ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ ଭୁବନି ପଞ୍ଚାୟତରେ ରହିଛି କିଙ୍ଗଡାଙ୍ଗ ଗ୍ରାମ। ଏଠାରେ ବିକାଶର ପ୍ରତିଛବି ପଡ଼ିନଥିବା ବେଳେ ଅନ୍ଧକାରରେ ରହିଛି ଏମାନଙ୍କ ଜୀବନ। ବିକାଶ ଏଠି ସାତ ସପନ। ତେଣୁ ବହୁ ଦୁଃଖକଷ୍ଟରେ ଜୀବନ କାଟୁଥିବା କହିଛନ୍ତି ଗ୍ରାମବାସୀ। ଗାଁକୁ ନାହିଁ ଭଲ ରାସ୍ତା ଖଣ୍ଡିଏ। ରାସ୍ତା ଶୋଚନୀୟ ହୋଇ ପଡିଛି। ଗ୍ରାମକୁ ନା ଆମ୍ବୁଲାନ୍ସ ପହଞ୍ଚତ୍ପାରୁଛି ନା ଗାଡ଼ିମୋଟର ସେବା। ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି କୁନି କୁନି ପିଲା ମଧ୍ୟ ଏଠାରେ ମାଇଲ ମାଇଲ ଚାଲି ସ୍କୁଲ ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗାଁକୁ ନାହିଁ ପାନୀୟ ଜଳ ଯୋଗାଣ କିମ୍ବା ରାସ୍ତା ବ୍ୟବସ୍ଥା । ଗ୍ରାମବାସୀଙ୍କ ଭରସା ପଥର କୁଅ । ପିଲା ଛୁଆଙ୍କ ପାଇଁ କୁଅ ପାଣି ବ୍ୟବହାର କରୁଛନ୍ତି ମହିଳା । ଏହି ଦୃଶ୍ୟକୁ ଦେଖିଲେ ଜଳଜଳ ହୋଇ ଦେଖାଯାଉଛି ଗାଁରେ ଥିବା ଜଳ ସମସ୍ୟା। ଏହି ଗ୍ରାମରେ ପ୍ରାୟ ୨୦ରୁ ୨୫ ପରିବାରର ଶହେରୁ ଊଦ୍ଧର୍‌ବ ଲୋକ ବସବାସ କରୁଛନ୍ତି। ପାଣି ମୁନ୍ଦାଏ ପାଇଁ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଦୀର୍ଘଦିନ ହେଲା ଏହି ସମସ୍ୟା ଜାରି ରହିଥିବାବେଳେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନା ଗାଁରେ ପହଞ୍ଚି ନାହିଁ। ଗାଁ ଲୋକେ ଗୋଟିଏ କୁଅ ଉପରେ ଭରସା କରୁଥିବା ବେଳେ ଖରାଦିନ ଆରମ୍ଭରୁ ହିଁ କୁଅ ପାଣି ଶୁଖିଗଲାଣି। ସରକାର ବସୁଧା ଯୋଜନା ମାଧ୍ୟମରେ ଘରେ ଘରେ ପାଣି ଯୋଗାଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏହି ଗ୍ରାମର ଲୋକେ କିନ୍ତୁ ପିଇବା ପାଇଁ ଟୋପାଏ ପାଇ ପାରୁନାହାନ୍ତି। ତେଣୁ ଗାଁରେ ପିଇବା ପାଣିର ବ୍ୟବସ୍ଥା ସହ ରାସ୍ତା ନିର୍ମାଣ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

୫୩ନଂ ରାଜ୍ୟ ରାଜପଥରେ ଗେଟିଏ ପରେ ଗେଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଆଶା ଭୋସ୍‌ଲେଙ୍କ ପରଲୋକରେ ଭାବପ୍ରବଣ ହୋଇପଡ଼ିଲେ ନରେନ୍ଦ୍ର ମୋଦି

ମୁମ୍ବାଇ,୧୨।୪: ପ୍ରଖ୍ୟାତ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ରାଜନୈତିକ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ତାଙ୍କ ବିୟୋଗରେ ଶୋକ…

୧୬ ବର୍ଷ ବୟସରେ ବିବାହ, ଶାଶୁଘରେ ଘରୋଇ ହିଂସାର ଶିକାର…ପୁଅଙ୍କ ମୃତ୍ୟୁ-ଝିଅଙ୍କ ଆତ୍ମହତ୍ୟା; ବେଶ ସଂଘର୍ଷମୟ ଥିଲା ଆଶାଙ୍କ ଜୀବନ

ମୁମ୍ବାଇ:ସଙ୍ଗୀତ ଜଗତର ଆଶା ଭୋସଲେ ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେିଇଛନ୍ତି। ଶନିବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri