Odisha Elections 2024

ନିଷ୍ପତ୍ତିରେ ପ୍ରଶ୍ନବାଚୀ

ସରକାରୀ ନିଷ୍ପତ୍ତିରେ ସ୍ଥିରତା ବା ସୁସଙ୍ଗତି ଦାୟିତ୍ୱପୂର୍ଣ୍ଣ ଶାସନର ଏକ ମୌଳିକ ନୀତି। ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି ଯତ୍ନର ସହ ବିଚାର କରାଯିବା ପରେ ତାହାକୁ ଗ୍ରହଣ କରାଯିବା ଦେଖାଯାଇଛି ଓ ଏହା ସରକାରଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। କନ୍ତୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର୍‌ଙ୍କ ଦ୍ୱାରା କରାଯାଇଥିବା ଏକ ପ୍ରମୁଖ ନିଯୁକ୍ତିକୁ ହଠାତ୍‌ ବଦଳେଇଦିଆଯିବା ଦ୍ୱାରା ବାସ୍ତବରେ ନିଷ୍ପତ୍ତି ନିର୍ଦ୍ଧାରଣ ପ୍ରକ୍ରିୟାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୃହ, ଜେଲ, ଅପରାଧ ଅନୁସନ୍ଧାନ ଏବଂ ନ୍ୟାୟିକ ପ୍ରଶାସନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ୍‌)ଭାବେ ସୁଧୀର ରାଜପାଲଙ୍କ ନିଯୁକ୍ତିକୁ ରାଜ୍ୟ ସରକାର ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ଆଦେଶକୁ ପ୍ରତ୍ୟାହାର କରି ରାଜପାଲଙ୍କୁ ବିଦ୍ୟାଳୟ ଶିକ୍ଷା ବିଭାଗ ଏବଂ ସହଯୋଗ ବିଭାଗର ଏସିଏସ୍‌ ଭାବେ ନିଯୁକ୍ତ କରିବା ସକାଶେ ନୂଆ ନିର୍ଦ୍ଦେଶ ଜାରି କରାଯାଇଥିଲା। ଆଉ ଜଣେ ଆଇଏଏସ୍‌ ଅଧିକାରୀ ଟି.ଭି.ଏସ୍‌.ଏନ୍‌. ପ୍ରସାଦ ଗୃହ ବିଭାଗର ଏସିଏସ୍‌ ଭାବେ ଦାୟିତ୍ୱ ଗ୍ରହଣ କଲେ। ପର୍ଯ୍ୟବେକ୍ଷକମାନେ ଦର୍ଶାଇଛନ୍ତି ଯେ, ହରିୟାଣା ସରକାରଙ୍କ ପାଇଁ ଅନେକ ପ୍ରଶାସନିକ ଆହ୍ବାନ ରହିଛି। ଏହା ରାଜପାଲଙ୍କ ନିଯୁକ୍ତିକୁ ଓଲଟପାଲଟ କରିବା ଲାଗି ସରକାରଙ୍କୁ ପ୍ରେରିତ କରିଥାଇପାରେ ବୋଲି ସେମାନେ ସୂଚିତ କରିଛନ୍ତି। ଏଭଳି ନିଷ୍ପତ୍ତି ପରିବର୍ତ୍ତନର ମୂଳ କାରଣକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ଅଛନ୍ତି। ତେବେ ଖଟ୍ଟରଙ୍କ ପାଇଁ ବିଶ୍ୱସନୀୟତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ନିଷ୍ପତ୍ତି ଶୀଘ୍ର ବଦଳାଇଦେବା ଦ୍ୱାରା ବିଶ୍ୱାସ କ୍ଷୁଣ୍ଣ ହୋଇପାରେ; ବିଶେଷକରି ଖୁବ୍‌ ଶୀଘ୍ର ହେବାକୁ ଥିବା ନିର୍ବାଚନରେ ଏହା ଘଟିବାର ସମ୍ଭାବନା ଅଧିକ।

ଜି୨୦ର ପଥପ୍ରଦର୍ଶକ

ନିକଟରେ ନୂଆଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ଶେଷ ହୋଇଛି। ଭାରତର କୂଟନୈତିକ ବିଜୟର ବିରାଟ ପରିବର୍ତ୍ତନର ମୁହୂର୍ତ୍ତ ତଥା ଦିଲ୍ଲୀ ଘୋଷଣାନାମାକୁ ଜି୨୦ର ସମସ୍ତ ସଦସ୍ୟ ସମର୍ବସମ୍ମତି କ୍ରମେ ଗ୍ରହଣ କରିବା ଘଟଣା ସ୍ମରଣୀୟ ହୋଇ ରହିବ। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଭାରତର ଜି୨୦ର ପଥପ୍ରଦର୍ଶକ ତଥା କୂଟନୈତିକ ଉତ୍କୃଷ୍ଟତାର ପ୍ରକୃତ ସଞ୍ଚାଳକ ଭାବେ ଜଣାଶୁଣା ଅମିତାଭ କାନ୍ତ। ଜଣେ ସରକାରୀ କର୍ମଚାରୀ ତଥା ନୀତି ଆୟୋଗର ଶୀର୍ଷ ନେତୃତ୍ୱ ନେବାରେ ଚିତ୍ତାକର୍ଷକ ରେକର୍ଡ ଥିବାରୁ ଭାରତର ସ୍ବାର୍ଥ ପାଇଁ ପ୍ରତିନିଧିତ୍ୱ କରିବା ଏବଂ ଏକ ସମନ୍ବିତ ରଣନୀତି ସୁନିଶ୍ଚିତ କରିବା ଲାଗି ତାଙ୍କୁ ଚୟନ କରାଯାଇଥିଲା, ଯାହାକୁ ସେ ଚମତ୍କାର ଭାବରେ ପ୍ରତିପାଦନ କରିଛନ୍ତି। ଏହି ସଫଳତା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏସ୍‌.ଏନ୍‌. ଜୟଶଙ୍କରଙ୍କ ଯୋଗୁ ହୋଇନାହିଁ, ବରଂ ଅନେକ ଉତ୍ସର୍ଗୀକୃତ ବାବୁଙ୍କ ପାଇଁ ଏହା ସମ୍ଭବ ହୋଇଛି ବୋଲି କାନ୍ତ ନିଜେ ଦର୍ଶାଇଛନ୍ତି। ଆଇଏଏସ୍‌, ଆଇଏଫ୍‌ଏସ୍‌ ଏବଂ ଆଇଆଇଏସ୍‌ ଅଧିକାରୀଙ୍କ ଏକ ମିଳିତ ମଞ୍ଚ ୨୦୦ ଘଣ୍ଟାରୁ ଅଧିକ ସମୟ ଧରି କରାଯାଇଥିବା ଲଗାତର ବୁଝାମଣା ପ୍ରକ୍ରିୟା, ୩୦୦ ଦ୍ୱିପାକ୍ଷିକ ବୈଠକ ଏବଂ ଏକ ସହଭାଗୀ ଲକ୍ଷ୍ୟ ଦିଗରେ ୧୫ଟି ଚିଠା ସଂଶୋଧନ ପାଇଁ କାର୍ଯ୍ୟ କରିଥିଲେ। କାନ୍ତଙ୍କ ବ୍ୟତୀତ ଏହି କାର୍ଯ୍ୟରେ ଜଡ଼ିତ ଥିବା ଅଧିକାରୀମାନେ ହେଲେ ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ନାଗରାଜ ନାଇଡୁ କାକାନୁର, ଇନମ ଗମ୍ଭୀର, ଆଶିଷ କୁମାର ସିହ୍ନା, ଲିଲି ପାଣ୍ଡେ ଏବଂ ଅଭୟ ଠାକୁର। କାନ୍ତଙ୍କ ଭଳି ଅଧିକାରୀମାନଙ୍କ ଅମଲାତାନ୍ତ୍ରିକ ପ୍ରତିଭାକୁ ବ୍ୟବହାର କରିବା, ଜଟିଳ ଭୌଗୋଳିକ ନୀତିକୁ ସଞ୍ଚାଳନ କରିବା ଏବଂ ବିଶ୍ୱର ସୁରକ୍ଷା ସମସ୍ୟାକୁ ସମାଧାନ କରିବା କ୍ଷମତା ଭବିଷ୍ୟତର ପଥ ନିର୍ଣ୍ଣୟ କରିବ। କୁହାଯାଇପାରେ ଯେ,ଏହି ପଥ ପ୍ରଦର୍ଶକମାନେ ସଫଳତାର ସହିତ ଭାରତୀୟ କୂଟନୀତି ଶିଖରକୁ ଯାଇପାରିଛନ୍ତି।

ଚୟନ ଅଭିଯାନ

ଏକ ମାସର ବ୍ୟବଧାନ ପରେ ପବ୍ଲିକ ଏଣ୍ଟରପ୍ରାଇଜେସ ସିଲେକ୍‌ଶନ ବୋର୍ଡ (ପିଇଏସ୍‌ବି) ବିଭିନ୍ନ କେନ୍ଦ୍ରୀୟ ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଂ (ପିଏସ୍‌ୟୁ)ରେ ବୋର୍ଡ ସ୍ତରୀୟ ପଦବୀ ପାଇଁ ଚୟନ ସାକ୍ଷାତକାର ଆରମ୍ଭ କରିଛି। ଅଗଷ୍ଟ ୯, ୨୦୨୩ ରେ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ୍‌ ଫର୍ଟିଲାଇଜର ନିର୍ଦ୍ଦେଶକ (ବୈଷୟିକ) ଲାଗି ପିଇଏସ୍‌ବି ଶେଷ ସୁପାରିସ କରିଥିଲା। ସୂତ୍ର ଅନୁଯାୟୀ, ଚଳିତ ମାସ ପାଇଁ ସ୍ଥିର କରାଯାଇଥିବା ଚୟନ ସାକ୍ଷାତକାର ମଧ୍ୟରେ ଅଛି ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ (ଆର୍‌ ଆଣ୍ଡ୍‌ ବି) , ମହାନଦୀ କୋଲ୍ଡ ଫିଲ୍ଡର ସିଏମ୍‌ଡି ଏବଂ ପାଓ୍ବାରଗ୍ରୀଡ୍‌ (ପିଜିସିଆଇଏଲ୍‌) ସିଏମ୍‌ଡି ଭଳି ବୋର୍ଡ ସ୍ତରୀୟ ପଦବୀ। ତେବେ ପାଓ୍ବାର ଗ୍ରୀଡ୍‌ ମୁଖ୍ୟ କେ.ଶ୍ରୀକାନ୍ତ ୩୧ ଡିସେମ୍ବର ୨୦୨୩ରେ ଅବସର ନେବାକୁ ଥିବାରୁ ଏହି ପଦବୀର ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ। ଅଗଷ୍ଟରେ ବୋର୍ଡ ସ୍ତରୀୟ ପଦବୀ ପାଇଁ କେବଳ ୩ଟି ଚୟନ ସାକ୍ଷାତକାର ହୋଇଥିଲା ଏବଂ ଏହି ସଂଖ୍ୟା ଚଳିତ ବର୍ଷର ସବୁଠୁ କମ୍‌। ମୋଟ ଉପରେ ପିଏସ୍‌ଇବି ଚଳିତ ବର୍ଷ ବୋର୍ଡ ସ୍ତରୀୟ ପଦବୀ ପାଇଁ ୭୩ଟି ଚୟନ ସାକ୍ଷାତକାର ଆୟୋଜନ କରିଛି। ଫେବୃୟାରୀରେ ୧୩, ମାର୍ଚ୍ଚରେ ୧୪,ଏପ୍ରିଲରେ ୯, ମେ ଏବଂ ଜୁନ୍‌ରେ ପ୍ରତ୍ୟେକ ୧୦ଟିି ଚୟନ ସାକ୍ଷାତକାର କରାଯାଇଛି। ଅପରପକ୍ଷେ, ଜାନୁୟାରୀରେ ଏହି ସଂଖ୍ୟା ୬ଟି ଥିଲାବେଳେ ଅଗଷ୍ଟରେ ସର୍ବନିମ୍ନ ୩ଟି ଚୟନ ସାକ୍ଷାତକାର କରାଯାଇଛି। ଚୟନ ପ୍ରକ୍ରିୟା ପୁଣି ଥରେ ଗତିଶୀଳ ହୋଇଛି ଏବଂ ଆଶା କରାଯାଏ, ଏହା ଏକ ନିୟମିତ ପ୍ରଶାସନିକ ପ୍ରକ୍ରିୟାଠାରୁ ଅଧିକ ପଦକ୍ଷେପ ନେବାର ଏକ ସଙ୍କେତ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନାଗହଣା ପ୍ରତି ସମସ୍ତଙ୍କର ରହିଥାଏ ଭିନ୍ନ ଏକ ଆକର୍ଷଣ। ବର୍ତ୍ତମାନ ପରିସ୍ଥିତିରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ପାଉଛି ସେତେବେଳେ ସୁନା ଟିକିଏ ପାଇଁ ଲୋକଙ୍କ...

ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ

ଡ. ଅନ୍ତର୍ଜିତା ନାୟକ   ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ...

ଭୋଟଦେବା ଓ ନିର୍ବାଚନ ଅଲଗା କଥା

ସହଦେବ ସାହୁ   ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ)...

ସଙ୍କୁଚିତ ସ୍ୱାଧୀନତା

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ସଫଳତାର ମୂଳମନ୍ତ୍ର, ଯାହା ପ୍ରମାଣ କରି ଦେଖାଇଛନ୍ତି ବେଙ୍ଗାଲୁରୁର ଡ. କେ.ଏସ୍‌. ରଜାନ୍ନା। ପୋଲିଓ ଆକ୍ରାନ୍ତ ହୋଇ ମାତ୍ର ୧୧ ବର୍ଷ ବୟସରେ...

ଯୋଗ୍ୟ ପ୍ରାର୍ଥୀ

ରବିନାରାୟଣ ସାମଲ ସାଧାରଣ ନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ଏକ ଜଟିଳ କାର୍ଯ୍ୟ। କାରଣ ଅଧିକାଂଶ ଭୋଟର ପ୍ରାର୍ଥୀଙ୍କ ବିଷୟରେ ସବିଶେଷ ଜାଣନ୍ତି ନାହିଁ।...

ରାସ୍ତାକଡ଼ର ଜୀବନ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ସମୟ: ଏଇ ବୈଶାଖ ମାସର ମଧ୍ୟାହ୍ନ। ସ୍ଥାନ: ରାଜଧାନୀର ଏକ କଲୋନି ଅଞ୍ଚଳର ରାସ୍ତାକଡ଼। ଦୃଶ୍ୟ: ମୁଣ୍ଡ ଉପରେ ଦାଉ ଦାଉ...

ବ୍ୟର୍ଥ ଏନ୍‌ଏଚ୍‌ଆର୍‌ସି

ଚଳିତ ବର୍ଷ ମେ ୧୩ରେ ‘ଜାତିସଂଘ ସହ ଜଡ଼ିତ ସଂସ୍ଥା ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭାରତର ଏନ୍‌ଏଚ୍‌ଆର୍‌ସି ମାନ୍ୟତାକୁ ସ୍ଥଗିତ ରଖିଛି’ ଶୀର୍ଷକ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri