ନିଷ୍ପତ୍ତିରେ ପ୍ରଶ୍ନବାଚୀ

ସରକାରୀ ନିଷ୍ପତ୍ତିରେ ସ୍ଥିରତା ବା ସୁସଙ୍ଗତି ଦାୟିତ୍ୱପୂର୍ଣ୍ଣ ଶାସନର ଏକ ମୌଳିକ ନୀତି। ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି ଯତ୍ନର ସହ ବିଚାର କରାଯିବା ପରେ ତାହାକୁ ଗ୍ରହଣ କରାଯିବା ଦେଖାଯାଇଛି ଓ ଏହା ସରକାରଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। କନ୍ତୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର୍‌ଙ୍କ ଦ୍ୱାରା କରାଯାଇଥିବା ଏକ ପ୍ରମୁଖ ନିଯୁକ୍ତିକୁ ହଠାତ୍‌ ବଦଳେଇଦିଆଯିବା ଦ୍ୱାରା ବାସ୍ତବରେ ନିଷ୍ପତ୍ତି ନିର୍ଦ୍ଧାରଣ ପ୍ରକ୍ରିୟାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୃହ, ଜେଲ, ଅପରାଧ ଅନୁସନ୍ଧାନ ଏବଂ ନ୍ୟାୟିକ ପ୍ରଶାସନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ୍‌)ଭାବେ ସୁଧୀର ରାଜପାଲଙ୍କ ନିଯୁକ୍ତିକୁ ରାଜ୍ୟ ସରକାର ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ଆଦେଶକୁ ପ୍ରତ୍ୟାହାର କରି ରାଜପାଲଙ୍କୁ ବିଦ୍ୟାଳୟ ଶିକ୍ଷା ବିଭାଗ ଏବଂ ସହଯୋଗ ବିଭାଗର ଏସିଏସ୍‌ ଭାବେ ନିଯୁକ୍ତ କରିବା ସକାଶେ ନୂଆ ନିର୍ଦ୍ଦେଶ ଜାରି କରାଯାଇଥିଲା। ଆଉ ଜଣେ ଆଇଏଏସ୍‌ ଅଧିକାରୀ ଟି.ଭି.ଏସ୍‌.ଏନ୍‌. ପ୍ରସାଦ ଗୃହ ବିଭାଗର ଏସିଏସ୍‌ ଭାବେ ଦାୟିତ୍ୱ ଗ୍ରହଣ କଲେ। ପର୍ଯ୍ୟବେକ୍ଷକମାନେ ଦର୍ଶାଇଛନ୍ତି ଯେ, ହରିୟାଣା ସରକାରଙ୍କ ପାଇଁ ଅନେକ ପ୍ରଶାସନିକ ଆହ୍ବାନ ରହିଛି। ଏହା ରାଜପାଲଙ୍କ ନିଯୁକ୍ତିକୁ ଓଲଟପାଲଟ କରିବା ଲାଗି ସରକାରଙ୍କୁ ପ୍ରେରିତ କରିଥାଇପାରେ ବୋଲି ସେମାନେ ସୂଚିତ କରିଛନ୍ତି। ଏଭଳି ନିଷ୍ପତ୍ତି ପରିବର୍ତ୍ତନର ମୂଳ କାରଣକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ଅଛନ୍ତି। ତେବେ ଖଟ୍ଟରଙ୍କ ପାଇଁ ବିଶ୍ୱସନୀୟତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ନିଷ୍ପତ୍ତି ଶୀଘ୍ର ବଦଳାଇଦେବା ଦ୍ୱାରା ବିଶ୍ୱାସ କ୍ଷୁଣ୍ଣ ହୋଇପାରେ; ବିଶେଷକରି ଖୁବ୍‌ ଶୀଘ୍ର ହେବାକୁ ଥିବା ନିର୍ବାଚନରେ ଏହା ଘଟିବାର ସମ୍ଭାବନା ଅଧିକ।

ଜି୨୦ର ପଥପ୍ରଦର୍ଶକ

ନିକଟରେ ନୂଆଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ଶେଷ ହୋଇଛି। ଭାରତର କୂଟନୈତିକ ବିଜୟର ବିରାଟ ପରିବର୍ତ୍ତନର ମୁହୂର୍ତ୍ତ ତଥା ଦିଲ୍ଲୀ ଘୋଷଣାନାମାକୁ ଜି୨୦ର ସମସ୍ତ ସଦସ୍ୟ ସମର୍ବସମ୍ମତି କ୍ରମେ ଗ୍ରହଣ କରିବା ଘଟଣା ସ୍ମରଣୀୟ ହୋଇ ରହିବ। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଭାରତର ଜି୨୦ର ପଥପ୍ରଦର୍ଶକ ତଥା କୂଟନୈତିକ ଉତ୍କୃଷ୍ଟତାର ପ୍ରକୃତ ସଞ୍ଚାଳକ ଭାବେ ଜଣାଶୁଣା ଅମିତାଭ କାନ୍ତ। ଜଣେ ସରକାରୀ କର୍ମଚାରୀ ତଥା ନୀତି ଆୟୋଗର ଶୀର୍ଷ ନେତୃତ୍ୱ ନେବାରେ ଚିତ୍ତାକର୍ଷକ ରେକର୍ଡ ଥିବାରୁ ଭାରତର ସ୍ବାର୍ଥ ପାଇଁ ପ୍ରତିନିଧିତ୍ୱ କରିବା ଏବଂ ଏକ ସମନ୍ବିତ ରଣନୀତି ସୁନିଶ୍ଚିତ କରିବା ଲାଗି ତାଙ୍କୁ ଚୟନ କରାଯାଇଥିଲା, ଯାହାକୁ ସେ ଚମତ୍କାର ଭାବରେ ପ୍ରତିପାଦନ କରିଛନ୍ତି। ଏହି ସଫଳତା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏସ୍‌.ଏନ୍‌. ଜୟଶଙ୍କରଙ୍କ ଯୋଗୁ ହୋଇନାହିଁ, ବରଂ ଅନେକ ଉତ୍ସର୍ଗୀକୃତ ବାବୁଙ୍କ ପାଇଁ ଏହା ସମ୍ଭବ ହୋଇଛି ବୋଲି କାନ୍ତ ନିଜେ ଦର୍ଶାଇଛନ୍ତି। ଆଇଏଏସ୍‌, ଆଇଏଫ୍‌ଏସ୍‌ ଏବଂ ଆଇଆଇଏସ୍‌ ଅଧିକାରୀଙ୍କ ଏକ ମିଳିତ ମଞ୍ଚ ୨୦୦ ଘଣ୍ଟାରୁ ଅଧିକ ସମୟ ଧରି କରାଯାଇଥିବା ଲଗାତର ବୁଝାମଣା ପ୍ରକ୍ରିୟା, ୩୦୦ ଦ୍ୱିପାକ୍ଷିକ ବୈଠକ ଏବଂ ଏକ ସହଭାଗୀ ଲକ୍ଷ୍ୟ ଦିଗରେ ୧୫ଟି ଚିଠା ସଂଶୋଧନ ପାଇଁ କାର୍ଯ୍ୟ କରିଥିଲେ। କାନ୍ତଙ୍କ ବ୍ୟତୀତ ଏହି କାର୍ଯ୍ୟରେ ଜଡ଼ିତ ଥିବା ଅଧିକାରୀମାନେ ହେଲେ ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ନାଗରାଜ ନାଇଡୁ କାକାନୁର, ଇନମ ଗମ୍ଭୀର, ଆଶିଷ କୁମାର ସିହ୍ନା, ଲିଲି ପାଣ୍ଡେ ଏବଂ ଅଭୟ ଠାକୁର। କାନ୍ତଙ୍କ ଭଳି ଅଧିକାରୀମାନଙ୍କ ଅମଲାତାନ୍ତ୍ରିକ ପ୍ରତିଭାକୁ ବ୍ୟବହାର କରିବା, ଜଟିଳ ଭୌଗୋଳିକ ନୀତିକୁ ସଞ୍ଚାଳନ କରିବା ଏବଂ ବିଶ୍ୱର ସୁରକ୍ଷା ସମସ୍ୟାକୁ ସମାଧାନ କରିବା କ୍ଷମତା ଭବିଷ୍ୟତର ପଥ ନିର୍ଣ୍ଣୟ କରିବ। କୁହାଯାଇପାରେ ଯେ,ଏହି ପଥ ପ୍ରଦର୍ଶକମାନେ ସଫଳତାର ସହିତ ଭାରତୀୟ କୂଟନୀତି ଶିଖରକୁ ଯାଇପାରିଛନ୍ତି।

ଚୟନ ଅଭିଯାନ

ଏକ ମାସର ବ୍ୟବଧାନ ପରେ ପବ୍ଲିକ ଏଣ୍ଟରପ୍ରାଇଜେସ ସିଲେକ୍‌ଶନ ବୋର୍ଡ (ପିଇଏସ୍‌ବି) ବିଭିନ୍ନ କେନ୍ଦ୍ରୀୟ ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଂ (ପିଏସ୍‌ୟୁ)ରେ ବୋର୍ଡ ସ୍ତରୀୟ ପଦବୀ ପାଇଁ ଚୟନ ସାକ୍ଷାତକାର ଆରମ୍ଭ କରିଛି। ଅଗଷ୍ଟ ୯, ୨୦୨୩ ରେ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ୍‌ ଫର୍ଟିଲାଇଜର ନିର୍ଦ୍ଦେଶକ (ବୈଷୟିକ) ଲାଗି ପିଇଏସ୍‌ବି ଶେଷ ସୁପାରିସ କରିଥିଲା। ସୂତ୍ର ଅନୁଯାୟୀ, ଚଳିତ ମାସ ପାଇଁ ସ୍ଥିର କରାଯାଇଥିବା ଚୟନ ସାକ୍ଷାତକାର ମଧ୍ୟରେ ଅଛି ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ (ଆର୍‌ ଆଣ୍ଡ୍‌ ବି) , ମହାନଦୀ କୋଲ୍ଡ ଫିଲ୍ଡର ସିଏମ୍‌ଡି ଏବଂ ପାଓ୍ବାରଗ୍ରୀଡ୍‌ (ପିଜିସିଆଇଏଲ୍‌) ସିଏମ୍‌ଡି ଭଳି ବୋର୍ଡ ସ୍ତରୀୟ ପଦବୀ। ତେବେ ପାଓ୍ବାର ଗ୍ରୀଡ୍‌ ମୁଖ୍ୟ କେ.ଶ୍ରୀକାନ୍ତ ୩୧ ଡିସେମ୍ବର ୨୦୨୩ରେ ଅବସର ନେବାକୁ ଥିବାରୁ ଏହି ପଦବୀର ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ। ଅଗଷ୍ଟରେ ବୋର୍ଡ ସ୍ତରୀୟ ପଦବୀ ପାଇଁ କେବଳ ୩ଟି ଚୟନ ସାକ୍ଷାତକାର ହୋଇଥିଲା ଏବଂ ଏହି ସଂଖ୍ୟା ଚଳିତ ବର୍ଷର ସବୁଠୁ କମ୍‌। ମୋଟ ଉପରେ ପିଏସ୍‌ଇବି ଚଳିତ ବର୍ଷ ବୋର୍ଡ ସ୍ତରୀୟ ପଦବୀ ପାଇଁ ୭୩ଟି ଚୟନ ସାକ୍ଷାତକାର ଆୟୋଜନ କରିଛି। ଫେବୃୟାରୀରେ ୧୩, ମାର୍ଚ୍ଚରେ ୧୪,ଏପ୍ରିଲରେ ୯, ମେ ଏବଂ ଜୁନ୍‌ରେ ପ୍ରତ୍ୟେକ ୧୦ଟିି ଚୟନ ସାକ୍ଷାତକାର କରାଯାଇଛି। ଅପରପକ୍ଷେ, ଜାନୁୟାରୀରେ ଏହି ସଂଖ୍ୟା ୬ଟି ଥିଲାବେଳେ ଅଗଷ୍ଟରେ ସର୍ବନିମ୍ନ ୩ଟି ଚୟନ ସାକ୍ଷାତକାର କରାଯାଇଛି। ଚୟନ ପ୍ରକ୍ରିୟା ପୁଣି ଥରେ ଗତିଶୀଳ ହୋଇଛି ଏବଂ ଆଶା କରାଯାଏ, ଏହା ଏକ ନିୟମିତ ପ୍ରଶାସନିକ ପ୍ରକ୍ରିୟାଠାରୁ ଅଧିକ ପଦକ୍ଷେପ ନେବାର ଏକ ସଙ୍କେତ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri