Posted inଫୁରସତ

ୟୁଟ୍ୟୁବରୁ ଠେକୁଆ ପାଳନ ସମ୍ପର୍କରେ ଭିଡ଼ିଓ ଦେଖି ସୃଷ୍ଟି କରିପାରିଛନ୍ତି ନିଆରା ପରିଚୟ

ୟୁଟ୍ୟୁବରୁ ଠେକୁଆ ପାଳନ ସମ୍ପର୍କରେ ଏକ ଭିଡ଼ିଓ ଦେଖିବାକୁ ପାଇ ଏବେ ସେ ଜଣେ ସଫଳ ଠେକୁଆ ପାଳକ ଭାବେ ଭଲ ରୋଜଗାର କରିବା ସହିତ ନିଜର ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି…
ରୋଜଗାର ପନ୍ଥା ଯାହାବି ହେଉ ଦୃଢ଼ମନୋବଳ ନେଇ ନିଷ୍ଠା ଓ ଉଦ୍ୟମ ଜାରି ରଖିଲେ କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳେ। ଏମିତିରେ ଜଣେ ଶିକ୍ଷିତଯୁବକ ସ୍କୁଲ ଓ କଲେଜ ପଢ଼ାସାରି ଘରେ ବସି ନ ରହି କିପରି ନିଜେ ସ୍ବାବଲମ୍ବୀ ହୋଇପାରିବେ ସେହି କଥା ଚିନ୍ତା କରୁଥିଲେ। ଥରେ ୟୁଟ୍ୟୁବରୁ ଠେକୁଆ ପାଳନ ସମ୍ପର୍କରେ ଏକ ଭିଡ଼ିଓ ଦେଖିବାକୁ ପାଇଲେ। ଆଉ ଏବେ ସେ ଜଣେ ସଫଳ ଠେକୁଆ ପାଳକ ଭାବେ ଭଲ ରୋଜଗାର କରିବା ସହିତ ରାଜ୍ୟରେ ନିଜର ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ହେଲେ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ରତନପୁର ଗ୍ରାମପଞ୍ଚାୟତ ଅଧୀନ ତାଳଡିହ ଗାଁର ଆଲୋକ ପ୍ରଧାନ ଓରଫ ପପୁ, ବୟସ ପ୍ରାୟ ୨୮। ପିତା ଜଳଧର ପ୍ରଧାନ ଜଣେ ଅବସରପ୍ରାପ୍ତ ସୈନିକ, ମା’ ମଣିମାଳା ଜଣେ ଗୃହିଣୀ । ଆଲୋକ କୁହନ୍ତି, ଗାଁରେ ସ୍କୁଲ,କଲେଜ ପଢାସାରି ଭୁବନେଶ୍ୱର ରିଜିଓନାଲ କଲେଜ ଅଫ ମ୍ୟାନେଜମେଣ୍ଟରେ MBA ଓ ତା’ ସହ NIITରୁ GNIIT ସଫ୍ଟୱେର ଇଞ୍ଜିନିୟରିଂ ସାରିଲି। ଘରେ ନ ବସି ଏକ ଘରୋଇ କମ୍ପାନୀରେ ପ୍ରାୟ ୪ବର୍ଷ ଧରି କାଯର୍‌ୟକରୁଥିଲି। କିନ୍ତୁ ନିଜେ କିପରି ସ୍ବାଧୀନ ଭାବେ ଭଲ ରୋଜଗାର କରିପାରିବି ସେଥିପାଇଁ ଚିନ୍ତାଘାରିଲା। ଏମିତିରେ ଥରେ ୟୁଟ୍ୟୁବରୁ ଏକ ଠେକୁଆ ପାଳନ ଭିଡ଼ିଓ ଦେଖିଲି। ଠେକୁଆ ପାଳନ ସମ୍ପର୍କରେ ଜାଣିବା ପାଇଁ ଆସିୟାନ ରା଼ବିଟ ଫାର୍ମର ନର୍ଥଇଷ୍ଟର ମୁଖ୍ୟ ୟୁଜବିନ୍ଦର ମଲିକଙ୍କ ସହିତ କଥା ହୋଇପାରିଲି। ତାଙ୍କର ପରାମର୍ଶ ପରେ ହରିୟାଣାର ସଫିଦୋ ଅଞ୍ଚଳକୁ ଯାଇ ସେଠାରେ ଥିବା ତାଙ୍କର ଫାର୍ମରେ ଠେକୁଆ ପାଳନ, ଠେକୁଆମାନଙ୍କ ସୁରକ୍ଷା, ଖାଦ୍ୟବ୍ୟବସ୍ଥା ଓ ବ୍ୟବସାୟ ଆଦି ବିଷୟରେ ପ୍ରାୟ ୩/୪ଦିନରେ କିଛି ଟ୍ରେନିଂ ପାଇ ନିଜ ଗାଁକୁ ଫେରିଆସିଲି। ୨୦୧୯ ମସିହାରେ ପ୍ରଥମେ ଆମଅଞ୍ଚଳରେ ଏହି କାର୍ଯ୍ୟ ଆରମ୍ଭ କରିବା ପାଇଁ ପରିବାରରେ ପରାମର୍ଶ ନେଲି। ଘରର ବାରିପଟେ ଥିବା ପ୍ରାୟ ୩୦୦୦ସ୍କୋୟାର ଫୁଟ ଜାଗାରେ ଏକଛାତ ଘର ନିର୍ମାଣ କରାଗଲା। ତା’ ପରେ ମାଂସ ପାଇଁ ବିକ୍ରି ହୋଇପାରୁଥିବା ବ୍ରଏଲର ଠେକୁଆ ଯାହାକୁ କେରଳରୁ-ହ୍ବାଇଟ ଜ୍ୟାଣ୍ଟ, ସୋଭିଏଟ୍‌ ଚୀନଚଲା, ଗ୍ରେଜ୍ୟାଣ୍ଟ, ନ୍ୟୁଜିଲାଣ୍ଡ୍‌ ଓ୍ବାଇଟ୍‌, ଟାଇଗର ଜ୍ୟାଣ୍ଟ, ମିକ୍ସ ବ୍ରିଡ୍‌ ଆଦି ୬ଟି ପ୍ରଜାତିର ପ୍ରାୟ ୨୦୦ଟି ଠେକୁଆ ମଧ୍ୟରେ ପୁରୁଷ ୬୦ଟି ଓ ମାଈ ଠେକୁଆ୧୪୦ଟି କିଣା ହୋଇଥିଲା । ଘର ନିର୍ମାଣ ଓ ଠେକୁଆ ବାବଦକୁ ମୂଳଧନ ପ୍ରାୟ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ତେବେ ପ୍ରତି ଦିନ ଗୋଟିଏ ଠେକୁଆଙ୍କ ପିଛା ସକାଳୁ ପ୍ରାୟ୧୦୦ଗ୍ରାମ ଘାସ, ଅଳ୍ପପାଣି, ସେହିପରି ସନ୍ଧ୍ୟାରେ ୫୦ରୁ ୭୫ଗ୍ରାମର ପ୍ୟାଲେଟ ଫିଡ଼ (ଠେକୁଆ ଖାଦ୍ୟ ) ଦିଆଯାଇଥାଏ। ଏହି ଫାର୍ମରେ ଠେକୁଆଙ୍କ ସୁରକ୍ଷା ପାଇଁ ତାର ଜାଲି,ତାପମାତ୍ରା ପ୍ରାୟ୧୦ରୁ ୩୦ଡିଗ୍ରୀ ସେଣ୍ଟି ଗ୍ରେଡ଼ର ରହିବାପାଇଁ ଫ୍ୟାନ, ବିଦ୍ୟୁତ ବଲ୍‌ବ, ପୁଣି ଖରାଦିନେ ବିନା ମାଟିରେ ମକା ମଞ୍ଜିରୁ ସୃଷ୍ଟି ହେଉଥିବା ଘାସ (ହାଇଡ୍ରୋଫୋନିକ ଫୋଡ଼ର) ବ୍ୟବସ୍ଥା କରାଯାଇଥାଏ। ଏମିତିରେ ଗୋଟିଏ ଠେକୁଆର ଆୟୁଷ ପ୍ରାୟ ୬ରୁ ୭ ବର୍ଷ ହୋଇପାରେ। ସେମାନଙ୍କ ଜୀବନ କାଳ ମଧ୍ୟରେ ଓଜନ ପ୍ରାୟ ୪ରୁ ୫କିଗ୍ରା ହୋଇଥାଏ। ସେହିପରି ଗୋଟିଏ ମା’ ଠେକୁଆ ୩୨ଦିନ ମଧ୍ୟରେ ପ୍ରାୟ ୨ରୁ ୧୦ଟି ଛୁଆ ଜନ୍ମ ଦେଇଥାଏ। ତେବେ ମା’ ଠେକୁଆଟି ଗର୍ଭଧାରଣର ପ୍ରାରମ୍ଭରେ ଜନ୍ମ ଲାଭକରିବାକୁ ଅପେକ୍ଷା କରିଥିବା ଶାବକ ଠେକୁଆଙ୍କ ପାଇଁ ନିଜ ଲୋମରେ ଏକ ଶେଜ ତିଆରି କରିଥାନ୍ତି। ତା’ ପରେ ମା’ ଠେକୁଆଠାରୁ ଜନ୍ମ ଲାଭ କରିଥିବା ଶାବକ ଜନ୍ମରୁ ପ୍ରାୟ ୩୦ରୁ ୪୫ଦିନ ପର୍ଯ୍ୟନ୍ତ କ୍ଷୀର ପିଅନ୍ତି। ତେବେ ଗୋଟେ ଠେକୁଆ ଦେଢ କିଲୋ ଗ୍ରାମ ଓଜନ ହେବାକୁ ପ୍ରାୟ ୩ରୁ ୪ମାସ ସମୟ ଲାଗେ। ବିଶେଷ କରି ଏପରି ଠେକୁଆଙ୍କ ପତଳା ଝାଡା ହେଲେ ଓଫ୍ଲୋଲୋମାକ ସିରପ୍‌, ସେହିପରି ଥଣ୍ଡା ଜର ହେଲେ ପାରାସିଟାମଲ ସିରପ୍‌କୁ ନିର୍ଦ୍ଦିଷ୍ଟ ପରିମାଣ ପାଣିରେ ଗୋଳେଇ ପିଇବା ପାଇଁ ଦିଆଯାଇ ଥାଏ। କିନ୍ତୁ ମାଂସ ପାଇଁ ବିକ୍ରି ହେଉଥିବା ୧କିଗ୍ରା ଠେକୁଆର ମୂଲ୍ୟ ପ୍ରାୟ ୨୨୫ ଟଙ୍କାରେ ରାଜ୍ୟ ବାହାରକୁ ପଠାଯାଇଥାଏ। ଏବେ ପ୍ରାୟ ୨ରୁ ୩ ମାସ ମଧ୍ୟରେ ଗୋଟିଏ ବ୍ୟାଚରେ ପ୍ରାୟ ଦେଢ ଲକ୍ଷ ଟଙ୍କାର ଠେକୁଆ ବିକ୍ରି ହୋଇପାରୁଛ। ଏମିତିରେ ପ୍ରାୟ ସବୁ ଖର୍ଚ୍ଚ ଯାଇ ମାସକୁ ପ୍ରାୟ ୨୫ରୁ ୩୫ହଜାର ଟଙ୍କା ଲାଭ ମିଳି ପାରୁଛି। ଏଠାରେ ନିୟମିତ ଜଣେ ଶ୍ରମିକ କାର୍ଯ୍ୟ କରି ତା’ ପରିବାର ଗୁଜୁରାଣ ମେଣ୍ଟାଇ ଥାନ୍ତି। ଅନ୍ୟ ପଶୁ ପାଳନ ତୁଳନାରେ ଠେକୁଆ ଫାର୍ମରେ କମ ପରିଶ୍ରମ। ସେମାନଙ୍କୁ ୨ଥର ଖାଦ୍ୟ ଦେବାକୁ ପଡେ। ଜଣେ ୩୦ହଜାର ଟଙ୍କାରେ ବି ଏହି ପାଳନ ଆରମ୍ଭ କରିପାରିବ। ଏହି ଫାର୍ମ ଦ୍ୱାରା ମୁଁ ବେଶ୍‌ ଖୁସି ଅଛି। ଭଲ ଲାଭ ବି ହୋଇପାରୁଛି। ଯଦି ସରକାରଙ୍କ ପକ୍ଷରୁ ଏଥିପ୍ରତି କିଛି ଆର୍ଥିକ ଓ ଟ୍ରେନିଂ ବ୍ୟବସ୍ଥା ହୁଏ ତେବେ ଅନେକ ଯୁବତୀ ଯୁବକ ଏହି ଠେକୁଆ ପାଳନରେ ଉପକୃତ ହୋଇପାରିବେ ।ଏହା ଅନ୍ୟ ମାନଙ୍କୁ ରୋଜଗାର ପାଇଁ ପ୍ରେରଣା ଦେବାରେ ସହାୟକ ହୋଇପାରିବ ।
– ବନ ବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri