ନିଜସ୍ବ ଆଇନ ଆଣିବ ଅଗ୍ନିଶମ ବିଭାଗ

କଟକ ଅଫିସ,୧୩।୮: ପୋଲିସ ଓ ଜେଲ୍‌ ମାନୁଆଲ ଭଳି ଅଗ୍ନିଶମ ବିଭାଗ ନିଜସ୍ବ ମାନୁଆଲ ବା ଆଇନ ଲାଗୁ କରିବା ପାଇଁ ଯୋଜନା କରୁଛି। ପୂର୍ବରୁ ପୋଲିସ ମାନୁଆଲ୍‌ ହିଁ ଅଗ୍ନିଶମ ବିଭାଗରେ କାର୍ଯ୍ୟକାରୀ ହେଉଥିଲା। କିନ୍ତୁ ସଙ୍ଗଠନର ସୁପରିଚାଳନା ପାଇଁ ନୂଆ ମାନୁଆଲ ଅଣାଯାଉଥିବା ଜଣେ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟରେ ୧୯୪୦ରେ ପୋଲିସ ମାନୁଆଲ ଲାଗୁ ହୋଇଥିଲା। ୧୯୪୪ରୁ ଅଗ୍ନିଶମ ବିଭାଗରେ ଏହି ମାନୁଆଲ୍‌କୁ ବ୍ୟବହାର କରାଯାଉଛି। ଏବେ ନିଜସ୍ବ ମାନୁଆଲ୍‌ ପ୍ରସ୍ତୁତ କରିବା ପାଇଁ ଅତିରିକ୍ତ ମହାନିର୍ଦ୍ଦେଶକ (ଅଗ୍ନିଶମ ଓ ଗୃହରକ୍ଷୀ) ସୌମ୍ୟା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ୩ରୁ ୪ ମାସ ଭିତରେ ମାନୁଆଲ୍‌ ପ୍ରସ୍ତୁତି ସରିବ ବୋଲି ବିଭାଗ ଆଶା ରଖିଛି। ଏଥିରେ ଅଗ୍ନିଶମ ବାହିନୀର କର୍ମଚାରୀ ଓ ଅଧିକାରୀଙ୍କ ଦାୟିତ୍ୱ, ଭୂମିକା, ବିପର୍ଯ୍ୟୟ ମୁକାବିଲା, ଉଦ୍ଧାର କାର୍ଯ୍ୟ ଓ ଅଗ୍ନି ମୁକାବିଲା ନେଇ ବିଭିନ୍ନ ବିଷୟ ସ୍ଥାନ ପାଇବ। ସେହିଭଳି କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ନିଯୁକ୍ତି ପ୍ରକ୍ରିୟା, ପଦୋନ୍ନତି ନେଇ ଏଥିରେ ସ୍ବତନ୍ତ୍ର ନିୟମ ରଖାଯିବ। ବିସ୍ତୃତ ଉପକୂଳ ଯୋଗୁ ଓଡ଼ିଶା ପ୍ରତିବର୍ଷ ସାମୁଦ୍ରିକ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ। ଉପକୂଳବାସୀଙ୍କୁ ବନ୍ୟା ବାତ୍ୟାରୁ ଉଦ୍ଧାର ପାଇଁ ନିୟମିତ ଅଗ୍ନିଶମ କର୍ମଚାରୀଙ୍କୁ ତାଲିମ୍‌ ଦିଆଯାଉଛି। ବର୍ତ୍ତମାନ ରାଜ୍ୟରେ ୩୪୧ଟି ଦମକଳ କେନ୍ଦ୍ର ଥିବାବେଳେ ପାଖାପାଖି ୫ ହଜାର କର୍ମଚାରୀ କାମ କରୁଛନ୍ତି। ଏଥିସହ ଭୁବନେଶ୍ୱରରେ ଓଡ଼ିଶା ଅଗ୍ନିଶମ ସେବା ପ୍ରଶିକ୍ଷଣ ଅନୁଷ୍ଠାନ (ଓଏଫ୍‌ଡିଆର୍‌ଏ), କଟକ ନରାଜରେ ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ଅନୁଷ୍ଠାନ (ଓଏଫ୍‌ଡିଆର୍‌ଆଇ) ଏବଂ ପୁରୀ ଜିଲା ରାମଚଣ୍ଡିରେ ଓଡ଼ିଶା ରାଜ୍ୟ ୱାଟର୍‌ମ୍ୟାନଶିପ୍‌ ଓ ଲାଇଫ୍‌ଗାର୍ଡ଼ ଅନୁଷ୍ଠାନ (ଓଏସ୍‌ଡବ୍ଲ୍ୟୁଏଲ୍‌ଆଇ) ଭଳି ୩ଟି ସ୍ବତନ୍ତ୍ର ତାଲିମ ଅନୁଷ୍ଠାନ ରହିଛି। ବିଭାଗର ମାନବ ସମ୍ବଳ ଓ କାର୍ଯ୍ୟ ବଢୁଥିବାରୁ ନିଜସ୍ବ ମାନୁଆଲ୍‌ର ଆବଶ୍ୟକତା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୨ା୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri