ପ୍ୟାର କିୟା କୋଇ ଚୋରି ନେହିଁ ହୈ…

ମୁମ୍ବାଇ: ଦିନେ ବଲିଉଡରେ ସୁନ୍ଦରୀ ଅଭିନେତ୍ରୀ ଭାବେ ସ୍ବତନ୍ତ୍ର ପରିଚିତି ହାସଲ କରିଥିବା ମଧୁବାଲାଙ୍କ ଜନ୍ମଦିନ ରବିବାର ପାଳିତ ହେଉଛି। ୧୯୩୩ ଫେବୃୟାରୀ ୧୪ରେ ଦିଲ୍ଲୀଠାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରାନାମ ବେଗମ ମୁମତାଜ ଜାହାଁ ଦେହଲବି ଥିଲା। ମଧୁବାଲାଙ୍କର ଘରେ ଭାଇ ଭଉଣୀ ମିଶି ସେମାନେ ୧୧ ଜଣ ଥିଲେ। ଏତେ ବଡ଼ ପରିବାରକୁ ଚଳାଇବା ତାଙ୍କ ବାପାଙ୍କ ପାଇଁ କଷ୍ଟକର ଥିଲା। ଘରର ଆର୍ଥିକ ସ୍ଥତି ସ୍ବଚ୍ଛଳ ନ ଥିବାରୁ ମଧୁବାଲା ୧୪ ବର୍ଷ ବୟସରେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ। ସେତେବେଳେ ଫିଲ୍ମରେ ଅଭିନୟ କରିବାକୁ ସମାଜରେ କେତେକ ଲୋକଙ୍କୁ ପସନ୍ଦ ହେଉ ନ ଥିଲା। ୧୯୪୨ରେ ସେ ପ୍ରଥମ କରି ବସନ୍ତ ଫିଲ୍ମରେ ଅଭିନୟ କରିଥିଲେ। ୧୯୪୭ରେ ଦେବିକା ରାଣୀ ତାଙ୍କର ନାମ ମଧୁବାଲା ରଖିଥିଲେ। ମଧୁବାଲା ୭୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ମୁଗଲ-ଇ-ଆଜମ ଶୁଟିଂ ସେଟ୍‌ରେ ଦିଲ୍ଲୀପ କୁମାରଙ୍କ ପ୍ରତି ସେ ଆକର୍ଷିତ ହୋଇ ପଡ଼ିଥିଲେ। ଦୁହିଁଙ୍କ ପ୍ରେମ ସମ୍ପର୍କ ନେଇ ବଲିଉଡ୍‌ରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ପରେ ଦୁହେଁ ପରସ୍ପରଠାରୁ ଦୂରେଇ ଯାଇଥିଲେ। ୧୯୬୦ରେ ମଧୁବାଲା କିଶୋର କୁମାରଙ୍କୁ ବିବାହ କରିଥିଲେ। ମୁଗଲ-ଇ-ଆଜମର ଜବ୍‌ ପ୍ୟାର୍‌ କିୟା ତୋ ଡରନା କିୟା, ପ୍ୟାର କିୟା କୋଇ ଚୋରି ନେହିଁ ହୈ… ଏବଂ ଚଲତି କା ଗାଡ଼ି ଫିଲ୍ମର ଏକ ଲଡ଼କୀ ଭିଗି ଭାଗି ସି… ଗୀତ ଏବେ ବି ଦର୍ଶକଙ୍କୁ ଭାବୁକ କରି ଦେଇଥାଏ। ଅଭିନୟରେ ଦକ୍ଷତା ହାସଲ କରିଥିବା ମଧୁବାଳା ହୃଦରୋଗରେ ପୀଡିତ ହୋଇ ୧୯୬୯ ଫେବୃୟାରୀ ୨୩ରେ ୩୬ ବର୍ଷ ବୟସରେ ମୁମ୍ବାଇଠାରେ ଦେହତ୍ୟାଗ କରିଥିଲେ। ତାଙ୍କୁ ସାଣ୍ଟାକ୍ରୁଜ୍‌ର ଜୁହୁଠାରେ କବର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri