Posted inଖେଳ

କାତାର ବିଶ୍ୱକପ୍‌ର ବିସ୍ମୟ ଜାପାନ

୨୦୧୮ ବିଶ୍ୱକପର ଇତିହାସ ପୁନରାବୃତ୍ତି ହୋଇଥିବା ବିଶ୍ୱାସ କରି ହେଉନାହିଁ। ୨୦୧୪ର ବିଶ୍ୱ ଚାମ୍ପିୟନ ଏଥର ମଧ୍ୟ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଲା। ଆମେ ଜାଣିଛୁ ଯେ ଜର୍ମାନୀ ଜାତୀୟ ଦଳ ପରିବର୍ତ୍ତନ ପଥରେ ରହିଛି। ଏକ ନୂଆ ଦଳ ଗଠନ ପାଇଁ ଉଦ୍ୟମ ଚାଲିଛି। ତେଣୁ ଗତ ବିଶ୍ୱକପରେ ଦଳ କାହିଁକି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା ତାହା ବୁଝି ହେଉଥିଲା। ମାତ୍ର ଏହି ବିଶ୍ୱକପ ପ୍ରମାଣ କରିଦେଲା ଯେ ସେମାନେ ନୂଆଦଳ ଗଠନ କରିବାରେ ବିଫଳ ହୋଇଛନ୍ତି। ଜର୍ମାନୀ ଫୁଟବଲରେ ନୂଆ ଅଧ୍ୟାୟ ଆରମ୍ଭ ପାଇଁ କାତାର ବିଶ୍ୱକପ ଉପଯୁକ୍ତ ପ୍ଲାଟଫର୍ମ ଥିଲା। ମାତ୍ର ୨୦୧୮ରେ ଯାହା ଘଟିଥିଲା ତାହା ପୁଣିଥରେ ହେଲା। ଜର୍ମାନୀ କ୍ରମାଗତ ୨ଟି ବିଶ୍ୱକପରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଲା।
ଗତ ମ୍ୟାଚରେ ହାନ୍‌ସି ଫ୍ଲିକ୍‌ଙ୍କ ଜର୍ମାନୀ ଦଳର ପ୍ରୟାସ ନକ୍‌ଆଉଟ ଯିବାକୁ ପର୍ଯ୍ୟାପ୍ତ ହୋଇ ନ ଥିଲା। ଜାପାନ ନିକଟରୁ ସ୍ପେନ୍‌ର ପରାଜୟ ଜର୍ମାନୀ ଆଶାକୁ ଧୂଳିସାତ କଲା। ଜାପାନ ଚମତ୍କାର ଖେଳିଥିଲା ଏଥିରେ ଦ୍ୱିମତ ନାହିଁ, ମାତ୍ର ଗୁରୁବାର ସେମାନେ ଏକ ବିବାଦୀୟ ଗୋଲରେ ବିଜୟୀ ହେଲେ। ତେବେ ସେ ଯାହା ହେଉନା କାହିଁକି ଏହି ଏସୀୟ ଦଳକୁ ପ୍ରଶଂସା କରାଯିବା ଆବଶ୍ୟକ। ମୋ ମତରେ ଏହି ବିଶ୍ୱକପରେ ଜାପାନ ହିଁ ସବୁଠାରୁ ବଡ଼ ବିସ୍ମୟ। ବର୍ଷପରେ ବର୍ଷ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଘଟି ଚାଲିଛି ସତ, ମାତ୍ର ଏହି ବିଶ୍ୱକପରେ ସେମାନେ ଯେପରି ଆକ୍ରମଣାତ୍ମକ ଖେଳ ଏବଂ ସ୍ପିଡ୍‌ ଦେଖାଇଛନ୍ତି ତାହା ହିଁ ବିସ୍ମୟ ସୃଷ୍ଟି କରିଛି। ଏହାର ସମସ୍ତ ଶ୍ରେୟ ବ୍ରାଜିଲିଆନ ଲିଜେଣ୍ଡ ଜିକୋଙ୍କ ନିକଟକୁ ଯିବ। ସେ ଜାପାନ ଫୁଟବଲକୁ ପରିବର୍ତ୍ତନ କରି ଦେଇଛନ୍ତି। ରାଉଣ୍ଡ ଅଫ୍‌ ୧୬ରେ ଜାପାନ ଅଣ୍ଡରଡଗ୍‌ଭାବେ କ୍ରୋଏସିଆ ବିପକ୍ଷରେ ଖେଳିବ।
ବର୍ତ୍ତମାନ ପରିସ୍ଥିତିରେ ଅନ୍ୟତମ ଫେଭରାଇଟ ଆର୍ଜେଣ୍ଟିନା ବିଶ୍ୱକପ ଜିତିପାରିବ ବୋଲି କହିହେବ। ଧିରେଧିରେ ସେମାନେ ରିଦିମକୁ ଫେରିଛନ୍ତି। ଲିଓନେଲ ମେସିଙ୍କ ଦଳ ପୋଲାଣ୍ଡ ବିପକ୍ଷରେ ସେମାନଙ୍କ ଶ୍ରେଷ୍ଠ ଫୁଟବଲ ଖେଳିଛନ୍ତି। ଏହି ଦଳର ଏକମାତ୍ର ସମସ୍ୟା ହେଲା ଅନେକ ଖେଳାଳି କ୍ଳାନ୍ତ ଜଣାପଡ଼ୁଛନ୍ତି। କୋଚ୍‌ ଏ ସମସ୍ୟାର ସମାଧାନ ଖୋଜି ବାହାର କରିବା ଉଚିତ। ଏହାର ଏକ ବଡ଼ ଉଦାହରଣ ହେଲେ ଡି’ ମାରିଆ। ସେ ହେଉଛନ୍ତି ଆର୍ଜେଣ୍ଟିନା ଦଳର ଅନ୍ୟତମ ପ୍ରମୁଖ ଖେଳାଳି। ଅଷ୍ଟ୍ରେଲିଆ ବିପକ୍ଷରେ କୋଚ୍‌ ସ୍କୋଲାନି ସମ୍ଭବତଃ ତାଙ୍କ ବିନା ଦଳକୁ ପଡ଼ିଆକୁ ଓହ୍ଲାଇବେ। ଆର୍ଜେଣ୍ଟିନା ଦଳରେ ଅନେକ ଦକ୍ଷ ଖେଳାଳି ଥିବାରୁ ଏହା ଯଦିଓ ବଡ଼ ସମସ୍ୟା ନୁହେଁ ତେବେ ନକ୍‌ଆଉଟ ପର୍ଯ୍ୟାୟ ପୂର୍ବରୁ ଜଣେ ବଡ଼ ଖେଳାଳି ଆହତ ସମସ୍ୟାରେ ରହିବା ଭଲ ଲକ୍ଷଣ ନୁହେଁ। ଏହି ସମସ୍ୟାର ସମଧାନ ପନ୍ଥା ବାହାର କରି ଦଳ ବିଶ୍ୱକପରେ ଆଗକୁ ବଢ଼ିବା ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ।
-(ଚିଭାକ୍‌ ସ୍ପୋଟର୍‌ସ)


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri