ମହାରାଣୀଙ୍କ ଅନ୍ତିମ ଯାତ୍ରା: ୨ ମିନିଟ୍‌ ନୀରବିଲା ବ୍ରିଟେନ

ଲଣ୍ଡନ,୧୯ା୯: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ୨ୟଙ୍କୁ ସୋମବାର ଅନ୍ତିମ ବିଦାୟ ଦିଆଯାଇଛି। ରାଜ ପରିବାର ରୀତିନୀତି ଅନୁସାରେ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଓ୍ବିଣ୍ଡସର କାସ୍‌ଲେର ଐତିହାସିକ କିଙ୍ଗ୍‌ ଜର୍ଜ ୬ଷ୍ଠ ମେମୋରିଆଲ ଚାପେଲରେ ତାଙ୍କ କଫିନ୍‌କୁ ଦିବଂଗତ ସ୍ବାମୀ ପ୍ରିନ୍ସ ଚାଲର୍‌ସଙ୍କ ନିକଟରେ ସମାଧି ଦିଆଯାଇଛି। ପ୍ରାୟ ୨ ହଜାର ବିଶ୍ୱ ନେତା ମହାରଣୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଲଣ୍ଡନରେ ପହଞ୍ଚିଥିଲେ। ଭାରତ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ବହିର୍ବ୍ୟାପାର ସଚିବ ବିନୟ କ୍ୱାତ୍ରା ଶେଷକୃତ୍ୟରେ ସାମିଲ ହୋଇଥିଲେ। କିଙ୍ଗ୍‌ ଚାଲର୍‌ସ ୩ୟ, ପ୍ରିନ୍ସ ଓ୍ବିଲିୟମ ଓ ତାଙ୍କ ପୁଅ ପ୍ରିନ୍ସ ଜର୍ଜ, ଝିଅ ପ୍ରିନ୍ସେସ୍‌ ଚାର୍ଲୋଟେ, ପ୍ରିନ୍ସ ହ୍ୟାରି, ପ୍ରିନ୍ସେସ୍‌ ଆନେ, ପ୍ରିନ୍ସ ଏଡ୍‌ଓ୍ବାର୍ଡଙ୍କ ସମେତ ରାଜ ପରିବାର ସଦସ୍ୟ ଏଲିଜାବେଥ୍‌ଙ୍କୁ ବିଦାୟ ଜଣାଇଥିଲେ। ସୋମବାର ରାଜକୀୟ ଢଙ୍ଗରେ ମହାରାଣୀଙ୍କ ଶେଷକୃତ୍ୟ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା। ଓ୍ବେଷ୍ଟମିନଷ୍ଟର ଆବେରୁ ୪୦ କିମି ରାସ୍ତାରେ ଯାତ୍ରା କରି ମହାରାଣୀଙ୍କ କଫିନ୍‌ ଓ୍ବିଣ୍ଡସରରେ ପହଞ୍ଚିଥିଲା। ୬ ହଜାର ସଶସ୍ତ୍ର ସୈନ୍ୟ ତାଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ପୂର୍ବରୁ ଅଭ୍ୟାସ କରିଥିଲେ। ଅନ୍ତିମ ଦର୍ଶନ ପାଇଁ ପ୍ରାୟ ୮ କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା। ୧୨୫ ସିନେମା ହଲ୍‌ରେ ଅନ୍ତିମ ସଂସ୍କାର ବେଳର ଦୃଶ୍ୟ ଲାଇଭ ପ୍ରସାରଣ କରାଯାଇଥିଲା। ଅନ୍ତର୍ଜାତୀୟ ଟେଲିଭିଜନରେ ମଧ୍ୟ ଏହାର ଟେଲିକାଷ୍ଟ ହୋଇଥିଲା। ପୂରା ବ୍ରିଟେନ୍‌ ୨ମିନିଟ୍‌ ସମ୍ପୂର୍ଣ୍ଣ ନୀରବ ରହି ମହାରାଣୀଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲା। ମହାରାଣୀଙ୍କ ଶେଷଯାତ୍ରାବେଳେ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ (ୟୁକେ)ର ଜାତୀୟ ସଙ୍ଗୀତ ‘ଗଡ୍‌ ସେଭ୍‌ ଦ କିଙ୍ଗ୍‌’ ଗାନ କରାଯାଇଥିଲା। ବିଶ୍ୱ ନେତା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯାଇଥିଲା। ଓ୍ବେଷ୍ଟମିନଷ୍ଟର ଡିନ୍‌ ଡେଭିଡ୍‌ ହାୟନ୍‌ ଅନ୍ତିମ ସତ୍କାରର ନେତୃତ୍ୱ ନେଇଥିଲେ। କାଣ୍ଟେବୁରୀର ଆର୍କ ବିଶପ୍‌ ଜଷ୍ଟିନ୍‌ ଓ୍ବେଲ୍‌ବି ଧର୍ମଉପଦେଶ ଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଓ୍ବିନ୍‌ସନ୍‌ ଚର୍ଚିଲଙ୍କ ମୃତ୍ୟୁ ପରେ ୧୯୬୫ଠାରୁ ପ୍ରଥମ କରି ବ୍ରିଟେନ୍‌ରେ ଐତିହାସିକ ଢଙ୍ଗରେ ଷ୍ଟେଟ୍‌ ଫ୍ୟୁନେରାଲ ଆୟୋଜିତ ହୋଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ ବାଇବେଲ୍‌ର ସନ୍ଦର୍ବ ପାଠ କରିଥିଲେ। ଶେଷକୃତ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ସ୍ତ୍ରୀ ଜିଲ୍‌ ବାଇଡେନ୍‌, ଜାପାନ ରାଜା ନାରୁହିତୋ, ରାଣୀ ମାସାକୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ, ସ୍ତ୍ରୀ ବ୍ରିଡ୍‌ଗେଟେ ମାକ୍‌ରଁ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବାନିଜ୍‌, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମେତ ଶତାଧିକ ରାଷ୍ଟ୍ରମୁଖ୍ୟ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ସ୍କଟଲାଣ୍ଡରେ ଥିବାବେଳେ ୯୬ ବର୍ଷୀୟା ଏଲିଜାବେଥ ୨ୟଙ୍କ ସେପ୍ଟେମ୍ବର ୮ ତାରିଖରେ ନିଧନ ହୋଇଥିଲା। ପରେ ୧୧ ଦିନ ଧରି ବ୍ରିଟେନରେ ଜାତୀୟ ଶୋକ ପାଳନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri