ଯୁଦ୍ଧରେ ପୁଟିନ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଆଶଙ୍କା, ସିଆଇଏ କହିଲା ଭାରତ-ଚାଇନାର ବିରୋଧ ଗୁରୁତ୍ୱପୂର୍ଣ୍ଣ…

ଓ୍ବାଶିଂଟନ,୨୮।୨ : ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏର ମୁଖ୍ୟ ବିଲ ବର୍ନସ କହିଛନ୍ତି ଯେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ରାଷ୍ଟ୍ରପତି ଭ୍ଳାଡିମିର ପୁଟିଙ୍କ ଦ୍ୱାରା ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ନେଇ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ବିରୋଧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ୟୁକ୍ରେନ ଯୁଦ୍ଧରେ ରୁଷିଆ ଆଣବିକ ଅସ୍ତ୍ର ବ୍ୟବହାର କରିପାରେ ବୋଲି ଆମେରିକା ଭୟଭୀତ ଅଛି। ଏପରି ପରିସ୍ଥିତିରେ ରୁଷିଆ ଯେଭଳି ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ନ କରେ ସେଥିପାଇଁ ଆମେରିକା ଉଦ୍ୟମ କରୁଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ରୁଷିଆ ସହ କଥାବାର୍ତ୍ତା କରିବାକୁ ଭାରତ ଏବଂ ଚାଇନା ନିବେଦନ କରିଛନ୍ତି ଯାହା ଦ୍ୱାରା ଏସବୁ ଅସ୍ତ୍ରଶସ୍ତ୍ରର ବ୍ୟବହାର ବନ୍ଦ ହୋଇପାରିବ। ଏଭଳି ପରିସ୍ଥିତିରେ ଭାରତ ଏବଂ ଚାଇନା ଏହି ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ବିରୋଧ କରିଥିବାରୁ ଆମେରିକା ସନ୍ତୋଷ ବ୍ୟକ୍ତ କରିଛି।

ଏକ ସାକ୍ଷାତକାର ସମୟରେ ବର୍ନସ କହିଛନ୍ତି ଯେ ଗତ ବର୍ଷ ତୁର୍କୀରେ ରୁଷିଆର ଗୁପ୍ତଚର ଏଜେନ୍ସିର ମୁଖ୍ୟ ସରୋଜ ନରଶକିନଙ୍କ ସହ ତାଙ୍କର ଏକ ସାକ୍ଷାତ ହୋଇଥିଲା। ବାର୍ତ୍ତାଳାପ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ବର୍ନସ କହିଛନ୍ତି। ଏହି ବାର୍ତ୍ତାଳାପ ସମୟରେ ବର୍ନସ ନରିଶକିନ ଏବଂ ତାଙ୍କ ମାଧ୍ୟମରେ ପୁଟିନଙ୍କ ନିକଟକୁ ଏକ ବାର୍ତ୍ତା ପଠାଇବାକୁ ଚେଷ୍ଟା କରିଥିଲେ ଯେ ଯଦି ସେ ଆଣବିକ ଅସ୍ତ୍ର ବ୍ୟବହାର କରନ୍ତି ତେବେ ଏହାର ଭୟଙ୍କର ପରିଣାମ ଘଟିବ। ସିଆଇଏ ମୁଖ୍ୟ କହିଛନ୍ତି ଯେ ନରିଶକିନ ଏବଂ ପୁଟିନ ମଧ୍ୟ ଏହାର ଗମ୍ଭୀରତା ବୁଝୁଛନ୍ତି। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଚାଇନା ନେତୃତ୍ୱ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେମାନେ କୌଣସି ପ୍ରକାର ଏଭଳି ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ବିରୋଧ କରୁଛନ୍ତି।

ବର୍ନସ କହିଛନ୍ତି ଯେ ସେ ଅନୁଭବ କରିଛନ୍ତି ଯେ ପୁଟିନ ତଥାପି ବହୁତ ଅହଂକାରୀ ଏବଂ ସେ ଭାବନ୍ତି ଯେ ସେ ସବୁକିଛି ନିୟନ୍ତ୍ରଣ କରିପାରିବେ। ପୁଟିନ ଅନୁଭବ କରିଛନ୍ତି ଯେ ସେ ୟୁକ୍ରେନକୁ ଧ୍ୱଂସ କରିପାରିବେ ଏବଂ ୟୁକ୍ରେନର ସହଯୋଗୀ ଥିବା ୟୁରୋପୀୟ ଦେଶଗୁଡ଼ିକୁ ନୋଇବାକୁ ବାଧ୍ୟ କରିପାରିବେ। ଉଲ୍ଲେଖନୀୟ କଥା ହେଉଛି, ଆମେରିକା ଏବଂ ରୁଷିଆ ମଧ୍ୟରେ ଏକ ଷ୍ଟ୍ରାଟେଜିକ ଅସ୍ତ୍ରଶସ୍ତ୍ର ହ୍ରାସ ଚୁକ୍ତି ହୋଇଥିଲା, ଯେଉଁଥିରେ ଉଭୟ ଦେଶ ପରସ୍ପରର ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଯାଞ୍ଚ୍‌ କରୁଥିଲେ। କିନ୍ତୁ ବର୍ତ୍ତମାନ ରୁଷିଆ ଏହି ଚୁକ୍ତିରୁ ଓହରି ଆସି ସାରା ବିଶ୍ୱକୁ ଚିନ୍ତିତ କରିଛି। ୟୁକ୍ରେନ ଯୁଦ୍ଧ ସମୟରେ ପୁଟିନ ଏହା ମଧ୍ୟ କହିଛନ୍ତି ଯେ ଯଦି ଆବଶ୍ୟକତା ପଡେ ତେବେ ସେ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ କୁଣ୍ଠାବୋଧ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମହାମାରୀ ନେଇ ଆରୋପ ପ୍ରତ୍ୟାରୋପକୁ କ୍ୱାରାଣ୍ଟାଇନ୍‌ରେ ରଖ; ପ୍ରଥମେ ଜଳୁଥିବା ଘରକୁ ସୁରକ୍ଷିତ କର: ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୯।୪: ସାରା ପୃଥିବୀରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ...

ଫେସ୍‌ବୁକ୍‌-ଇନଷ୍ଟାଗ୍ରାମ୍‌ ସେବା ବନ୍ଦ ହେବା ଆଶଙ୍କା ଘନେଇଲା…

ଓ୍ବାଶିଂଟନ, ୭।୨ : ଗତ ବର୍ଷ ଅକ୍ଟୋବରରେ ଫେସବୁକର ନାମ ପରିବର୍ତ୍ତନ କରାଯାଇଥିଲା, ଯାହା ପରେ କମ୍ପାନୀ ମେଟା ଭାବରେ ପରିଚିତି ହାସଲ କରିଥିଲା। ମେଟା...

ଲକ୍‌ଡାଉନରେ ବହି ପଢ, ଗଛ ଲଗାଅ: ଇମ୍ରାନ

ଇସ୍‌ଲାମାବାଦ,୪।୫: କରୋନା ସଂକ୍ରମଣ ରୋକିବାକୁ ଏବେ ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ ଫର୍ମୁଲାକୁ ଲାଗୁ କରାଯାଇଛି। ପାକିସ୍ତାନରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ...

ଧମକ ଦେବା ପୂର୍ବରୁ ପ୍ରଥମେ ପରିଣାମ ଚିନ୍ତାକର, ପୁଟିନ୍‌ଙ୍କ ଚେତାବନୀ…

ମସ୍କୋ, ୨୧।୪ : ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଆର୍‌ଏସ୍‌-୨୮ ସରମାଟ କ୍ଷେପଣାସ୍ତ୍ର ପରୀକ୍ଷା କରି ଆତଙ୍କ ସୃଷ୍ଟି କରିଛି। ଏହି କ୍ଷେପଣାସ୍ତ୍ର ଆଣବିକ...

ଭେଙ୍କି ରାମକୃଷ୍ଣନଙ୍କୁ ‘ଅର୍ଡର ଅଫ୍‌ ମେରିଟ’ ସମ୍ମାନ, ୨୦୦୯ରେ ମିଳିଥିଲା ନୋବେଲ…

ଲଣ୍ଡନ,୧୨।୧୧ : ନୋବେଲ ବିଜେତା ପ୍ରଫେସର ଭେଙ୍କି ରାମକୃଷ୍ଣନଙ୍କୁ ବ୍ରିଟେନର ସମ୍ମାନଜନକ ‘ଅର୍ଡର ଅଫ ମେରିଟ’ ଦମ୍ମାନରେ ସମ୍ମାନୀତ କରାଯାଇଛି। ବିଜ୍ଞାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ...

ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇଲା ରୁଷିଆ

ଜାତିସଂଘ,୨୫।୯: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତ ଏବଂ ବ୍ରାଜିଲ୍‌ର ପ୍ରାର୍ଥିତ୍ୱକୁ ରୁଷିଆ ସମର୍ଥନ ଜଣାଇଛି। ଅନ୍ତର୍ଜାତୀୟସ୍ତରରେ ଉଭୟ ଦେଶର ପ୍ରଭାବ...

ଆମେରିକାର ବାଣିଜ୍ୟ ଯୁଦ୍ଧ, ଚାଇନା ସାମଗ୍ରୀ କିଣିବା ମନା…

ଓ୍ବାଶିଟନ, ୧୫।୧୨: ଆମେରିକାର ପ୍ରତିନିଧିସଭାରେ ଉଇଗର ବାଧ୍ୟତାମୂଳକ ଶ୍ରମ ନିବାରଣ ଆଇନର ଅନ୍ତିମ ସଂସ୍କରଣ ପାରିତ ହୋଇଛି। ଏହି ବିଲରେ ଚାଇନାର ଜିନଜିଆଙ୍ଗ ପ୍ରଦେଶରେ ଉଇଗର...

ଜାକି ଚାନ୍‌ଙ୍କ ଜିନ୍‌ପିଙ୍ଗ୍‌ ପ୍ରେମ

ହଲିଉଡ୍‌ ଆକ୍ସନ ଅଭିନେତା ତଥା ଚାଇନାର ଜାକି ଚାନ୍‌ ଏବେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଦଳ ଚାଇନା କମ୍ୟୁନିଷ୍ଟ ପାର୍ଟି(ସିପିସି)ର ସଦସ୍ୟ ହେବାକୁ ଚାହୁଁଥିବା କହିଛନ୍ତି।...

Advertisement
Archives

Model This Week