ବିବାଦ ପଛରେ ପଥରଖଣି

ଢେଙ୍କାନାଳ ଅଫିସ, ୭।୧: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ନୂଆ ଓଡ଼ାପଡ଼ାର କ୍ରଶର ମାଲିକ ଯୁବରଞ୍ଜନ ପଣ୍ଡା ଓରଫ ରାଜାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସ ୫ ଅଭିଯୁକ୍ତଙ୍କୁ ପିପିଲି ଅଞ୍ଚଳରୁ ଗିରଫ କରିଛି। ସେମାନେ ହେଲେ ପୋଡ଼ାପଡ଼ା ଗ୍ରାମର ମାଷ୍ଟରମାଇଣ୍ଡ୍‌ ବିବେକାନନ୍ଦ ସାହୁ ଓରଫ ରାଜା (୨୬), ସଦର ଥାନାର ପଞ୍ଚୁପଟି ଗ୍ରାମର ଶୁଭେନ୍ଦ୍ର ପରିଡ଼ା ଓରଫ୍‌ ଲିପୁ (୩୪), ତରଭା ଗ୍ରାମର ରାଜେନ୍ଦ୍ର ପ୍ରସାଦ ବେହେରା ଓରଫ ରାଜୁ, ତେନ୍ତୁଳିଆପଡ଼ାର ପ୍ରିୟରଞ୍ଜନ ପ୍ରଧାନ ଓରଫ୍‌ ରାଜା (୩୦), ମୋଟଙ୍ଗା ଥାନା ହିନ୍ଦୋଳ ରୋଡ୍‌ ବାଛୁରୀବାଙ୍କ ଅଞ୍ଚଳର ରମାକାନ୍ତ ବେହେରା ଓରଫ ରାମ (୩୦)। ସେମାନଙ୍କ ନିକଟରୁ ଗୋଟିଏ ଖୋଖା, କାଟ୍ରିଜ୍‌, ନଗଦ ୧୫ ହଜାର ଟଙ୍କା, ୫ ରକ୍ତଲଗା ଲୁହାଛଡ଼, ୧୦ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଏକ ପଥର ଖଣି ନିଲାମକୁ ନେଇ ସୃଷ୍ଟି ହୋଇଥିବା ବ୍ୟବସାୟିକ ଶତ୍ରୁତା ପାଇଁ ଯୁବରଞ୍ଜନଙ୍କ ଉପରେ ଆକ୍ରମଣ କରାଯାଇଥିଲା ବୋଲି ଶୁକ୍ରବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ନୂତନ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ପି କହିଛନ୍ତି, ଗତ ୨ ତାରିଖ ରାତି ପ୍ରାୟ ୧୧ଟାରେ ନୂଆ ଓଡ଼ାପଡ଼ା ଗ୍ରାମର କ୍ରଶର ମାଲିକ ସୁବ୍ରତ କୁମାର ନାୟକ ତାଙ୍କ ବ୍ୟବସାୟିକ ସହଯୋଗୀ ଯୁବରଞ୍ଜନଙ୍କ ସହ ଖାଇ ବସିଥିବାବେଳେ ବିବେକାନନ୍ଦଙ୍କ ନେତୃତ୍ୱରେ ୧୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତ କ୍ରଶରରେ ପଶିଥିଲେ। ଗୁଳି ଫୁଟାଇ ଭୟଭୀତ କରିବା ସହ ଯୁବରଞ୍ଜନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିସହ ୭ଲକ୍ଷ ୪୩ ହଜାର ଟଙ୍କା, ସୁନାଚେନ୍‌, ୨ଟି ମୋବାଇଲ ଫୋନ୍‌ ଲୁଟି ନେଇଥିଲେ। ଗୁରୁତର ଅବସ୍ଥାରେ ଯୁବରଞ୍ଜନଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ୩ ତାରିଖରେ ସୁବ୍ରତଙ୍କ ଅଭିଯୋଗକ୍ରମେ ମୋଟଙ୍ଗା ଥାନାରେ ନଂ. ୪/୨୩, ଦଫା ୪୫୭, ୩୯୫, ୩୯୭ ଓ ୨୫ ଏବଂ ୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ପୁରୀରେ ଥିବା ସୂଚନା ପାଇ ସଦର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ମୋଟଙ୍ଗା ଥାନାଧିକାରୀ ନିରଞ୍ଜନ ସେଠୀ ସେମାନଙ୍କୁ ଧରିବା ଲାଗି ଜାଲ ବିଛାଇଥିଲେ। ଅଭିଯୁକ୍ତମାନେ ପୁରୀରୁ ଭୁବନେଶ୍ୱର ଆସୁଥିବା ଜଣାପଡ଼ିବା ପରେ ପିପିଲି ପୋଲିସକୁ ସୂଚନା ଦିଆଯାଇଥିଲା। ପିପିଲି ପୋଲିସ ନାକାବନ୍ଦୀ କରି ଯାଞ୍ଚ କରୁଥିବାବେଳେ ସମ୍ପୃକ୍ତ ୫ ଅଭିଯୁକ୍ତ ଧରାପଡ଼ିଥିଲେ। ମୋଟଙ୍ଗା ପୋଲିସ ପିପିଲି ଥାନାରେ ପହଞ୍ଚତ୍ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଥିଲା। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପୁରୁଷୋତ୍ତମ ସେଠୀ, ଭବାନୀ ଶଙ୍କର ଉଦ୍‌ଗାତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri