Posted inଖେଳ

ରୋହିତଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଲେ ଅଶ୍ୱିନ

ନୂଆଦିଲ୍ଲୀ,୧୫।୧: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଏକ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆର ଅନ୍ତିମ ଓଭରରେ ଶ୍ରୀଲଙ୍କା ଅଧିନାୟକ ଦାସୁନ୍‌ ଶାନାକା(୯୮) ରନ୍‌ କରି ବ୍ୟାଟିଂ କରୁଥିଲେ। ସେତେବେଳେ ବୋଲିଂ ସମ୍ଭାଳିଥିଲେ ମହମ୍ମଦ ଶାମୀ। ତେବେ ଶାମୀ ଶାନାକାଙ୍କୁ ନନ୍‌ ଷ୍ଟ୍ରାଇକର୍‌ ଏଣ୍ଡରୁ ମାଙ୍କଡ଼ିଂ ଜରିଆରେ ଆଉଟ୍‌ କରିଥିଲେ। ହେଲେ ରୋହିତ ଏହି ଅପିଲକୁ ଫେରାଇ ନେଇଥିଲେ। ଏହାପରେ ଶାନାକା ମ୍ୟାଚ୍‌ରେ ଶତକ ଲଗାଇବାରେ ସଫଳ ହୋଇଥିଲେ। ରୋହିତଙ୍କ ଏହି ନିଷ୍ପତ୍ତିକୁ ଅନେକେ ବେଶ ପ୍ରଶଂସା କରିଥିଲେ ହେଁ ଅଶ୍ୱିନ କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଅଶ୍ୱିନ କହିଛନ୍ତି, ଶାନାକା ୯୮ ରନ୍‌ କରି ଖେଳୁଥିବା ବେଳେ ଶାମୀ ତାଙ୍କୁ ଆଉଟ୍‌ କରିଥିଲେ ଏବଂ ଅପିଲ କରିଥିଲେ। ରୋହିତ ଏହାକୁ ଫେରାଇ ନେଇଥିଲେ। ଏହାପରେ ଅନେକେ ଏନେଇ ଟୁଇଟ୍‌ କରିଥିଲେ। ମୁଁ ଏତିକି କହିବାକୁ ଚାହୁଁଛି ଯେ ଖେଳର ସ୍ଥିତି ଅପରିହାର୍ଯ୍ୟ। ଯଦି କେହି ଏଲ୍‌ବିଡବ୍ଲୁ ଅଥବା କ୍ୟାଚ୍‌ର ଅପିଲ କରୁଛନ୍ତି ତେବେ ଏହା ବୈଧ ଉପାୟ। ଏମିତିରେ କୌନ ବନେଗା କରୋଡପତିର ସରଥ କୁମାର ଅଥବା ଅମିତାଭ ବଚ୍ଚନଙ୍କ ଭଳି କେହି ଅଧିନାୟକଙ୍କୁ ପଚାରିବେ ନାହିଁ ଯେ ସେ ଅପିଲ ଉପରେ ଆତ୍ମବିଶ୍ୱାସୀ କି ନାହିଁ। ଯଦି ଜଣେ ବୋଲର ଅପିଲ କରୁଛି ତେବେ ଆଉଟ୍‌ ଦେଇଦେବା ଉଚିତ। ଏହା ଏଠାରେ ହିଁ ଶେଷ ହେବ। ଫିଲ୍ଡର ଅପିଲ କରୁଥିଲେ ମଧ୍ୟ ଖେଳାଳିଙ୍କୁ ଆଉଟ୍‌ ଘୋଷଣା କରିବା ଅମ୍ପାୟାରଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପକ୍କା! ଚତୁର୍ଥ ଟି-୨୦ରେ ଏହି ୩ ଖେଳାଳିଙ୍କ ସ୍ଥାନ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୯।୭ : ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ…

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri