ସ୍କୁଲ ୟୁନିଫର୍ମ, ଜୋତା ଗୁଣବତ୍ତା ପ୍ରଭାବିତ ହେଉଛି

ରସୁଲପୁର,୬।୧୨(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତର ୨୧୭ ବିଦ୍ୟାଳୟରେ ୩୦ହଜାରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜରିଆରେ ୟୁନିଫର୍ମ, ଜୋତା ପ୍ରଦାନ କରାଯାଉଛି। ଏ ବାବଦକୁ ଶିକ୍ଷା ବର୍ଷ ହାରରେ ୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ବିଦ୍ୟାଳୟଗୁଡ଼ିକର ଜମାଖାତାକୁ ଅନୁଦାନ ଆସୁଛି। ହେଲେ ଉକ୍ତ ଅର୍ଥର ବିନିଯୋଗ ଠିକ୍‌ରେ କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି। ବିଦ୍ୟାର୍ଥୀମାନଙ୍କୁ ଗୁଣବତ୍ତା ସମ୍ପନ୍ନ ୟୁନିଫର୍ମ ଓ ଜୋତା ପ୍ରଦାନରେ ଲାଭଖୋର ମନୋଭାବ ବାଧକ ସାଜୁଛି। ଯୋଜନାର ସିଂହଭାଗ ମଧ୍ୟସ୍ଥି ପକେଟକୁ ଯାଉଥିବାରୁ ଏଭଳି ସ୍ଥିତି ଉପୁଜୁଛି। ୟୁନିଫର୍ମ ଓ ଜୋତା ବାବଦକୁ ଆସୁଥିବା ଅର୍ଥ ବିଦ୍ୟାଳୟ ଜମାଖାତାକୁ ପ୍ରଦାନ କରା ନ ଯାଇ ସିଧାସଳଖ ପିଲାଙ୍କ ଜମାଖାତାକୁ ପ୍ରଦାନ କରିବାକୁ ଅଭିଭାବକଙ୍କ ମହଲରେ ଦାବି ହେଉଛି। ପୂର୍ବରୁ ନବମ ଶ୍ରେଣୀ ପିଲାଙ୍କ ସାଇକେଲ ଅର୍ଥ ବିଦ୍ୟାଳୟ ଜମାଖାତାକୁ ଆସୁଥିଲା। ଏବେ ସେ ଅର୍ଥ ବିଦ୍ୟାର୍ଥୀଙ୍କ ଜମାଖାତାକୁ ପ୍ରଦାନ କରାଯାଉଛି। କରୋନା ସମୟରେ ମଧ୍ୟାହ୍ନଭୋଜନ ଅର୍ଥ ପିଲାମାନଙ୍କୁ ପ୍ରଦାନ କରାଯାଇଥିଲା। ସେହିଭଳି ୟୁନିଫର୍ମ ଓ ଜୋତା ଅର୍ଥକୁ ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରାଯାଉ ବୋଲି ଅଭିଭାବକ ଯୁକ୍ତି ବାଢ଼ିଛନ୍ତି।
ବ୍ଲକ ଅଧୀନରେ ୧୫୫ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୮ ବ୍ଲକଗ୍ରାଣ୍ଟ୍‌ ଓ ୪୪ ଉଚ୍ଚ ବିଦ୍ୟାଳୟ ରହିଛି। ଏ ସବୁ ବିଦ୍ୟାଳୟରେ ଅଧ୍ୟୟନରତ ପିଲାମାନଙ୍କୁ ୟୁନିଫର୍ମ ଯୋଗାଇ ଦେବାକୁ ଗଙ୍ଗାଧର ମେହେର ପରିଧାନ ଯୋଜନା, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଛାତ୍ରୀଛାତ୍ର ପରିଧାନ ଯୋଜନା ଜରିଆରେ ଅର୍ଥ ପ୍ରଦାନ କରାଯାଉଛି। ପ୍ରଥମରୁ ୮ମ ଶ୍ରେଣୀ ପିଲାମାନଙ୍କୁ ୨ ହଳ ପୋଷାକ ଓ ଜୋତା ପାଇଁ ୬୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ୯ମ ଓ ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ମୁଣ୍ଡପିଛା ୧ ହଜାର ଟଙ୍କା ଲେଖାଏ ଆସୁଛି। ଏହି ଅର୍ଥକୁ ବିଦ୍ୟାଳୟ ପକ୍ଷରୁ ବିନିଯୋଗ କରାଯାଉଛି। ବିଦ୍ୟାଳୟଗୁଡ଼ିକ ପୋଷାକ ପାଇଁ ଏଜେନ୍ସିମାନଙ୍କ ଉପରେ ନିର୍ଭର କରୁଛନ୍ତି। ଏଜେନ୍ସିମାନଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇ ପୋଷାକ ପ୍ରଦାନ ପାଇଁ ଅର୍ଡର ଦିଆଯାଉଛି। ଏଜେନ୍ସି ସେମାନଙ୍କ ଲାଭକୁ ଯୋଡ଼ିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ କମିଟିର ସଭାପତିଙ୍କୁ ଆପାୟିତ କରିବା ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥ ପୋଷାକ ବିଲ୍‌ ସହ ଯୋଡ଼ୁଛନ୍ତି। ଏତାଦୃଶ ବିଚାର ପୋଷାକର ଗୁଣବତ୍ତାକୁ ପ୍ରଭାବିତ କରୁଛି। ଶିକ୍ଷାବର୍ଷରେ ମିଳୁଥିବା ୨ ହଳ ପୋଷାକ ମାତ୍ର ଦିନ କେଇଟାରେ ପିନ୍ଧିବା ଯୋଗ୍ୟ ହୋଇ ରହୁନାହିଁ। ଜୋତାଗୁଡ଼ିକ ସ୍ବଳ୍ପ ସମୟ ବ୍ୟବଧାନରେ ଫାଟିଯାଉଛି।
ଅନ୍ୟପକ୍ଷରେ ଏ ବାବଦକୁ ଅର୍ଥ ବିଦ୍ୟାଳୟ ଜମାଖାତାକୁ ଠିକ୍‌ ସମୟରେ ଆସୁନାହିଁ। ଶିକ୍ଷାବର୍ଷର ଅଧାଅଧି ଅବଧି ସୁଧା କେତେକ ବିଦ୍ୟାଳୟରେ ପୋଷାକ ବିତରଣ ହୋଇପାରି ନ ଥିବା ଜଣାଯାଇଛି। କେତେକ କ୍ଷେତ୍ରରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଯୋଗୁ ପୋଷାକ ବିତରଣ ସମ୍ଭବ ହୋଇପାରୁ ନ ଥିବା କୁହାଯାଉଛି। ଏଭଳି ନାନା ସମସ୍ୟା ଯୋଗୁ ବିଦ୍ୟାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସୁବିଧା ଲକ୍ଷ୍ୟଚ୍ୟୁତ ହୋଇଯାଉଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ନିଳାମ୍ବର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ପକ୍ଷରୁ ପୋଷାକ କିଣିବାକୁ ନିଷ୍ପତ୍ତି ନିଆଯାଉଛି। ସେମାନେ ବିଭିନ୍ନ ଏଜେନ୍ସିଠାରୁ କୋଟେସନ ଆଣୁଛନ୍ତି। ଯେଉଁ ଏଜେନ୍ସି କମ୍‌ ଖର୍ଚ୍ଚରେ ଭଲ ପୋଷାକ ପ୍ରଦାନ କରିବାକୁ ସମ୍ମତି ପ୍ରକାଶ କରୁଛନ୍ତି ସେମାନଙ୍କଠାରୁ ପୋଷାକ ଆଣିବା ପାଇଁ ଅର୍ଡର ଦିଆଯାଉଛି ବୋଲି ପ୍ରଧାନଶିକ୍ଷକମାନଙ୍କଠାରୁ ସୂଚନା ମିଳୁଛି। ଏଥିରେ ବ୍ଲକ ଶିକ୍ଷାଧିକାରୀଙ୍କର କୌଣସି ଭୂମିକା ନାହିଁ। ତେବେ ଏ ଦିଗରେ ଯେଉଁଠାରୁ ଅଭିଯୋଗ ଆସିବ ତା’ ଉପରେ ତଦନ୍ତ କରାଯାଇ ୟୁନିଫର୍ମ ବଣ୍ଟନରେ ଅନିୟମିତତା ହୋଇଥିବା ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିଶ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri