ପିଭିଆର୍‌, ଆଇନକ୍ସର ମିଶ୍ରଣ

ନୂଆଦିଲ୍ଲୀ,୨୮।୩: ଦେଶର ପ୍ରମୁଖ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ମଧ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଭାରତର ଦୁଇ ସର୍ବବୃହତ୍‌ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ପିଭିଆର୍‌ ଲିମିଟେଡ୍‌ ଏବଂ ଆଇନକ୍ସ ଲିଜର ଲିମିଟେଡ୍‌ ମଧ୍ୟରେ ମିଶ୍ରଣ ହୋଇଯାଇଛି। ରବିବାର ଉକ୍ତ ମିଶ୍ରଣ ପ୍ରସ୍ତାବକୁ ଉଭୟ କମ୍ପାନୀର ବୋର୍ଡ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ମିଶ୍ରଣ ପରେ ଫିଲ୍ମ ଏକ୍ଜିଭିସନ୍‌ ଇଣ୍ଡଷ୍ଟ୍ରୀରେ କିଛି ନୂଆ ଏବଂ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ବର୍ତ୍ତମାନ ଆଇନକ୍ସ ଦେଶର ୭୨ଟି ସହରରେ ୬୭୫ଟି ସ୍କ୍ରିନ୍‌ ପରିଚାଳନା କରୁଥିବା ବେଳେ ପିଭିଆର୍‌ ୭୩ଟି ସହରରେ ୧୮୧ ସମ୍ପତ୍ତିରେ ୮୭୧ଟି ସ୍କ୍ରିନ୍‌ ଅପରେଟ୍‌ କରୁଛି। ଏହି ମିଶ୍ରଣ ଫଳରେ ଉଭୟ ପିଭିଆର୍‌ ଏବଂ ଆଇନକ୍ସ ମିଳିତ ଭାବେ ସାରା ଦେଶର ୧୦୯ଟି ସହରରେ ୩୪୧ ପ୍ରପର୍ଟିରେ ୧୫୪୬ଟି ସ୍କ୍ରିନ୍‌ ସଂଚାଳନ କରୁଥିବା ସର୍ବବୃହତ୍‌ ଫିଲ୍ମ ପ୍ରଦର୍ଶନୀ କମ୍ପାନୀ ‘ପିଭିଆର୍‌ ଆଇନକ୍ସ ଲିମିଟେଡ୍‌’ ଭାବରେ ପରିଚିତ ହେବ। ତେବେ ପିଭିଆର୍‌ ଏବଂ ଆଇନକ୍ସ ଦୁଇ କମ୍ପାନୀ ବର୍ତ୍ତମାନ ଶେୟାର ବଜାରରେ ନିଜର ଉପସ୍ଥିତି ଜାହିର୍‌ କରୁଛନ୍ତି। ଏହି ମିଶ୍ରଣ ପରେ ଉଭୟ କମ୍ପାନୀର ଶେୟାର ଅନୁପାତ ଆଇନକ୍ସର ୧୦ଟି ଶେୟରରେ ପିଭିଆର୍‌ର ୩ଟି ଶେୟାର ରହିବ। ଏହାଛଡା ମିଶ୍ରଣ ପରେ ଆଇନକ୍ସ ପ୍ରମୋଟରମାନଙ୍କ ସଂଯୁକ୍ତ ୟୁନିଟ୍‌ରେ ୧୬.୬୬% ଅଂଶଧନ ରହିବ ଏବଂ ପିଭିଆର୍‌ର ୧୦.୬୨% ଭାଗ ରହିବ। ମିଶ୍ରଣ ପରେ ଆଇନକ୍ସ ପ୍ରମୋଟରମାନେ ପିଭିଆର୍‌ର ବର୍ତ୍ତମାନର ପ୍ରମୋଟରମାନଙ୍କ ସହିତ କୋ-ପ୍ରମୋଟର ହୋଇଯିବେ। ଉଭୟ କମ୍ପାନୀ ପକ୍ଷରୁ ସ୍ବାକ୍ଷରିତ ହୋଇଥିବା ଚୁକ୍ତି ଅନୁସାରେ ପିଭିଆର୍‌ର ଏମ୍‌ଡି ଅଜୟ ବିଜ୍‌ଲିଙ୍କୁ ପିଭିଆର୍‌ ଆଇନକ୍ସ ଲିମିଟେଡ୍‌ର ଏମ୍‌ଡି ଭାବରେ ନିଯିକ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ସଞ୍ଜୀବ କୁମାରଙ୍କୁ ଏକ୍‌ଜିକ୍ୟୁଟିଭ୍‌ ଦାୟିତ୍ୱ ଦିଆଯିବ। ଏଥିସହିତ ଆଇନକ୍ସ ଗ୍ରୁପ୍‌ର ଚେୟାରମ୍ୟାନ୍‌ ପବନ କୁମାର ଜୈନଙ୍କୁ ବୋର୍ଡର ନନ୍‌ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଭାବେ କାର୍ଯ୍ୟ ତୁଲାଇବେ। ଏହାଛଡା ଆଇନକ୍ସର ନିର୍ଦ୍ଦେଶକ ସିଦ୍ଧାର୍ଥ ଜୈନ ମିଶ୍ରିତ୍‌ କମ୍ପାନୀର ନନ୍‌-ଏକ୍‌ଜିକ୍ୟୁଟିଭ ନନ୍‌-ଇଣ୍ଡିପେଣ୍ଡେଣ୍ଟ ଡାଇରେକ୍ଟର ପଦରେ ରହିବେ ବୋଲି ଜଣାପଡିଛି।
ମିଶ୍ରଣ ପ୍ରକ୍ରିୟା ଦେଶର ଦୁଇ ପ୍ରମୁଖ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀକୁ ଏକାଠି କରିଛି ବୋଲି ପିଭିଆର୍‌ ଏମ୍‌ଡି ଅଜୟ ବିଜ୍‌ଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri