ଓପେକ୍‌ ପ୍ଲସ୍‌ ବୈଠକ ପୂର୍ବରୁ ମହମ୍ମଦ ବିନ୍‌ ସଲମାନଙ୍କ ସହିତ ଫୋନରେ କଥା ହେଲେ ପୁଟିନ…

ମସ୍କୋ,୩୧।୧ : ଓପେକ୍‌ ପ୍ଲସ୍‌ ବୈଠକ ପୂର୍ବର ସୌଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ ସାଉଦଙ୍କ ସହ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି। ରୁଷିଆ ରାଷ୍ଟ୍ରପତିଙ୍କ ୱେବସାଇଟ ଅନୁଯାୟୀ ଓପେକ୍‌ ପ୍ଲସ୍‌ ଗୋଷ୍ଠୀର ସହଯୋଗ ଉପରେ ଆଲୋଚନା କରାଯାଇଥିଲା। ସୋମବାର ହୋଇଥିବା ଏହି ବାର୍ତ୍ତାଳାନରେ ରାଜନୈତିକ, ବାଣିଜ୍ୟ, ଅର୍ଥନେ ତିକ ଏବଂ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ବିକାଶ ସହିତ ବଶ୍ୱ ତୈଳ ବଜାରରେ ସ୍ଥିରତା ଯୋଗାଇବା ପାଇଁ ଓପେକ୍‌ ପ୍ଲସ୍‌ ମଧ୍ୟରେ ସହଯୋଗ ଉପରେ ଆଲୋଚନା କରାଯାଇଥିଲା।

ସୂଚନାଯୋଗ୍ୟ,ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ସଂଗଠନ (ଓପେକ) ଏବଂ ରୁଷିଆର ନେତୃତ୍ୱରେ ଏହାର ସହଯୋଗୀମାନଙ୍କ ବୈଠକ ଚଳିତ ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଛି। ତୈଳ ମୂଲ୍ୟ ଏବଂ ନୀତି ଉପରେ ବିଶ୍ୱ ସଦସ୍ୟମାନେ ବୈଠକରେ ସମନ୍ବୟ ଏବଂ ସ୍ଥିରତା ଖୋଜିବେ। ଫକ୍ସ ନ୍ୟୁଜ ଅନୁଯାୟୀ ସୋମବାର ଅପରାହ୍ନରେ ପଶ୍ଚିମ ଟେକ୍ସାସ ମଧ୍ୟବର୍ତ୍ତୀ ଏବଂ ବ୍ରେଣ୍ଟ ଅଶୋଧିତ ଶତକଡା ୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।

Share