ଆଜି ପୁଣି ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ବାତିଲ

ସମ୍ବଲପୁର,୧୫ା୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଗତକାଲି ଏଜୁକେଶନ ଅନର୍ସ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ବେଳେ ଆଜି ପୁଣି ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ତେବେ ଆଜିର ପରୀକ୍ଷା ବାତିଲ କରାଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ବୋଲି କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି।  କେବେ ପୁଣି ଏହି ପରୀକ୍ଷା ହେବ ସେନେଇ ଜଣାଇ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।