ଗଡୁଛି ରବି ଚାଷ ସମୟ: ଚାଷୀଙ୍କୁ ମିଳିନି ଖରିଫ୍‌ ଧାନବିକ୍ରି ଟୋକନ

ବରଗଡ଼,୧୦।୧(ପ୍ରେମାନନ୍ଦ ଖମାରୀ):କେନାଲ ପାଣି ଆସିବା ପରେ ହୀରାକୁଦ ଜଳସେଚିତ ବରଗଡ଼ ଜିଲାର ଚାଷୀମାନେ ରବି ଚାଷକାର୍ଯ୍ୟ ଆରମ୍ଭ କରି ଦେଇଥାନ୍ତି। ଅଥଚ ଏପର୍ଯ୍ୟନ୍ତ ଜିଲାର ଚାଷୀଙ୍କ ଖରିଫ୍‌ ଅମଳ ଧାନ ବିକ୍ରି ହେବା ତ ଦୂରର କଥା, ଧାନବିକ୍ରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ କରାଯାଉଥିବା ଟୋକନ ଅନେକ ଚାଷୀଙ୍କୁ ମିଳିପାରି ନାହିଁ। ଫଳରେ କେବେ ଖରିଫରେ ଅମଳ ଧାନ ବିକ୍ରି କରିବେ ଏବଂ ରବି ଚାଷକାର୍ଯ୍ୟକୁ ଆଗେଇ ନେବେ, ଜିଲାର ଚାଷୀମାନଙ୍କୁ ସେହି ଚିନ୍ତା ଘାରିଛି। କେବଳ ସେତିକି ନୁହେଁ, ଏବେ ସୁଦ୍ଧା ଜିଲାର ଅନେକ ଚାଷୀଙ୍କୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଛନ୍ତି। ଆନ୍ଦୋଳନ ପରେ ପଞ୍ଜୀକରଣ ନେଇ ପ୍ରତିଶ୍ରୁତି ଦିଆଯାଇ ଥିଲେ ସୁଦ୍ଧା ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଫଳରେ ସମ୍ପୃକ୍ତ ଚାଷୀମାନଙ୍କ ଅମଳ ଧାନ ମଧ୍ୟ କ୍ଷେତ, ଖଳା ଏବଂ ଘରେ ବିକ୍ରି ଅପେକ୍ଷାରେ ପଡ଼ି ରହିଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ପୁଣି ତେଜି ଉଠିଛି। ଏହି କ୍ରମରେ ଶୁକ୍ରବାର ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଜିଲାର ବିଭିନ୍ନ ଅଞ୍ଚଳର ଚାଷୀମାନେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ହକ୍‌ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଉଦ୍ଦେଶ୍ୟରେ ଚାଷୀମାନେ ପୃଥକ ଭାବେ ଶତାଧିକ ଦାବିପତ୍ର ପ୍ରଦାନ କରିଥିଲେ। ବରଗଡ଼ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଏବଂ ସମବାୟ ଉପନିବନ୍ଧକ(ଡିଆର୍‌ସିଏସ୍‌) ଯୁଗଳ କିଶୋର ଦାଶ ଦାବିପତ୍ର ଗ୍ରହଣ କରିଥିଲେ। ଆସନ୍ତା ୧୫ତାରିଖ ସୁଦ୍ଧା ସମସ୍ତ ଚାଷୀଙ୍କୁ ଧାନବିକ୍ରି ଟୋକନ ପ୍ରଦାନ କରା ନଗଲେ କୌଣସି ମୁହୂର୍ତ୍ତରେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
ଗତବର୍ଷ ନଭେମ୍ବର ମାସ ୧୮ତାରିଖରୁ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ସୁଦ୍ଧା ଅନେକ ଚାଷୀଙ୍କୁ ଧାନବିକ୍ରି ପାଇଁ ପଞ୍ଜୀକୃତ କରାଯାଇ ନଥିଲା। ଫଳରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିଥିଲେ। ମାତ୍ର ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ସେତେବେଳେ ଧାରଣାସ୍ଥଳକୁ ପହଞ୍ଚି ଗତବର୍ଷ ନଭେମ୍ବର ୨୮ତାରିଖ ସୁଦ୍ଧା ସମସ୍ତ ପ୍ରକୃତ ଚାଷୀଙ୍କୁ ଧାନବିକ୍ରି ପାଇଁ ପଞ୍ଜୀକୃତ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଚାଷୀମାନେ ସେତେବେଳେ ଧାରଣାରୁ ଓହରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀଙ୍କୁ ପଞ୍ଜୀକୃତ କରାଯାଇ ନଥିବାବେଳେ ଧାନବିକ୍ରି ଟୋକନ ପାଇବାରୁ ବଞ୍ଚିତ ଅଛନ୍ତି। ସେହିପରି ଯେଉଁ ଚାଷୀଙ୍କୁ ଟୋକନ ମିଳିଛି, ସେଥିରେ ଚାଷ କରିଥିବା ଜମି ତୁଳନାରେ ବିକ୍ରିଯୋଗ୍ୟ ଧାନ ପରିମାଣ ଯଥେଷ୍ଟ କମ୍‌ ରହିଛି। ଏହି ଦୃଷ୍ଟିରୁ ଚାଷୀମାନେ ଖରିଫ ଅମଳ ଧାନ ବକ୍ରି କରି ପାରୁ ନାହାନ୍ତି ଏବଂ ରବି ଚାଷକାର୍ଯ୍ୟ ପ୍ରଭାବିତ ହେଉଛି।
ସାଧାରଣତଃ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାରେ ବରଗଡ଼ ଜିଲାରେ ୭୭.୪୦ ଲକ୍ଷ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ସଂଗୃହୀତ ହୋଇ ବିକ୍ରି ହୋଇଥାଏ। କିନ୍ତୁ ଏଥର ଏପର୍ଯ୍ୟନ୍ତ ଜିଲାର ୭୬ହଜାର ୭୮୮ ଚାଷୀଙ୍କଠାରୁ କେବଳ ୩୩ଲକ୍ଷ ୪୧ହଜାର ୨୩୦ କୁଇଣ୍ଟାଲ ଧାନ କିଣାଯାଇଛି। ଅନେକ ଚାଷୀ ଧାନ ବିକ୍ରି କରି ପାରି ନଥିବାରୁ ଋଣ ପରିଶୋଧ, ଛାତ୍ରୀଛାତ୍ରଙ୍କ ପାଠପଢ଼ା, ବିଦ୍ୟୁତ୍‌ ବିଲ୍‌ ପ୍ରଦାନ ସମେତ ପରିବାର ଗୁଜୁରାଣ ମେଣ୍ଟାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଅଦିନିଆଁ ବର୍ଷା ହେଲେ ଧାନ ବିକ୍ରି କରି ପାରି ନଥିବା ଚାଷୀମାନେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ସମସ୍ତ ଚାଷୀଙ୍କୁ ଟୋକନ ପ୍ରଦାନ ସହିତ ଧାନକିଣା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଦାବି ହୋଇଛି। ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ସମେତ ସୁଦାମ ପାତ୍ର, ନିରଞ୍ଜନ ପ୍ରଧାନ, ସୁବଳ ପ୍ରଧାନ, ଈଶାନ୍ତ ଭୋଇ, ରବିଶଙ୍କର ପ୍ରଧାନ, ଲିଙ୍ଗରାଜ ଦେହେରୀ, ବିକାଶ ଭୋଇ, ଶ୍ରଦ୍ଧାକର କର୍ମୀ, ଟେକରାଜ ପ୍ରଧାନ, ଜୟପ୍ରକାଶ ପ୍ରଧାନ, ଜୟନ୍ତୀ ସାହୁ, ମୋହନ ଭୋଇ, ଡାକ୍ତର ପାତ୍ର, ସରୋଜ ସାହୁ, ଭିଜନ ପାଢ଼ୀ, କଳାକାର ଦେହେରୀ, ସୁଦର୍ଶନ ନାୟକ ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆଗଦା ଭୁଶୁଡ଼ି ଚାଲିଗଲା ୪ ଜୀବନ: ୩୪ ଫସିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି…

ମାନିଲା,୧୦ା୧: କେନ୍ଦ୍ରୀୟ ଫିଲିପାଇନ୍ସରେ ଏକ ଅଳିଆଗଦା ଭୁଶୁଡ଼ି ଅନୂ୍ୟନ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳିଆ ତଳେ ୩୪ ଜଣ ଫସିରହିଥିବା ଆଶଙ୍କା କରାଯାଉଛି।...

ସୁନାଦେଈ କପ୍‌ କ୍ରିକେଟ: ଉଦ୍ୟାନବନ୍ଧ ଚାମ୍ପିୟନ

ନୂଆପଡ଼ା,୭ା୧(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା କଣାଭଏଁରା ଖେଳ ପଡ଼ିଆରେ ୮ତମ ଜୟ ମା’ ସୁନାଦେଈ କପ୍‌ କ୍ରିକେଟ ଶନିବାର ଉଦ୍‌ଯାପିତ...

EPFO Profile ଅପ୍‌ଡେଟ୍‌: ନାମ-ଜନ୍ମତାରିଖରୁ ନେଇ ବୈବାହିକ ସ୍ଥିତି ଯାଏ ପରିବର୍ତ୍ତନ କରିବାର ସହଜ ଉପାୟ

ନୂଆଦିଲ୍ଲୀ,୧୦।୧: ସାରା ଦେଶରେ କୋଟି କୋଟି ପ୍ରାଇଭେଟ ସେକ୍ଟର କର୍ମଚାରୀ ଏମ୍ପ୍ଲଏ ପ୍ରୋଭିଡେଣ୍ଟ ଫଣ୍ଡ (EPF) ସହ ଜଡ଼ିତ ଅଛନ୍ତି। ସମ୍ପ୍ରତି ଇପିଏଫଓ (EPFO) ସବସ୍କ୍ରାଇବରମାନଙ୍କୁ...

ଅଯୋଧ୍ୟା ରାମ ମନ୍ଦିରରେ ପଶି ନମାଜ ପାଠ ପାଇଁ କରୁଥିଲେ ଉଦ୍ୟମ: ଆଉ ତା’ ପରେ…

ଅଯୋଧ୍ୟା,୧୦ା୧: ଅଯୋଧ୍ୟା ରାମମନ୍ଦିର ପରିସରରେ ପ୍ରବେଶ କରି ନମାଜ ପାଠ ଉଦ୍ୟମ କରୁଥିବା କଶ୍ମୀରର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ କଶ୍ମୀର...

ଦିଗପହଣ୍ଡିରେ ଆନ୍ତଃଜିଲା ଖୋ-ଖୋ ଟୁର୍ନାମେଣ୍ଟ ଉଦ୍‌ଘାଟିତ, ରବିବାର ଦିନ…

ଦିଗପହଣ୍ଡି,୧୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ଶନିବାର ଆନ୍ତଃ ଜିଲା ଖୋ – ଖୋ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ମହାକାଳ...

ବନ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ- ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିରେ ଗଜପତି ଜିଲା ପାରଳାଖେମୁଣ୍ଡି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଚନ୍ଦ୍ରଗିରି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ତୃତୀୟ ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ; ହସାଇହସାଇ ବେଦମ କଲେ…

ଦାରିଙ୍ଗବାଡି, ୧୦ା୧ (ଅରୁଣ ସାହୁ )-ଏକାଦଶ ତମ ଦାରିଙ୍ଗବାଡି ଶୀତ ମହୋତ୍ସବର ତୃତୀୟ ଦିବସର ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା।...

୧୨ ବର୍ଷ ବ୍ୟବଧାନ ପରେ ଭାରତକୁ ଫେରିଛି ଫିଫା ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୧୦।୧: ଜୁନ ୧୧ ତାରିଖରୁ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ ଟୁରର ଅଂଶବିଶେଷ ଭାବେ ଟ୍ରଫି ଶନିବାର ଭାରତରେ ପହଞ୍ଚିଛି। ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri