Posted inଜାତୀୟ

‘ଦିଲ୍ଲୀରେ ମିଳିଲା ନାହିଁ ୨ ଗଜ ସ୍ଥାନ’, କଂଗ୍ରେସ ଉପରେ ବଡ଼ ଅଭିଯୋଗ ଆଣିଲେ ପି.ଭି ନରସିଂହ ରାଓଙ୍କ ଭାଇ

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାରକୁ ନେଇ ରାଜନୀତି ଚରମ ସୀମାରେ ରହିଛି ଏବଂ ଭାଜପା ଏବଂ କଂଗ୍ରେସ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଗୋଟିଏ ପଟେ କଂଗ୍ରେସ ନିଗମ ବୋଧ ଘାଟରେ ବିଶୃଙ୍ଖଳା ଅଭିଯୋଗ କରିଥିବାବେଳେ ଭାଜପା ଏହାର ଉତ୍ତର ଦେଇ ଶସ୍ତା ରାଜନୀତି କରୁଛି ବୋଲି କହିଛି। ଏସବୁ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ଭାଇଙ୍କ ପ୍ରତିକ୍ରିୟା ଆସିଛି ଯେଉଁଥିରେ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।
ନ୍ୟୁଜ ଏଜେନ୍ସି ଏଏନଆଇକୁ ସୂଚନା ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭାଇ ମନୋହର ରାଓ କହିଛନ୍ତି, ‘କଂଗ୍ରେସ ସେମାନଙ୍କ ନେତା ପି.ଭି ନରସିଂହ ରାଓଙ୍କୁ କେତେ ସମ୍ମାନ ଦେଇଛି ତାହା ଦେଖିବା ପାଇଁ ୨୦ ବର୍ଷ ପଛକୁ ଦେଖିବା ଉଚିତ୍‌। ଏପରିକି ସୋନିଆ ଗାନ୍ଧୀ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇନଥିଲେ। ତାଙ୍କର କୌଣସି ପ୍ରତିମୂର୍ତ୍ତି କଂଗ୍ରେସ ନିର୍ମାଣ କରି ନାହିଁ କିମ୍ବା ତାଙ୍କୁ ଭାରତ ରତ୍ନ ଦେଇନାହିଁ। ଆପଣଆପଣଙ୍କର ଔପଚାରିକତା ପୂରଣ କରନ୍ତୁ । ଡକ୍ଟର ମନମୋହନ ସିଂଙ୍କ ସ୍ମାରକ ପାଇଁ ଭାଜପା ନିଶ୍ଚିତ ଭାବରେ ତାଙ୍କୁ ଜମି ଦେବ। ରାଓଙ୍କ ପାଇଁ ଏଆଇସିସି କାର୍ଯ୍ୟାଳୟର କବାଟ ମଧ୍ୟ ଖୋଲାଯାଇ ନଥିଲା।
କଂଗ୍ରେସର ଅଭିଯୋଗ ଉପରେ ସେ କହିଛନ୍ତି, ମନମୋହନ ସିଂଙ୍କୁ ଠିକ ଭାବେ ଦାହ କରାଯାଇ ନାହିଁ ବୋଲି କଂଗ୍ରେସ ଲୋକ ଭାଜପା ଉପରେ ଅଭିଯୋଗ କରୁଛନ୍ତି। ସେ ପଛକୁ ଚାହିଁ ମନମୋହନ ସିଂ ସରକାର ସମୟରେ ତାଙ୍କ ଗୁରୁ ପିଭି ନରସିଂହ ରାଓଙ୍କୁ କେଉଁ ସମ୍ମାନ ପ୍ରଦାନ କରାଯାଇଥିଲା ତାହା ଦେଖିବା ଉଚିତ୍‌। ଦିଲ୍ଲୀରେ ତାଙ୍କ ପାଇଁ ୨ଗଜ ଜମି ଉପଲବ୍ଧ ନଥିଲା। ଆଜି ମନମୋହନ ସିଂଙ୍କ ଦେହାନ୍ତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ପୁରା କ୍ୟାବିନେଟ ଉପସ୍ଥିତ ଥିଲେ କିନ୍ତୁ ପିଭି ନରସିଂହ ରାଓଙ୍କ ସମୟରେ କିଏ ଆସିଥିଲେ, ଏପରିକି ସୋନିଆ ଗାନ୍ଧୀ ମଧ୍ୟ ଆସି ନଥିଲେ। ସେ ହାଇଦ୍ରାବାଦ ତ ଆସି ପାରିଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri