Posted inଖେଳ

କାତାର ବିଶ୍ୱକପ୍‌ର ବିସ୍ମୟ ଜାପାନ

୨୦୧୮ ବିଶ୍ୱକପର ଇତିହାସ ପୁନରାବୃତ୍ତି ହୋଇଥିବା ବିଶ୍ୱାସ କରି ହେଉନାହିଁ। ୨୦୧୪ର ବିଶ୍ୱ ଚାମ୍ପିୟନ ଏଥର ମଧ୍ୟ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଲା। ଆମେ ଜାଣିଛୁ ଯେ ଜର୍ମାନୀ ଜାତୀୟ ଦଳ ପରିବର୍ତ୍ତନ ପଥରେ ରହିଛି। ଏକ ନୂଆ ଦଳ ଗଠନ ପାଇଁ ଉଦ୍ୟମ ଚାଲିଛି। ତେଣୁ ଗତ ବିଶ୍ୱକପରେ ଦଳ କାହିଁକି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା ତାହା ବୁଝି ହେଉଥିଲା। ମାତ୍ର ଏହି ବିଶ୍ୱକପ ପ୍ରମାଣ କରିଦେଲା ଯେ ସେମାନେ ନୂଆଦଳ ଗଠନ କରିବାରେ ବିଫଳ ହୋଇଛନ୍ତି। ଜର୍ମାନୀ ଫୁଟବଲରେ ନୂଆ ଅଧ୍ୟାୟ ଆରମ୍ଭ ପାଇଁ କାତାର ବିଶ୍ୱକପ ଉପଯୁକ୍ତ ପ୍ଲାଟଫର୍ମ ଥିଲା। ମାତ୍ର ୨୦୧୮ରେ ଯାହା ଘଟିଥିଲା ତାହା ପୁଣିଥରେ ହେଲା। ଜର୍ମାନୀ କ୍ରମାଗତ ୨ଟି ବିଶ୍ୱକପରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଲା।
ଗତ ମ୍ୟାଚରେ ହାନ୍‌ସି ଫ୍ଲିକ୍‌ଙ୍କ ଜର୍ମାନୀ ଦଳର ପ୍ରୟାସ ନକ୍‌ଆଉଟ ଯିବାକୁ ପର୍ଯ୍ୟାପ୍ତ ହୋଇ ନ ଥିଲା। ଜାପାନ ନିକଟରୁ ସ୍ପେନ୍‌ର ପରାଜୟ ଜର୍ମାନୀ ଆଶାକୁ ଧୂଳିସାତ କଲା। ଜାପାନ ଚମତ୍କାର ଖେଳିଥିଲା ଏଥିରେ ଦ୍ୱିମତ ନାହିଁ, ମାତ୍ର ଗୁରୁବାର ସେମାନେ ଏକ ବିବାଦୀୟ ଗୋଲରେ ବିଜୟୀ ହେଲେ। ତେବେ ସେ ଯାହା ହେଉନା କାହିଁକି ଏହି ଏସୀୟ ଦଳକୁ ପ୍ରଶଂସା କରାଯିବା ଆବଶ୍ୟକ। ମୋ ମତରେ ଏହି ବିଶ୍ୱକପରେ ଜାପାନ ହିଁ ସବୁଠାରୁ ବଡ଼ ବିସ୍ମୟ। ବର୍ଷପରେ ବର୍ଷ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଘଟି ଚାଲିଛି ସତ, ମାତ୍ର ଏହି ବିଶ୍ୱକପରେ ସେମାନେ ଯେପରି ଆକ୍ରମଣାତ୍ମକ ଖେଳ ଏବଂ ସ୍ପିଡ୍‌ ଦେଖାଇଛନ୍ତି ତାହା ହିଁ ବିସ୍ମୟ ସୃଷ୍ଟି କରିଛି। ଏହାର ସମସ୍ତ ଶ୍ରେୟ ବ୍ରାଜିଲିଆନ ଲିଜେଣ୍ଡ ଜିକୋଙ୍କ ନିକଟକୁ ଯିବ। ସେ ଜାପାନ ଫୁଟବଲକୁ ପରିବର୍ତ୍ତନ କରି ଦେଇଛନ୍ତି। ରାଉଣ୍ଡ ଅଫ୍‌ ୧୬ରେ ଜାପାନ ଅଣ୍ଡରଡଗ୍‌ଭାବେ କ୍ରୋଏସିଆ ବିପକ୍ଷରେ ଖେଳିବ।
ବର୍ତ୍ତମାନ ପରିସ୍ଥିତିରେ ଅନ୍ୟତମ ଫେଭରାଇଟ ଆର୍ଜେଣ୍ଟିନା ବିଶ୍ୱକପ ଜିତିପାରିବ ବୋଲି କହିହେବ। ଧିରେଧିରେ ସେମାନେ ରିଦିମକୁ ଫେରିଛନ୍ତି। ଲିଓନେଲ ମେସିଙ୍କ ଦଳ ପୋଲାଣ୍ଡ ବିପକ୍ଷରେ ସେମାନଙ୍କ ଶ୍ରେଷ୍ଠ ଫୁଟବଲ ଖେଳିଛନ୍ତି। ଏହି ଦଳର ଏକମାତ୍ର ସମସ୍ୟା ହେଲା ଅନେକ ଖେଳାଳି କ୍ଳାନ୍ତ ଜଣାପଡ଼ୁଛନ୍ତି। କୋଚ୍‌ ଏ ସମସ୍ୟାର ସମାଧାନ ଖୋଜି ବାହାର କରିବା ଉଚିତ। ଏହାର ଏକ ବଡ଼ ଉଦାହରଣ ହେଲେ ଡି’ ମାରିଆ। ସେ ହେଉଛନ୍ତି ଆର୍ଜେଣ୍ଟିନା ଦଳର ଅନ୍ୟତମ ପ୍ରମୁଖ ଖେଳାଳି। ଅଷ୍ଟ୍ରେଲିଆ ବିପକ୍ଷରେ କୋଚ୍‌ ସ୍କୋଲାନି ସମ୍ଭବତଃ ତାଙ୍କ ବିନା ଦଳକୁ ପଡ଼ିଆକୁ ଓହ୍ଲାଇବେ। ଆର୍ଜେଣ୍ଟିନା ଦଳରେ ଅନେକ ଦକ୍ଷ ଖେଳାଳି ଥିବାରୁ ଏହା ଯଦିଓ ବଡ଼ ସମସ୍ୟା ନୁହେଁ ତେବେ ନକ୍‌ଆଉଟ ପର୍ଯ୍ୟାୟ ପୂର୍ବରୁ ଜଣେ ବଡ଼ ଖେଳାଳି ଆହତ ସମସ୍ୟାରେ ରହିବା ଭଲ ଲକ୍ଷଣ ନୁହେଁ। ଏହି ସମସ୍ୟାର ସମଧାନ ପନ୍ଥା ବାହାର କରି ଦଳ ବିଶ୍ୱକପରେ ଆଗକୁ ବଢ଼ିବା ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ।
-(ଚିଭାକ୍‌ ସ୍ପୋଟର୍‌ସ)


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri