ବିକାଶ ଡିଗ୍ରୀ କଲେଜର ସଫଳତା

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଯୁକ୍ତତିନି କଳା, ବିଜ୍ଞାନ ଏବଂ ବାଣିଜ୍ୟ ଶେଷବର୍ଷ ପରୀକ୍ଷାରେ ବିକାଶ ହାୟର ଏଜୁକେଶନାଲ ଇନଷ୍ଟିଚ୍ୟୁଶନ ବିକାଶ ଡିଗ୍ରୀ କଲେଜର ୨୦ଛାତ୍ରୀଛାତ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶ ତାଲିକାରେ ରହିଛନ୍ତି। ପ୍ରାଣୀ ବିଜ୍ଞାନ ବିଭାଗରେ ଅର୍ପିତା ଚୌଧୁରୀ ୯.୭୧, ଉଦ୍ଭିଦ ବିଜ୍ଞାନ ବିଭାଗରେ ଇତିଶ୍ରୀ ମିଶ୍ର ୯.୬୪, ମନୋବିଜ୍ଞା ସମ୍ମାନରେ ଶିବରାଜ ବେହେରା ୯.୩୫ସିଜିପିଏ ରଖି ପ୍ରଥମ ଦଶଜଣଙ୍କ ମଧ୍ୟରେ ଅଛନ୍ତି। ସେହିପରି ବିପୁଳ ପ୍ରଧାନ ପ୍ରାଣୀ ବିଜ୍ଞାନ ବିଭାଗରେ ୯.୫୨ସିଜିପିଏ ରଖି ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପଦାର୍ଥ ବିଜ୍ଞାନରେ ହିତେଶ ବିଶି ୯.୩୫ସିଜିପିଏ ରଖି ତୃତୀୟ ସ୍ଥାନରେ ଅଛନ୍ତି। ଉଦ୍ଭିଦ ବିଜ୍ଞାନରେ ରାହୁଳ ସାହୁ ୯.୩୧ସିଜିପିଏ ରଖି ଚତୁର୍ଥ, ଅନ୍ବେଷା ପ୍ରିୟଦର୍ଶିନୀ ବାରିକ ୯.୭୧ସିଜିପିଏ ରଖି ସପ୍ତମ, ଶୁଭଶ୍ରୀ ସୋନାଲିକା ପ୍ରଧାନ ୯.୧୬ସିଜିପିଏ ରଖି ଅଷ୍ଟମ, ସୁପ୍ରିତି ସୌମ୍ୟା ଷଡ଼ଙ୍ଗୀ ୯.୧୫ସିଜିପିଏ ରଖି ନବମ ସ୍ଥାନ ଅଧିକାର କରିଛନ୍ତି। ଗଣିତ ସମ୍ମାନରେ ସୋନାଲି ପ୍ରଧାନ ୮.୯୫ସିଜିପିଏ ରଖି ଚତୁର୍ଥ, ହିତେଶ ଗର୍ତ୍ତିଆ ୮.୮୪ସିଜିପିଏ ରଖି ସପ୍ତମ ସ୍ଥାନରେ ରହିଛନ୍ତି। ସେହିପରି ପଦାର୍ଥ ବିଜ୍ଞାନରେ ରିତେଶ ବାରିକ, ଅଙ୍କିତା ମହାପାତ୍ର, ବାଣିଜ୍ୟ ବିଭାଗରେ ବୋଡ୍‌ଡୁ ଧରଣୀ, ଆଶିର୍ବାଦ ଦାଶ, ଅରବିନ୍ଦ ବଡ଼ପଣ୍ଡା ପ୍ରଥମ ୧୦ଜଣଙ୍କ ମଧ୍ୟରେ ଅଛନ୍ତି। କଳା ବିଭାଗର ମନୋବିଜ୍ଞାନରେ ଶିବରାଜ ବେହେରା ୯.୩୫ସିଜିପିଏ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ କିରନ ପାଢ଼ୀ ୮.୯୫ସିଜ୍‌ିପିଏ ରଖି ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଇଂରାଜୀ ସମ୍ମାନ ବିଭାଗରେ ଅମିତା ରାଣୀ ବାଗ, ଭାବାତ୍ମକ ପାଢ଼ୀ, ଅର୍ଥଶାସ୍ତ୍ର ସମ୍ମାନରେ ଜଗମୋହନ ସାହୁ ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି। ଉକ୍ତ କଲେଜର ୧୯୨ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୧୪ଜଣ ୯ସିଜିପିଏ, ୬୭ଜଣ ୮ସିଜିପିଏ, ୭୦ଜଣ ୭ସିଜିପିଏ, ୩୦ଜଣ ସିଜିପିଏରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବାବେଳେ ସଫଳତା ହାର ୯୫ପ୍ରତିଶତ ରହିଛି। ଏହି ସଫଳତା ପାଇଁ ଲକ୍ଷ୍ମୀ ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ନାଗେଶ୍ୱର ରାଓ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହିତ ବିକାଶ ଉଚ୍ଚଶିକ୍ଷା ବିଭାଗର ଉଚ୍ଚକୋଟିର ଶିକ୍ଷା ପଦ୍ଧତି, ଅଧ୍ୟାପିକା, ଅଧ୍ୟାପକଙ୍କ ବିଧିବଦ୍ଧ ମାର୍ଗଦର୍ଶନ ଯୋଗୁ ଏହି ସଫଳତା ମିଳିଥିବା ସେ କହିଛନ୍ତି। ସେହିପରି ଉକ୍ତ ଶିକ୍ଷାନୁଷ୍ଠାନର ଚିଫ୍‌ ଏଡ଼ମିନିଷ୍ଟ୍ରେଟିଭ ଅଫିସର ଇଂ ଅଜୟ କୁମାର ମହାପାତ୍ର, ବରିଷ୍ଠ ଅଧିକାରୀ, ଡିନ୍‌, ଅଧ୍ୟକ୍ଷ, ଉପାଧ୍ୟକ୍ଷ ପ୍ରମୁଖ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?