କ୍ୱାଲିଟି ଦିଏ ଗ୍ରାହକ ସନ୍ତୁଷ୍ଟି

ନିରବଚ୍ଛିନ୍ନ ୨୧ ବର୍ଷ ଧରି ସ୍ବଚ୍ଛତା, ଶୁଦ୍ଧତା ଓ ଗୁଣବତ୍ତା ବଜାୟ ରଖିଥିବା
‘ଭାରତ ମସଲା’ ଓଡ଼ିଶାର ଅଧିକାଂଶ ରୋଷେଇ ଘରେ ଉପସ୍ଥିତି ଜାହିର କରିସାରିଛି। ଲୋକଙ୍କ ସ୍ବାଦର ରୁଚିକୁ ଚିହ୍ନି ପାରିଥିବାରୁ ଦେଶ ବିଦେଶରେ ବି ଏହାର ଚାହିଦା କାହିଁରେ କ’ଣ। ବିଶ୍ୱସ୍ତରୀୟ ଖାଦ୍ୟ ଉପତ୍ାଦ ପ୍ରସ୍ତୁତିକୁ ଗୁରୁତ୍ୱ ଦେଉଥିବା ଜୟ ଭାରତ ସ୍ପାଇସେସ୍‌ ପ୍ରାଇଭେଟ୍‌ ଲିଃ ଦେଶରେ ଏକ ମଜଭୁତ ବ୍ରାଣ୍ଡ୍‌ ରେପୁଟେଶନ ତିଆରି କରିଛି। କଠିନ ଅଧ୍ୟବସାୟ ଓ ଗ୍ରାହକଙ୍କ ସହ ଭାବଗତ ସମ୍ପର୍କ ଯୋଗୁ ଏହା ସମ୍ଭବ ହୋଇଛି ବୋଲି କୁହନ୍ତି ‘ଭାରତ ମସଲା’ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା।

 

ଭାରତ ମସଲାର ସେବା ଯୋଗାଣ କେତେ ବର୍ଷରେ ପହଞ୍ଚିଛି?
୧୯୯୯ ମସିହାରେ ଭାରତ ମସଲାର ଜନ୍ମ। ସେବେଠାରୁ ଜାରି ରହିଥିବା ସେବାର ଧାରାକୁ ଆଗାମୀ ଦିନରେ ଆହୁରି ସୁଦୃଢ଼ କରିବା ଦିଗରେ ଲକ୍ଷ୍ୟ ରଖିଛୁ। ଏଥିଲାଗି ବିଭିନ୍ନ ଯୋଜନା ହାତକୁ ନିଆଯାଉଛି।
ଆପଣଙ୍କ କମ୍ପାନୀ ଗ୍ରାହକଙ୍କ ମଧ୍ୟରେ କିପରି ଆଦୃତ ହେଲା?
ମସଲା ଜଗତର ବଡ଼ ବଡ଼ ହସ୍ତୀ ଓଡ଼ିଶାରେ ପ୍ରାଧାନ୍ୟ ବିସ୍ତାର କରିଥିବା ସମୟରେ ଆମେ ସ୍ବଳ୍ପ ମୂଲ୍ୟରେ ଉନ୍ନତ ମାନର ଉପତ୍ାଦ ଗ୍ରାହକଙ୍କ ନିକଟରେ ପହଞ୍ଚାଇଥିଲୁ। ଧୀରେ ଧୀରେ ଭାରତ ମସଲାର ଉପତ୍ାଦ ଗ୍ରାହକଙ୍କ ପାଖରେ ଆଦୃତ ହେବା ସହ ଓଡ଼ିଶାର ଘରେ ଘରେ ବ୍ୟବହୃତ ହେଲା। ଉତ୍ତମ ଗୁଣବତ୍ତାର ଉପତ୍ାଦ ଓ ଗ୍ରାହକ ସନ୍ତୁଷ୍ଟି ହିଁ ଭାରତ ମସଲାକୁ ରାଜ୍ୟ ତଥା ରାଜ୍ୟ ବାହାରେ ଲୋକପ୍ରିୟ କରାଇଛି।
ରାମଦାସପୁରଠାରେ ପ୍ରତିଷ୍ଠିତ କମ୍ପାନୀର କ୍ରୟୋଜେନିକ୍‌ ସ୍ପାଇସ୍‌ ପ୍ଲାଣ୍ଟ ଏବେ ଅତି ଉନ୍ନତ ମାନର ମସଲା ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛି। ପୂର୍ବ ଭାରତରେ ପ୍ରଥମ କରି ଆମେ ଏହି ବିଶ୍ୱସ୍ତରୀୟ ପ୍ଲାଣ୍ଟ କଟକରେ ସ୍ଥାପନ କରିଛୁ।
କମ୍ପାନୀର ଆଗାମୀ ଯୋଜନା କ’ଣ ରହିଛି?
ଆମର ଆଗାମୀ ଯୋଜନା ମଧ୍ୟରେ ନୂତନ ରେଡି-ଟୁ-ଇଟ୍‌ ସ୍ନାକ୍‌ ଫୁଡ୍‌ ପ୍ଲାଣ୍ଟ ଓ ଶୀତଳଭଣ୍ଡାର ପ୍ରକଳ୍ପ ସାମିଲ ରହିଛି। ଏଥିପାଇଁ ରାଜ୍ୟ ସରକାର ଆମକୁ ୪.୨୦ ଏକର ଜମି ମଞ୍ଜୁର କରିଛନ୍ତି।
ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ପ୍ଲାଣ୍ଟ ପ୍ରଥମ ଥର ପାଇଁ ଓଡ଼ିଶାରେ ସ୍ଥାପନ ହେବ I
ଆପଣଙ୍କ ବ୍ୟବସାୟ ଉପରେ କରୋନାର ପ୍ରଭାବ?
କରୋନା ମହାମାରୀ ସାରା ବିଶ୍ୱକୁ ପ୍ରଭାବିତ କରିଛି। ରାଜ୍ୟର ଏମ୍‌ଏସ୍‌ଏମ୍‌ଇଗୁଡିକୁ ମଧ୍ୟ ଏହା କବଳିତ କରିଛି I ଆମ କମ୍ପାନୀର କଞ୍ଚାମାଲ ଆମଦାନୀ, ଉପତ୍ାଦନ, ବିକ୍ରି, କର୍ମଚାରୀଙ୍କ ଉପସ୍ଥିତି ବିଶେଷ ଭାବେ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ବି ଗ୍ରାହକମାନଙ୍କ ନିକଟରେ ଆମେ ନିଜ ଉପତ୍ାଦ ପହଞ୍ଚାଇପାରିଛୁ।
ମସଲା ଉଦ୍ୟୋଗ ପାଇଁ ଚ୍ୟାଲେଞ୍ଜ କ’ଣ? ଏହାକୁ ସାମ୍ନା କରିବା ଲାଗି କମ୍ପାନୀ କେତେ ପ୍ରସ୍ତୁତ?
ମସଲା ଜଗତରେ ଆମ ପାଇଁ ସବୁଠୁ ବଡ଼ ଆହ୍ବାନ ହେଲା ମହାରଥୀମାନଙ୍କ ସହ ପ୍ରତିଯୋଗିତା। ପ୍ରତ୍ୟେକ ଦିନ ନୂଆ ନୂଆ କମ୍ପାନୀ ମାକେର୍ଟରେ ପ୍ରବେଶ କରୁଛନ୍ତି। ତେଣୁ ଆମେ ଆମ ବିତରକ ଓ ମାର୍କେଟିଂ ନେଟ୍‌ଓ୍ବର୍କ ଓଡ଼ିଶା ତଥା ବାହାର ରାଜ୍ୟଗୁଡ଼ିକରେ ବିସ୍ତାର କରିଛୁ। ବର୍ତ୍ତମାନ ଆମ ପାଖରେ ୨୦୦୦ରୁ ଊର୍ଦ୍ଧ୍ୱ ବିତରକ ରହିଛନ୍ତି। ଆମେ ମଧ୍ୟପ୍ରାଚ୍ୟ, ନେପାଳ ଓ ମାଲେସିଆ ଭଳି ଦେଶକୁ ରପ୍ତାନି କରୁଛୁ। ଚତୁର୍ଥ ଥର ପାଇଁ ଆମ କମ୍ପାନୀକୁ ରାଜ୍ୟ ସରକାର ‘ରାଜ୍ୟ ରପ୍ତାନି ପୁରସ୍କାର’ ପ୍ରଦାନ କରିଛନ୍ତି।
ବ୍ୟବସାୟ ଜଗତରେ ପାଦ ଥାପିବାଠାରୁ ବର୍ତ୍ତମାନ ଯାଏ ଯାତ୍ରାକୁ କିଭଳି ଦେଖନ୍ତି?
କମ୍ପାନୀର ୨୧ ବର୍ଷର ଯାତ୍ରା ଅତି ସଂଘର୍ଷମୟ ରହିଛି। ଏହି ଅଭିଜ୍ଞତା ଆମ ପାଇଁ ଶିକ୍ଷଣୀୟ ଓ ପଥ ପ୍ରଦର୍ଶକ ହୋଇଛି।
ଭାରତ ମସଲା କେମିତି ଆରମ୍ଭ ହୋଇଥିଲା? କେତେଜଣ ଲୋକ କମ୍ପାନୀରେ ନିଯୁକ୍ତି ପାଇଛନ୍ତି?
କମ୍ପାନୀର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡାଙ୍କ ଦ୍ୱାରା ସ୍ଥାପିତ ଏହି ଉଦ୍ୟୋଗ ୪୦୦ଟଙ୍କା ନିବେଶରେ ଆରମ୍ଭ ହୋଇଥିଲା। ଏକଦା ୨ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା କମ୍ପାନୀର ବିଭିନ୍ନ ୟୁନିଟରେ ବର୍ତ୍ତମାନ ୭୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟରତ। କମ୍ପାନୀ ଏବେ ୧୦,୦୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାର ଦେଇଛି।
ସରକାରୀ ପ୍ରୋତ୍ସାହନ ମିଳୁଛି କି? କିଛି ସହାୟତା ଆଶା ରହିଛି?
ରାଜ୍ୟ ସରକାରଙ୍କ ଉଦାର ଶିଳ୍ପନୀତି ଓ ପ୍ରୋତ୍ସାହନ ଯୋଗୁ ହିଁ ଏହି ଉଦ୍ୟୋଗ ବିଶ୍ୱସ୍ତରୀୟ ମାନକୁ ଛୁଇଁପାରିଛି। ଆମେ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିର ଋଣୀ ଓ କୃତଜ୍ଞ।
ଉଦ୍ୟୋଗ ବିକାଶ ଓ ନିଯୁକ୍ତି ସୃଷ୍ଟି ନେଇ ଯୁବପିଢ଼ିିଙ୍କୁ କ’ଣ କହିବେ?
ବର୍ତ୍ତମାନ ସରକାରୀ ଓ ବେସରକାରୀ ସ୍ତରରେ ଚାକିରି ଆଶା ସଙ୍କୁଚିତ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଆମେ ଯୁବପିଢ଼ିଙ୍କୁ ଉଦ୍ୟୋଗ ଜଗତରେ ପାଦଦେବାକୁ ଉତ୍ସାହିତ କରୁଛୁ। ଏଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପାଖରେ ଆଗ୍ରହ ରଖିଛୁ। ଷ୍ଟାର୍ଟଅପ୍‌ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ।
ମହାମାରୀ ଶିଳ୍ପଜଗତକୁ କ’ଣ ଶିକ୍ଷା ଦେଲା?
କୋଭିଡ୍‌ ମହାମାରୀ ଡିଜିଟାଇଜେଶନ, ଭର୍ଚୁଆଲ କନ୍‌ଫରେନ୍ସିଂ, ଓ୍ବାର୍କ ଫ୍ରମ୍‌ ହୋମ୍‌, ଅନ୍‌ଲାଇନ ମାର୍କେଟିଂ, ଅନ୍‌ଲାଇନ କମ୍ୟୁନିକେଶନକୁ ଏକ ଭିନ୍ନ ସ୍ତରକୁ ପହଞ୍ଚାଇଲା। ଏହା ବେରୋଜଗାର ଏବଂ ଅସହାୟ ବ୍ୟକ୍ତିବିଶେଷଙ୍କ ଲାଗି ବିକଳ୍ପ କର୍ମସଂସ୍ଥାନର ମାର୍ଗ ପ୍ରଦର୍ଶନ କରିଛି। କରୋନା କାଳରେ ଜୀବନ ଜୀବିକା ସଙ୍କଟର ମୁକାବିଲା କରିବାକୁ ଅନେକ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ ସାନିଟାଇଜର, ମାସ୍କ, ପିପିଇ ଏବଂ ହ୍ୟାଣ୍ଡଓ୍ବାଶ୍‌ ପ୍ରସ୍ତୁତ କରି ବିକ୍ରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା: ପୁଅ ଗୁରୁତର,  ପଡ଼ୋଶୀ ଅଟ ଥିବା ସୂଚନା

କୋରୁକୋଣ୍ଡା, ୧/୧୧ (ଅଶୋକ କୁମାର ପରିଡ଼ା): ଘରେ ପଶି ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ସେମାନଙ୍କ ୧୨ ବର୍ଷୀୟ ପୁଅକୁ ମରଣାନ୍ତକ ଆକ୍ରମଣ…

ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

ରାଇକିଆ, ୧/୧୧ (ପ୍ରଦୀପ ବେହେରା): ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଇନ୍ଦ୍ରଗଡ଼ ପଞ୍ଚାୟତ ଉପରେ ଫୋକସ୍ କରିଛି କନ୍ଧମାଳ ଜିଲା ପ୍ରଶାସନ। ମାଣିକେଶ୍ୱର ପରେ ଏହି…

କୋଟିଆ ଭୋଟରଙ୍କୁ ଜଗିବେ ୩ ଦଳ

କୋରାପୁଟ,୧।୧୧(ଅମିତାଭ ବେହେରା): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପୁଣି ରାଜନୈତିକ ତତ୍ପରତା ଦେଖିବାକୁ ମିଳିଛି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନକୁ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ପ୍ରଦୂଷିତ ପରିବେଶ ପାଇଁ ବହୁ ଜୀବଜନ୍ତୁ ବିଲୁପ୍ତପ୍ରାୟ

ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ। ନିଜ ସୁବିଧା ପାଇଁ ଆମେ କଳକାରଖାନା ବୃଦ୍ଧି କରୁଛେ, ଯାହା ଆମ ପରିବେଶ ଓ ଜୀବଜଗତ…

LPG ସିଲିଣ୍ଡର ପିଛା ଦାମ ବଢ଼ିବ ୩୭୦ ଟଙ୍କା; ଡିସେମ୍ବରରେ ହେବ ମୂଲ୍ୟ ବୃଦ୍ଧିି! କ୍ଷତିରେ ଚାଲୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୧।୧୧: ଡିସେମ୍ବର ୨୦୨୬ରେ, ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଉପରେ ‘ଅଣ୍ଡର-ରିକଭରି’ (ଅର୍ଥାତ ଉତ୍ପାଦନ/କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ) ପ୍ରାୟ ୧୩%…

ସ୍ବାସ୍ଥ୍ୟ ପାଇଁ ସୁଧା: ବିଶ୍ୱ ଭେଗାନ୍‌ ଦିବସ

ସମଗ୍ର ବିଶ୍ୱରେ ଶାକାହାରୀ ଜୀବନଶୈଳୀ, ପରିବେଶ ସୁରକ୍ଷା ଏବଂ ପ୍ରାଣୀଙ୍କ ପ୍ରତି ଦୟାଭାବ ଜାଗ୍ରତ ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧ରେ ପାଳନ କରାଯାଇଆସୁଛି ‘ବିଶ୍ୱ ଭେଗାନ୍‌ ଦିବସ’।…

CJP ଦୀପାବଳି ପାର୍ଟିରେ ଯୋଗ ଦେଲେ ବିରୋଧୀ ଦଳର ନେତା; ଅଭିଜିତ ଦୀପକେ, ସୌରଭ ଦାସଙ୍କୁ କ’ଣ କହିଲେ ସୁପ୍ରିୟା ସୁଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧: ‘କକରୋଚ ଜନତା ପାର୍ଟି’ (CJP) ଏବଂ କେତେଜଣ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ନିକଟତର ହେବାର ସଙ୍କେତ ମିଳୁଛି। ଶନିବାର, ତୃଣମୂଳ କଂଗ୍ରେସ, ସିପିଆଇ(ଏମ) (CPI(M))…

ଏଇ ଭାରତରେ

ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?