Posted inଜାତୀୟ

ଘରେ ଘରେ ନଳ ଜଳ ଯୋଜନା ଉପରେ ପ୍ରଶ୍ନ ଚିହ୍ନ, ଉପମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ୩୬ ଠିକା…

ପାଟନା,୨୨।୯: ବିହାରରେ ଘରେ ଘରେ ନଳ ଜଳ ଯୋଜନା ନେଇ ସାଧାରଣରେ ପ୍ରଶ୍ନ ଚିହ୍ନ ଉଠିଛି। ଏହି ଯୋଜନାରେ ଉପମୁଖ୍ୟନ୍ତ୍ରୀ ତାରକିଶୋର ପ୍ରସାଦଙ୍କ ପରିବାର ଏବଂ ସମ୍ପର୍କୀୟଙ୍କକୁ ୩୬ ଠିକା ମିଳିଛି। ଏଥିରେ ଉପମୁଖ୍ୟନ୍ତ୍ରୀଙ୍କ ବୋହୂ ମଧ୍ୟ ଅଛନ୍ତି। ତେବେ ଏନେଇ ଉପମୁଖମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ବ୍ୟବସାୟ କରିବା ଦୋଷ ନୁହେଁ।

ତାରକିଶୋରଙ୍କ ବନ୍ଧୁବାନ୍ଧବ ଏବଂ ପ୍ରିୟ ପରିଜନଙ୍କୁ ୫୩ କୋଟିର ଠିକା ମିଳିଛି। ରାଜନେତାଙ୍କ ସମ୍ପର୍କୀୟଙ୍କୁ ଠିକା ପ୍ରଦାନ ଦ୍ୱାରା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଗୁଡ୍‌ ଗଭର୍ନାସ୍‌ କେତେ ଦୂର ସଫଳତା ଏବଂ ସ୍ବଚ୍ଛ ନିର୍ମଳ ଭାବେ କାର୍ଯ୍ୟ କରୁଛି ସେ ନେଇ ରାଜ୍ୟର ଜନସାଧାରଣଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରୁଛି।

ପ୍ରାୟ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଯୋଜନା ସଫଳ ରହିଥିବା ସରକାରଙ୍କ ପକ୍ଷରୁ ଦାବି କରାଯାଉଛି। ୧.୦୮ ପଞ୍ଚାୟତ ବୋର୍ଡ ପିଇବା ପାଣି ପହଞ୍ଚାଇବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି ଯୋଜନା ଇତିମଧ୍ୟରେ ୯୫ ପ୍ରତିଶତ ଲକ୍ଷ୍ୟ ପୂରଣ କରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି।

ରାଜ୍ୟ ପିଏଚଇଡ଼ି ଏବଂ ରେଜିଷ୍ଟାର ଅଫ୍‌ କମ୍ପାନୀ ପକ୍ଷରୁ ୨୦ ଜିଲାର ଏହି ଯୋଜନାର କାଗଜ ପତ୍ର ଯାଞ୍ଚ୍‌ ବେଳେ ଏହି ସତ୍ୟ ପଦାକୁ ଆସିଛି। ଉପମୁଖ୍ୟମନ୍ତ୍ରୀଙ୍କ ବୋହୂ ପୂଜା କୁମାରୀଙ୍କ କମ୍ପାନୀର ଜଳ ଯୋଗାଣ କ୍ଷେତ୍ରରେ ଅଭିଜ୍ଞତା ନ ଥିଲେ ମଧ୍ୟ ଠିକା ପ୍ରଦାନ କରାଯାଇଥିଲା। ପରେ ଏହାକୁ ନେଇ ଖୋଳତାଡ଼ ହୋଇଥିଲା। ଏନେଇ ତାରକିଶୋର କହିଛନ୍ତି ଯେ, ସମ୍ପୃକ୍ତ କମ୍ପାନୀଗୁଡ଼ିକ ସହିତ ତାଙ୍କର କୌଣସି ଲିଙ୍କ୍‌ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri