ଚର୍ଚ୍ଚାରେ ପୁଟିନଙ୍କ ଦୁଇ ଝିଅ

ମସ୍କୋ,୧୩ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କଠାରେ ‘ସ୍ପୁଟନିକ୍‌ ଭି’ ଭାକ୍ସିନର ପ୍ରୟୋଗ କରାଯାଇଛି। ପୁଟିନ ନିଜେ ଏହା ଦାବି କରିବା ପରେ ତାଙ୍କର କେଉଁ ଝିଅଙ୍କୁ କରୋନା ଟିକା ଦିଆଯାଇଛି ସେନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ପୁଟିନ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସାଧାରଣରେ ପ୍ରାୟତଃ ବେଶି କିଛି ପ୍ରକାଶ କରି ନ ଥାନ୍ତି। ଗଣମାଧ୍ୟମରେ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ଝଲକ ମଧ୍ୟ କମ୍‌ ଦେଖିବାକୁ ମିଳିଥାଏ।
ପୁଟିନଙ୍କର ଦୁଇ ଝିଅ ଅଛନ୍ତି। ଦୁହିଁଙ୍କ ମଧ୍ୟରୁ କାହାକୁ ଏହି ଭାକ୍ସିନ ଦିଆଯାଇଥିଲା ତାହା ପୁଟିନ ସ୍ପଷ୍ଟ କରି ନ ଥିବାରୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ସାନଝିଅ ୟେକାଟେରିନା ଭ୍ଲାଦିମିରୋଭ୍‌ନା ପୁଟିନାଙ୍କ ଜନ୍ମ ୧୯୮୬ରେ ହୋଇଥିଲା। କେତେକ ମିଡିଆ ରିପୋର୍ଟ ଅନୁସାରେ ସାନଝିଅ ୟେକାଟେରିନାଙ୍କୁ କୋଭିଡ୍‌-୧୯ ଭାକ୍ସିନ ଦିଆଯାଇଛି। ୨୦୧୫ରେ ୟେକାଟେରିନା ପୁଟିନା ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ସେ ମସ୍କୋରେ ହିଁ କେଟରିନା ପୁଟିନା ନାମରେ ରହୁଥିବା ଜଣାପଡ଼ିଥିଲା। ସେ ଜଣେ ଆକ୍ରୋବେଟିକ୍‌ ଡ୍ୟାନ୍ସର ଓ ଅନେକ ଚାମ୍ପିୟନଶିପ୍‌ରେ ଭାଗ ନେଇଥାନ୍ତି। ତାଙ୍କୁ ଏକ ଟିଭି ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା। ୩୩ ବର୍ଷୀୟା ୟେକାଟେରିନାଙ୍କୁ ମସ୍କୋ ଷ୍ଟେଟ୍‌ ୟୁନିଭର୍ସିଟିରେ ଏକ ନୂଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେ ଅକେକ ବର୍ଷ ଧରି ୟୁନିଭର୍ସିଟିର ସିନିୟର ପୋଷ୍ଟରେ ଅବସ୍ଥାପିତ ଅଛନ୍ତି। ୟେକାଟେରିନା ପଦାର୍ଥ ବିଜ୍ଞାନ ଓ ଗଣିତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେ ନିଜ ବାପାଙ୍କ ସାଂଜ୍ଞା ଛାଡ଼ି ପରେ ନିଜ ନାମ କେଟରିନା ଟିଖୋନୋଭା ରଖିଥିଲେ। ୨୦୧୩ରେ ୟେକାଟେରିନା କିରିଲ ଶାମାଲୋଭ୍‌ଙ୍କୁ ବିବାହ କରିଥିଲେ। କିରିଲ ହେଉଛନ୍ତି ରୋଜିୟା ବ୍ୟାଙ୍କର ଅନ୍ୟତମ ମାଲିକ ନିକୋଲାୟ ଶାମାଲୋଭଙ୍କ ପୁଅ। କୁହାଯାଉଛି ଯେ, ନିକୋଲାୟ ହେଉଛନ୍ତି ପୁଟିନଙ୍କ ପୁରୁଣା ବନ୍ଧୁ। କିରିଲ ତୈଳ ଓ ପେଟ୍ରୋକେମିକାଲ୍ସ ଉଦ୍ୟୋଗ ସହିତ ଜଡ଼ିତ ବ୍ୟବସାୟୀ। ସେ ରୁଷିଆ ସରକାରରେ ଆର୍ଥିକ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ୨୦୧୮ରେ ଛାଡ଼ପତ୍ର ପରେ ୟେକାଟେରିନା ଓ କିରିଲ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।
ସେହିପରି ବଡ଼ଝିଅ ମାରିଆ ଭୋରାଣ୍ଟସୋଭା ପୁଟିନାଙ୍କ ଜନ୍ମ ୧୯୮୫ରେ ଲେନିନ୍‌ଗ୍ରାଦରେ ହୋଇଥିଲା। ସେ ଜଣେ ଏଣ୍ଡୋକ୍ରାଇନୋଲୋଜିଷ୍ଟ। ସେ ମସ୍କୋର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ଭିନ୍ନ ନାମରେ ରହୁଛନ୍ତି। ମାରିଆ ଏକ ଏଣ୍ଡୋକାଇନୋଲୋଜି ସେଣ୍ଟରରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରନ୍ତି ବୋଲି କେତେକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି। ସେ ଜଣେ ଡଚ୍‌ ନାଗରିକଙ୍କୁ ବିବାହ କରିଥିବା ଓ ତାଙ୍କର ଏକ ଝିଅ ଥିବା ନେଇ କେତେକ ରିପୋର୍ଟରେ ପୂର୍ବରୁ କୁହାଯାଇଥିଲା। ସେ ବହୁ ସମୟରେ ବିଦେଶ ଗସ୍ତ କରିଥାନ୍ତି ଓ ତାଙ୍କର ଅନେକ ୟୁରୋପୀୟ ବନ୍ଧୁ ଅଛନ୍ତି।
ପୁଟିନ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏକ ଟିଭି ଶୋ’ରେ ନିଜର ଦୁଇଝିଅଙ୍କ ସମ୍ପର୍କରେ କେତେକ କଥା କହିଥିଲେ। ଏହାସହ ନିଜ ପରିବାର ସମ୍ପର୍କରେ ଗୋପନୀୟତା ବଜାୟ ରଖିବାକୁ ମିଡିଆକୁ ଅନୁରୋଧ କରିଥିଲେ। ପୁଟିନ କହିଥିଲେ, ଦୁଇଝିଅ ମସ୍କୋରେ ରହନ୍ତି। ଜଣେ ବିଜ୍ଞାନ ଓ ଜଣେ ଶିକ୍ଷା କ୍ଷେତ୍ର ସହ ଜଡ଼ିତ। ଉଭୟେ ରାଜନୀତିରେ କୌଣସି ପ୍ରକାର ହସ୍ତକ୍ଷେପ କରନ୍ତି ନାହିଁ। ତାଙ୍କ ଝିଅମାନଙ୍କ ପିଲାମାନେ ସାଧାରଣ ଲୋକଙ୍କ ଭଳି ସ୍ବାଭାବିକ ଜୀବନଯାପନ କରନ୍ତୁ । ପ୍ରକାଶ ଯେ, ପୁଟିନ ୧୯୮୩ ଜୁଲାଇ ୨୮ରେ ଲ୍ୟୁଡ୍‌ମିଲା ପୁଟିନଙ୍କୁ ବିବାହ କରିଥିଲେ। ୨୦୧୩-୧୪ରେ ଉଭୟେ ଅଲଗା ହୋଇଯାଇଥିଲେ। ଲ୍ୟୁଡ୍‌ମିଲା ଲାଇମ୍‌ଲାଇଟ୍‌ରୁ ଦୂରେଇ ରହିଥାନ୍ତି। ତେବେ ରୁଷିଆର ପ୍ରଥମ ମହିଳା ଭାବେ ସେ ୨୦୦୪ରେ ପୁଟିନଙ୍କ ଭାରତ ଗସ୍ତ ସମୟରେ ତାଙ୍କ ସହ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri