ଆର.ଉଦୟଗିରି-ଶରଳାପଦର ରାସ୍ତା ମରଣଯନ୍ତା

ଆର.ଉଦୟଗିରି,୬ା୯(ଡି.ଏନ.ଏ.): ଆର.ଉଦୟଗିରି ଥାନା ଶରଳାପଦରରୁ ଆର.ଉଦୟଗିରି ରାସ୍ତା ମରଣଯନ୍ତା ପାଲଟିଛି। ୨୦୦୮ରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତା କାମ ହୋଇଥିଲା। ଆଜି ପର୍ଯ୍ୟନ୍ତ ଏହି ରାସ୍ତାରେ ମାଟି ମଧ୍ୟ ପଡିନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାମ ସରିବା ପରେ ଏହି ରାସ୍ତାକୁ ପିଡବ୍ଲ୍ୟୁଡି ବିଭାଗକୁ ହସ୍ତାନ୍ତର କରାଯାଇଛି। ପୂର୍ତ୍ତ ବିଭାଗ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର ବିଲ୍‌ ଦେଖାଉଥିବା ବେଳେ ପ୍ରକୃତରେ କୌଣସି କାମ ଏହି ରାସ୍ତାରେ ଦେଖିବାକୁ ମିଳୁନି। ରାସ୍ତା ଅବସ୍ଥା ଭଲ ଥିଲା, କିଛି ଦିନ ହେବ ଅଦିନିଆ ବର୍ଷା ହୋଇ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇଯାଇଛି। କିଛି ଦିନ ତଳେ ବର୍ଷାରେ ଘୋଡାନାଳ ନିକଟରେ ବଣରୁ ବଡ ବଡ ପଥର ଖସି ରାସ୍ତା ପାର୍ଶ୍ୱରେ ପଡିଛି। କିନ୍ତୁ ଆଜିସୁଦ୍ଧା ପୂର୍ତ୍ତ ବିଭାଗ ଅଧିକାରୀ ଉଠାଇବାର ନାଁ ଧରୁନାହାନ୍ତି। ଫଳରେ ଗାଡିମୋଟର ଯାତାୟାତ ବେଳେ ବହୁ ଅସୁବିଧା ହେଉଛି। ବର୍ଷା ଜଳରେ ରାସ୍ତା ଦୁଇ ପାର୍ଶ୍ୱ ଆଣ୍ଠୁଏ ଖାଲ ହୋଇଥିବାରୁ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଥିପ୍ରତି ପୂର୍ତ୍ତ ବିଭାଗ ଦୃଷ୍ଟିଦେଇ ରାସ୍ତା ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ୬ଟି ପଞ୍ଚାୟତର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ପ୍ରତିଦିନ 1ଯାତ୍ରୀବାହୀ ଗାଡ଼ିଠାରୁ ଆରମ୍ଭ କରି ଦୁଇଚକିଆ ଗାଡ଼ି ୧୦୦ରୁ ଊର୍ଦ୍ଧ୍ୱ ଯାତାୟାତ କରନ୍ତି। ରାସ୍ତାସାରା ଖାଲଖମା ଯୋଗୁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ସରିବା ପରେ ୫ ବର୍ଷ ପର୍ଯ୍ୟନ୍ତ ଏହି ରାସ୍ତାର ମରାମତି ହେବା କଥା। ମାତ୍ର ଏହାପରେ ବିଭିନ୍ନ ସ୍ଥାନରେ ଖାଲଖମା ହୋଇଥିଲେ ମଧ୍ୟ କାମ ହୋଇନାହିଁ। ଶରଳାପଦରଠାରୁ ଆର.ଉଦୟଗିରି ୧୦କିଲୋମିଟର ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି। ସାମାନ୍ୟ ବର୍ଷାରେ ଖାଲରେ ଆଣ୍ଠୁଏ ପାଣି ଜମି ଦୁର୍ଘଟଣା ଘଟୁଛି। ତେବେ ତୁରନ୍ତ ଏହି ରାସ୍ତା କାମ ନ ହେଲେ ସମ୍ବଲପର ସରପଞ୍ଚ ଜଗନ୍ନାଥ ଗମାଙ୍ଗ, ତାଣ୍ଡିଗୁଡା ଗ୍ରାମର ବିକ୍ରମ ଆନନ୍ଦ ଓ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭାକର ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ସେହି ରାସ୍ତାକୁ ପୂର୍ତ୍ତ ବିଭାଗକୁ ଦୁଇ ବର୍ଷ ହେବ ହସ୍ତାନ୍ତର କରାଯାଇଛି। ସେ ରାସ୍ତା ମରାମତି କାମ କରିବେ। ଅନ୍ୟପଟେ ପୂର୍ତ୍ତ ବିଭାଗର ପାରଳାଖେମୁଣ୍ଡି ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦାସଙ୍କୁ ପଚାରିବାରୁ ଉକ୍ତ ରାସ୍ତା ପାଇଁ କୌଣସି ଟଙ୍କା ଆସୁନି ଆମେ କିପରି କାମ କରିବୁ । ଉପର ଅଧିକାରୀଙ୍କୁ କହି ଟଙ୍କା ଆଣିଲେ କାମ କରିବୁ ବୋଲି କହିଥିଲେ। ଆର.ଉଦୟଗିରି ସବ୍‌ଡିଭିଜନରେ ଦୀର୍ଘ ମାସ ହେବ ସହକାରୀ ଯନ୍ତ୍ରୀ ପଦବୀ ଖାଲି ପଡିବା ସହ ଆର.ଉଦୟଗିରି ଓ ଖଜୁରିପଦା ସେକ୍ସନରେ ଦୀର୍ଘ ମାସ ହେଲା ସହକାରୀ କନିଷ୍ଠ ଯନ୍ତ୍ରୀ ପଦବୀ ଖାଲି ପଡିଛି। ଏହି ବିଷୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହି ସବ୍‌ଡିଭିଜନରେ ଏକମାତ୍ର କନିଷ୍ଠ ଯନ୍ତ୍ରୀରେ ଅଫିସ ଚାଲିଛି। ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେଇ ଆର.ଉଦୟଗିରି ସବ୍‌ଡିଭିଜନ ପୂର୍ତ୍ତ ବିଭାଗରେ ଖାଲି ପଡିଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି କରିବାକୁ ଦାବି ହେଉଛି। ଏଥିସହ ଆର.ଉଦୟଗିରିରୁ ଶରଳାପଦର ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri