ଆଜି ରାଜ୍ୟରେ ସୁସ୍ଥ ହେଲେ ୨୫୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭ା୧୧(ବ୍ୟୁରୋ): ରାଜ୍ୟରେ ସୁସ୍ଥ ହାର ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଶନିବାର ଆଉ ୨୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୦ ଲକ୍ଷ ୩୭ ହଜାର ୮୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଟୁଇଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୧୮ ଜଣ ରହିଛନ୍ତି।

ସେହିପରି ମୟୂରଭଞ୍ଜରୁ ୨୪, କଟକ, ୨୦, ବାଲେଶ୍ୱର ୧୦, ସୁନ୍ଦରଗଡ଼ ୮, ଜଗତସିଂହପୁର ୭, ପୁରୀ ୭, ଯାଜପୁର ୬, ସମ୍ବଲପୁର ୬, କେନ୍ଦ୍ରାପଡ଼ା ୪, ଭଦ୍ରକ ୩, ନୟାଗଡ଼, ୩, ଅନୁଗୋଳ ୨, ଗଞ୍ଜାମ ୨, କୋରାପୁଟ ୨, ମାଲକାନଗିରି ୨, ରାୟଗଡ଼ାରୁ ୨ ଏବଂ ଦେବଗଡ଼ରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ରହିଛି ୨୮।

Share