Posted inଫୁରସତ

ଆମାଜନ ରହସ୍ୟ ‘ଥର୍ମାଲ ରିଭର’

ଲିମା: ପୃଥିବୀର ଏକ ଅବୁଝା ରହସ୍ୟ ଆମାଜନ ଜଙ୍ଗଲ। ହଜାର ହଜାର ଏକର ଜମିରେ ପରିବ୍ୟାପ୍ତ ଏହି ଘଞ୍ଚ ଜଙ୍ଗଲର ଅନେକ ଅଂଶ ଆଜି ବି ଅପହଞ୍ଚ ହୋଇ ରହିଛି। ୯ ଦେଶର ସୀମା ସହିତ ଜଡ଼ିତ ବିଶାଳ ଆମାଜନ ନଦୀ ଅବବାହିକାରେ ହଜାର ହଜାର ପ୍ରଜାତିର ବନ୍ୟଜୀବ, ଗଛଲତାରେ ପରିପୂର୍ଣ୍ଣ। ଏଥିରୁ ଏହାର ବିଶାଳତା ସହଜରେ ଅନୁମେୟ।
ଆମାଜନ ଜଙ୍ଗଲର ଏକ ଅଂଶ ପେରୁ ସୀମାନ୍ତ ସହିତ ଲାଗିରହିଛି। ଏଠାରେ ପ୍ରବାହିତ ଏକ ନଦୀ ୨୪ ଘଣ୍ଟା ଟକମକ ହୋଇ ଫୁଟୁଥିବା ଦେଖାଯାଏ। ଏହାକୁ ପୃଥିବୀର ସବୁଠାରୁ ବଡ଼ ବଏଲିଂ ରିଭର ବା ଥର୍ମାଲ ନଦୀର ମାନ୍ୟତା ମିଳିଛି। ତେବେ ନଦୀର ଏପରି ଅସ୍ବାଭାବିକ ପ୍ରକୃତିର କାରଣ କ’ଣ ହୋଇପାରେ ଏବଂ କାହିଁକି ନଦୀର ପାଣି ଏପରି ଫୁଟୁଛି ତାହା ଏବେ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ଭୂବୈଜ୍ଞାନିକ ଆଣ୍ଡ୍ରେ ରୁଜୋ ୨୦୧୧ରେ ଏହି ରହସ୍ୟମୟ ନଦୀକୁ ପ୍ରଥମେ ଠାବ କରିଥିଲେ। ଏହି ଥର୍ମାଲ ନଦୀକୁ ସ୍ଥାନୀୟ ଭାଷାରେ ‘ମାୟାନତୁୟାକୁ’ କୁହାଯାଏ। ପିଲାଦିନରୁ ନିଜ ଜେଜେବାପାଙ୍କ ଠାରୁ ଆଣ୍ଡ୍ରେ ଏଭଳି ଥର୍ମାଲ ନଦୀ ବିଷୟରେ ବହୁ କାହାଣୀ ଶୁଣିଥିଲେ। ବୈଜ୍ଞାନିକ ଚିନ୍ତାଧାରାକୁ ବିଶ୍ୱାସ କରୁଥିବା ଆଣ୍ଡ୍ରେଙ୍କ ବିଶ୍ୱାସ ଥିଲା, ଲୋକକଥାରେ ରହିଥିବା ଏହି ନଦୀର ଅସ୍ତିତ୍ୱ ବାସ୍ତବରେ ନିଶ୍ଚିତ ଭାବେ ଥିବ। ଜେଜେବାପାଙ୍କ ଏହି କାହାଣୀ ତାଙ୍କୁ ‘ମାୟାନତୁୟାକୁ’ର ଆବିଷ୍କାର ଲାଗି ପ୍ରେରିତ କରିଥିଲା। ତେବେ ଏଥିଲାଗି ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଭୂ-ବୈଜ୍ଞାନିକ ହେବା ପରେ ଆଣ୍ଡ୍ରେ ଏ ବିଷୟରେ ତନ୍ନତନ୍ନ କରି ପରୀକ୍ଷାନିରୀକ୍ଷା କରିବାରେ ଲାଗିପଡ଼ିଲେ। ଏଥିଲାଗି ସେ ଖଣିଖାଦାନରେ ପରୀକ୍ଷାନୀରିକ୍ଷା କରିଥିଲେ। ସରକାର, ଗ୍ୟାସ୍‌ କମ୍ପାନୀ ଅଧିକାରୀଙ୍କ ସହ ଆଲୋଚନା କରି ବହୁ ତଥ୍ୟ ସଂଗ୍ରହ କରିଥିଲେ। ହେଲେ କାହାରି ମତ ତାଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ସବୁଆଡୁ ନାସ୍ତିବାଣୀ ଶୁଣିବା ପରେ ସେ ନିଜେ ଏହାକୁ ଖୋଜିବା ଲାଗି ଅଭିଯାନ ଆରମ୍ଭ କରିଥିଲେ। ତେବେ ଏଥିପୂର୍ବରୁ ବୈଜ୍ଞାନିକମାନେ ତାଙ୍କୁ ସତର୍କ କରାଇଥିଲେ। ଜୀବନ୍ତ ଆଗ୍ନେୟଗିରିଠାରୁ ଦୂରରେ ଥିବାରୁ ସମ୍ଭବତଃ ଆମାଜନ ଜଙ୍ଗଲରେ ଏଭଳି ‘ଥର୍ମାଲ ନଦୀ’ ମିଳିବା ଅସମ୍ଭବ ବୋଲି ସେମାନେ ମତଦେଇଥିଲେ। ତଥାପି ନିଜର ଅନୁସନ୍ଧିତ୍ସୁ ମନୋଭାବ ନେଇ ଆଣ୍ଡ୍ରେ ଏପରି ନଦୀ ଖୋଜିବାକୁ ବାହାରିଥିଲେ। ସେତେବେଳେ ସେ ଟେକ୍ସାସ ବିଶ୍ୱବିଦ୍ୟାଳୟରେ ପି.ଏଚ୍‌.ଡି. କରୁଥିଲେ।

ଶେଷରେ ଆଣ୍ଡ୍ରେଙ୍କୁ ସଫଳତା ମିଳିଥିଲା। ପେରୁ ସୀମାନ୍ତରେ ତାଙ୍କର ଦୃଷ୍ଟିଗୋଚର ହୋଇଥିଲା ଫୁଟନ୍ତା ନଦୀ। ଏହି ନଦୀ ହାରାହାରି ୪ ମାଇଲ ଦୀର୍ଘ ଥିଲା। ଏହାର କୂଳରେ ବସବାସ କରୁଥିବା ‘ଆଶାନିଙ୍କା’ ଜନଜାତି ଲାଗି ଏହା ଥିଲା ‘ପବିତ୍ର ନଦୀ’। ଏକ ସାକ୍ଷାତକାରରେ ଆଣ୍ଡ୍ରେ କହିଛନ୍ତି, ଏହି ନଦୀର ଜଳ ଅତ୍ୟନ୍ତ ଗରମ। ହାରାହାରି ତାପମାତ୍ରା ୮୦ ଡିଗ୍ରୀ। ଏଥିରେ ଆଙ୍ଗୁଠି ବୁଡ଼ାଇଲେ କେଇ ସେକେଣ୍ଡ ମଧ୍ୟରେ ସିଝିଯିବ। ଉତ୍ତପ୍ତ ନଦୀଜଳରେ ବୁଡ଼ି ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ଘଟୁଥିବା ସେ ନିଜ ଆଖିରେ ଦେଖିଛନ୍ତି। ‘ମାୟାନତୁୟାକୁ’ର ଆବିଷ୍କାର ସମ୍ପର୍କିତ ଅନୁଭୂତିକୁ ସେ ‘ଦି ବଏଲିଂ ରିଭର: ଆଡଭେଞ୍ଚର ଆଣ୍ଡ ଡିସ୍‌କଭରି ଇନ୍‌ ଦି ଆମାଜନ’ ନାମକ ପୁସ୍ତକରେ ସ୍ଥାନିତ କରିଛନ୍ତି। ଏହି ନଦୀର ପୂର୍ବତନ ନାମ ‘ଶାନାୟ-ଟିମ୍ପିଶକା’। ଏହାର ଅର୍ଥ ସୂର୍ଯ୍ୟ କିରଣରେ ଫୁଟୁଥିବା ପାଣି। ଏହି ନଦୀର ଇତିହାସ ଜାଣିବା ଲାଗି ଏକ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଅଧିକ ତଥ୍ୟ ହାସଲ କରିବାକୁ ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ଜନଜାତିକୁ ଏଥିରେ ଯୋଡ଼ାଯାଇଛି। ପର୍ଯ୍ୟଟକଙ୍କୁ ନଦୀରେ କୌଣସି ସାମଗ୍ରୀ ଫିଙ୍ଗିବା କିମ୍ବା କ୍ଷତି ପହଞ୍ଚାଇବାକୁ ବାରଣ କରାଯାଉଛି ବୋଲି ଆଣ୍ଡ୍ରେ ସୂଚନା ଦେଇଛନ୍ତି।

ଜୀବନ୍ତ ଆଗ୍ନେୟଗିରି ନିକଟବର୍ତ୍ତୀ ନଦୀର ପାଣି ଉତ୍ତପ୍ତ ହେବା ସ୍ବାଭାବିକ କଥା। କିନ୍ତୁ ‘ମାୟାନତୁୟାକୁ’ଠାରୁ ନିକଟତମ ଆଗ୍ନେୟଗିରିର ଦୂରତା ପାଖାପାଖି ୭୦୦ କି.ମି.। ତଥାପି ଏହାର ପାଣି ଉତ୍ତପ୍ତ ହେବା ଭୂତତ୍ତ୍ୱବିତ୍‌ଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଭୂପୃଷ୍ଠ ଅଭ୍ୟନ୍ତରରେ ରାସାୟନିକ ପ୍ରତିକ୍ରିୟା ଯୋଗୁ ଏହା ହେଉଥିବା ଅନୁମାନ କରାଯାଉଛି। ତେବେ ଏଯାଏ ଏହା ସ୍ପଷ୍ଟ ପ୍ରମାଣିତ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?