ ଜିଲାରେ ତାକୁ ୨ ସପ୍ତାହ ବିଳମ୍ବ କରାଯାଇଛି। ସେଥିପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣିବାରେ ସକ୍ଷମ ହୋଇପାରୁନାହାନ୍ତି ଏବଂ ବେପାରୀଙ୍କ ଦୌରାତ୍ମ ବଢ଼ିଚାଲିଛି। ଅତାବିରା ଅଞ୍ଚଳରେ ସେଭଳି ସ୍ଥିତି ଉପୁଜିଛି। ଏପରିକି ବେପାରୀ କିଣିଥିବା ଧାନ କେତେକ ନିର୍ଦ୍ଦିଷ୍ଟ ରାଇସ୍‌ ମିଲ୍‌କୁ ଯାଉଛି ବୋଲି ନେକାଣ୍ଟି ଅଭିଯୋଗ କରିଛନ୍ତି। ସେହିପରି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଚାଷୀ ପଞ୍ଜୀକରଣ ସମୟରେ ଉଦ୍ଦିଷ୍ଟ ଫର୍ମରେ ଚାଷୀମାନେ ସେମାନଙ୍କ ଧାନ ଅମଳର ସମ୍ଭାବ୍ୟ ତାରିଖ ଉଲ୍ଲେଖ କରିଥାନ୍ତି। ସେଥିରେ ମେ’ ପ୍ରଥମ ସପ୍ତାହରେ ଧାନ ଅମଳ ନେଇ ଅନେକ ଚାଷୀ ଉଲ୍ଲେଖ କରିଛନ୍ତି। କିନ୍ତୁ ତାକୁ ମଧ୍ୟ ଅଣଦେଖା କରାଯାଇଛି। ଅନ୍ୟପଟେ ଚାଷୀମାନେ ଧାନ ଅମଳ କରିସାରିଲେଣି ଏବଂ ମଣ୍ଡି ଖୋଲି ନ ଥିବା ଯୋଗୁ କୁଇଣ୍ଟାଲ ପ୍ରତି ୨୨୦୦ରୁ ୨୩୦୦ ଟଙ୍କାରେ ବେପାରୀଙ୍କୁ ବିକ୍ରି କରିଦେବାକୁ ବାଧ୍ୟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri