କ୍ୱାଣ୍ଟମ କମ୍ପ୍ୟୁଟର

ଡ.ନରେନ୍ଦ୍ର ସେଠୀ

 

ପାଷାଣ ଯୁଗରେ ମୁନିଆ ପଥରକୁ ବ୍ୟବହାର କରି ପେଟ ପୋଷୁଥିବା ମଣିଷ କେବେ ଭାବି ନ ଥିବ ଯେ ଦିନେ ସେ ଏତେ ବୁଦ୍ଧିମାନ ହୋଇ ସମଗ୍ର ବିଶ୍ୱ ଉପରେ ନିଜ ଆଧିପତ୍ୟ ବିସ୍ତାର କରିବ। ବିଶ୍ୱର ସବୁ ବିଶାଳ, ଶକ୍ତିଶାଳୀ, ବିପଜ୍ଜନକ ଓ ଦୁର୍ଗମ ଜିନିଷ ଉପରେ ନିଜର ବିଜୟ କରିସାରି ମଣିଷ ଏବେ ଅଣୁ ପରମାଣୁ ଭଳି ଅଦୃଶ୍ୟ ଛୋଟ ଜିନିଷ ଭିତରେ ନିହିତ ବିଶାଳ ଶକ୍ତି ଓ ଦକ୍ଷତା ଉପରେ ନିୟନ୍ତ୍ରଣ କରିବାକୁ ଯାଉଛି। ଏପରି କି ବିଜ୍ଞାନ ବଳରେ ମଣିଷ ପରମାଣୁର ବିଖଣ୍ଡନରେ ନିର୍ଗତ ଅସୁମାରୀ ଶକ୍ତିକୁ ନିଜ ବ୍ୟବହାରରେ ଲଗେଇବାରେ ସକ୍ଷମ ହୋଇଛି। ସେହିପରି ପଦାର୍ଥ ବିଜ୍ଞାନର ଏକ ସଦ୍ୟତମ ଶାଖା ଭାବରେ କ୍ୱାଣ୍ଟମ ପ୍ରାଦ୍ୟୋଗିକ ସୂକ୍ଷ୍ମ ସ୍ତରରେ ଶକ୍ତି ଓ ପଦାର୍ଥର ବ୍ୟବହାରକୁ ଅଧ୍ୟୟନ କରେ, ଯେଉଁଠି ଗତାନୁଗତିକ ବିଜ୍ଞାନର ନିୟମ ନ ଥାଏ। ଏହି ତତ୍ତ୍ୱକୁ ଆଧାର କରି ଏବେ ବିଜ୍ଞାନ ଜଗତରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।
ସାଧାରଣତଃ କମ୍ପ୍ୟୁଟରଗୁଡ଼ିକ ଟ୍ରାଞ୍ଜିଷ୍ଟର ଚାଳିତ ହୋଇଥିବା ବେଳେ ଏହା ଏବେ କ୍ୱାଣ୍ଟମ କମ୍ପ୍ୟୁଟରରେ ବଦଳିଯିବ, ଯାହା ସୂକ୍ଷ୍ମ ସ୍ତରରେ ପରମାଣୁ ଚାଳିତ ହେବ। ଫଳରେ ସାଧାରଣ କମ୍ପ୍ୟୁଟରର ଥିବା ସ୍ମରଣ କ୍ଷମତା, ଯାହା ବିଟ ଉପରେ ଆଧାରିତ ଥିଲା ଓ ଏହା ବାଇନାରି ପଦ୍ଧତିରେ କାମ କରୁଥିଲା। ଅର୍ଥାତ୍‌ ଯଦି ଟ୍ରାଞ୍ଜିଷ୍ଟର ମଧ୍ୟରେ ସିଗ୍‌ନାଲ ଗଲା ତାହାହେଲେ ଏହାକୁ ୧ ଓ ସିଗ୍‌ନାଲ ନ ଗଲେ ତାକୁ ୦ ବିଟ ଭାବରେ ଇଙ୍ଗିତ କରି ଏହା କାର୍ଯ୍ୟ କରିଥାଏ। କିନ୍ତୁ କମ୍ପ୍ୟୁଟରକୁ ଆହୁରି କାର୍ଯ୍ୟକ୍ଷମ କରିବା ପାଇଁ ଏହି ଟ୍ରାଞ୍ଜିଷ୍ଟର ଭିତରେ ଅଧିକ ଡାଟା ରଖିବାକୁ ହେବ। ତେବେ କିଛି ବର୍ଷ ପର୍ଯ୍ୟନ୍ତ ଟ୍ରାଞ୍ଜିଷ୍ଟରଗୁଡିକ ମଧ୍ୟ ଆଧୁନିକ ହୋଇ ସାତ ନାନୋମିଟର ପର୍ଯ୍ୟନ୍ତ ଛୋଟ ଆକାର ଭିତରେ ଅନେକ ଡାଟା ରଖିବାକୁ ସକ୍ଷମ ହେଲା। ତେବେ କମ୍ପ୍ୟୁଟରକୁ ଆହୁରି କାର୍ଯ୍ୟକ୍ଷମ କରିବାକୁ ହେଲେ ଆମକୁ ଏପରି ଅନେକ ଟ୍ରାଞ୍ଜିଷ୍ଟର ଲଗେଇବାକୁ ହେବ କିମ୍ବା କମ୍ପ୍ୟୁଟରର ଆକାର ବଡ଼ କରିବାକୁ ହେବ, ଯାହା ଏକ ସମସ୍ୟା। ଯେହେତୁ ଆଜିର କମ୍ପ୍ୟୁଟରଗୁଡିକ ବାଇନାରି ପଦ୍ଧତିରେ କାମ କରନ୍ତି ଏମାନେ ବଡ଼ ବଡ଼ ଗାଣିତିକ ସମସ୍ୟାଗୁଡିକ ସହଜରେ ସାମ୍ନା କରିପାରିବେ ନାହିଁ। ଏପରିକି ଆଜିର ଆଧୁନିକ ସୁପର କମ୍ପ୍ୟୁଟର ମଧ୍ୟ ଜଟିଳ ଜୀବନ ରକ୍ଷା ଔଷଧିର ସୂତ୍ର ଓ ପ୍ରସ୍ତୁତ ପ୍ରଣାଳୀରେ ବ୍ୟବହୃତ ଗାଣିତିକ ମଡେଲକୁ ଶୁଝାଇପାରେନି। ଏହିସବୁ କମ୍ପ୍ୟୁଟରଗୁଡିକୁ ଏପରି ସମସ୍ୟା ଶୁଝାଇବା ପାଇଁ ହଜାରେ ବର୍ଷ ଲାଗିପାରେ। ଅର୍ଥାତ୍‌ ବାଇନାରି କମ୍ପ୍ୟୁଟର ସହଜରେ ମଣିଷର ନକଲ କରିପାରେନି। ଏହା କିନ୍ତୁ କ୍ୱାଣ୍ଟମ କମ୍ପ୍ୟୁଟର ସାହାଯ୍ୟରେ ସମ୍ଭବ।
କ୍ୱାଣ୍ଟମ କମ୍ପ୍ୟୁଟରରେ ଇଲେକ୍ଟ୍ରୋନର ନିମ୍ନ ବା ଉଚ୍ଚ ଶକ୍ତି ଅବସ୍ଥାର ସ୍ଥିତିକୁ ନେଇ ଡାଟା ସଂରକ୍ଷଣ ହେଉଥିବାରୁ ଏହା ପ୍ରଚଣ୍ଡ ଶକ୍ତିଶାଳୀ ହୋଇ ପାରିଛି। କ୍ୱାଣ୍ଟମ କମ୍ପ୍ୟୁଟରରେ ପାରମ୍ପରିକ ବିଟ ବଦଳିଯାଇ କ୍ୱାଏମ ବିଟ ହେଇଯିବ। ଏହା ଦ୍ୱାରା ନୂତନ ରୂପରେ ଯେଉଁ କ୍ୱାଣ୍ଟମ କମ୍ପ୍ୟୁଟର ପଦାର୍ପଣ କରିବ ତା’ର କାର୍ଯ୍ୟକ୍ଷମତା ଏବେକାର କମ୍ପ୍ୟୁଟର ଅପେକ୍ଷା ବହୁଗୁଣିତ ହୋଇଯିବ। ଏହା ଛଡା ଏହି କ୍ୱାଣ୍ଟମ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ଏହାର ସୁରକ୍ଷା ବ୍ୟବସ୍ଥା ଖୁବ୍‌ ଶକ୍ତିଶାଳୀ ହେବ ଓ ଏହାକୁ ସହଜରେ ହ୍ୟାକ୍‌ କରିହେବ ନାହିଁ। କ୍ୱାଣ୍ଟମ ସୂଚନାତନ୍ତ୍ର ଦୁଇଟି ଅଲଗା ଜାଗା ବା ବ୍ୟକ୍ତି ଭିତରେ ଯୋଗାଯୋଗ କରିବାର ସବୁଠୁ ସୁରକ୍ଷିତ ଉପାୟ, କାରଣ ସହଜରେ ଏହାର କୋଡ୍‌କୁ ଅନ୍ୟ କେହି ବୁଝିପାରିବେ ନାହିଁ ଓ କେହି ବାହ୍ୟ ବ୍ୟକ୍ତି ବା ସଂସ୍ଥା ଏହାକୁ ପଢିବାକୁ ଚେଷ୍ଟା କଲେ ତାହା ସଙ୍ଗେ ସଙ୍ଗେ ନିଜକୁ ବଦଳେଇ ଦେବ। ଏହି ବିଚକ୍ଷଣ କ୍ୱାଣ୍ଟମ କମ୍ପ୍ୟୁଟର ଜରିଆରେ ଅତି ଆଧୁନିକ ସେନ୍ସର ନିର୍ମାଣ କରାଯାଇପାରିବ, ଯାହା ଅତି ସୂକ୍ଷ୍ମ ମାତ୍ରାରେ ତାପମାତ୍ରା, ଚୁମ୍ବକୀୟ କ୍ଷେତ୍ର, ମାଧ୍ୟାକର୍ଷଣ ତରଙ୍ଗଗୁଡିକୁ ଖୁବ୍‌ ଠିକ୍‌ ଭାବେ ମାପି ପାରିବ। ଏଣୁ କ୍ୱାଣ୍ଟମ କମ୍ପ୍ୟୁଟରଗୁଡିକ ମହାକାଶ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନରେ ପ୍ରଚୁର ମାତ୍ରାରେ ବ୍ୟବହାର ହେବ। ଏହା ଦ୍ୱାରା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଦୃଢ଼ୀକରଣ ହେବ ଓ ଡିଜିଟାଲ ନେଣଦେଣ ସୁରକ୍ଷିତ ଭାବରେ ହୋଇପାରିବ। କ୍ୱାଣ୍ଟମ ବିଜ୍ଞାନ ବଳରେ ଆହୁରି ଠିକ୍‌ ଭାବରେ ପାଣିପାଗର ସୂଚନା, କୃତ୍ରିମ ବୁଦ୍ଧିମତ୍ତା ଇତ୍ୟାଦି କ୍ଷେତ୍ରରେ ପ୍ରୟୋଗ ହେବ। କ୍ୱାଣ୍ଟମ ବିଜ୍ଞାନ ବର୍ତ୍ତମାନର ବ୍ୟବହୃତ ବ୍ୟାଟେରିଗୁଡିକର କାର୍ଯ୍ୟକାରିତା ପ୍ରଚୁର ପରିମାଣରେ ବୃଦ୍ଧି କରାଇବାରେ ସକ୍ଷମ ହେବ। ଏପରି କି ଟ୍ରାଫିକ୍‌ ପରିଚାଳନା, ଉନ୍ନତ ଔଷଧ ପ୍ରସ୍ତୁତ ପାଇଁ ମଧ୍ୟ ଏହି ବିଚକ୍ଷଣ ବିଜ୍ଞାନର ଉପଯୋଗିତା ହେବ। ଏଣୁ ଅନେକ ଦେଶ ଏବେଠୁ ଏହି ଦିଗରେ କାମ କରିବା ଆରମ୍ଭ କଲେଣି। ଆମେରିକା, ଚାଇନା, ଇସ୍ରାଏଲ, ରୁଷିଆ, ସିଙ୍ଗାପୁର, ଫ୍ରାନ୍ସ, କାନାଡା, ଜର୍ମାନୀ ଓ ଦକ୍ଷିଣ କୋରିଆ ଭଳି ଦେଶଗୁଡିକ ଏହି ଦିଗରେ ଅଗ୍ରଣୀ ସ୍ଥାନରେ ଅଛନ୍ତି। ଯେହେତୁ ଭାରତ ସଫ୍ଟୱେର କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ସ୍ଥାନ ଅଧିକାର କରିଛି ଓ ଭାରତର ସଫ୍ଟୱେର ବିଜ୍ଞାନୀମାନେ ବିଶ୍ୱରେ ନିଜର ସକ୍ଷମତା ପ୍ରମାଣିତ କରିସାରିଛନ୍ତି, ସେଇଥିପାଇଁ ଭାରତ ନିଜସ୍ବ ସ୍ବଦେଶୀ ଜ୍ଞାନକୌଶଳରେ ଏହି କ୍ୱାଣ୍ଟମ କମ୍ପ୍ୟୁଟର ନିର୍ମାଣ କରିବାକୁ ଅଗ୍ରସର ହୋଇଛି। ଏଥିପାଇଁ ଭାରତ ସରକାର ଗତ କିଛିଦିନ ତଳେ ୬ ହଜାର କୋଟି ଟଙ୍କାର ଜାତୀୟ କ୍ୱାଣ୍ଟମ ମିଶନ ଘୋଷଣା କରିଛନ୍ତି। ଏହା ଭାରତର ଏକମାତ୍ର ବୈଜ୍ଞାନିକ ମିଶନ, ଯେଉଁଥିରେ ଭାରତର ବିଜ୍ଞାନୀମାନେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ଟିକିନିକି ସବୁ ସରଞ୍ଜାମ ନିଜେ ପ୍ରସ୍ତୁତ କରିବେ। ଏହା ବିଶ୍ୱରେ ଭାରତର ବୈଜ୍ଞାନିକ ଉତ୍କୃଷ୍ଟତା ପ୍ରତିପାଦନ କରିବାର ଏକ ସୁନେହେରା ଅବସର ହେବ ନିଶ୍ଚୟ।
ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri