ନିଜେ ଗାଡି ଡ୍ରାଇଭ୍‌ କରି ମୋଦିଙ୍କୁ ବୁଲାଇଲେ ପୁଟିନ୍‌

ମସ୍କୋ,୯।୭:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ରୁଷିଆ ଗସ୍ତରେ ଯାଇ ମସ୍କୋରେ ପହଞ୍ଚତ୍ଛନ୍ତି। ସେ ମଙ୍ଗଳବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ, ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏଥିସହିତ ବିଭିନ୍ନ ପ୍ରତିନିଧିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଓ୍ବାନ୍‌-ଅନ୍‌-ଓ୍ବାନ୍‌ ଆଲୋଚନା କାର୍ଯ୍ୟକ୍ରମ କରିଥିବା କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାତ୍ରୀ ଭୋଜନ ପାଇଁ ତାଙ୍କ ସରକାରୀ ବାସଭବନରେ ପହଞ୍ଚିବା ପରେ ରୁଷିଆର ରାଷ୍ଟ୍ରପତି ତାଙ୍କୁ ସ୍ବାଗତ କରିଥିଲେ। ରାତ୍ରୀ ଭୋଜନ ପରେ ପୁଟିନ ଏକ ଗଲ୍ଫ କାର୍ଟରେ ମୋଦିଙ୍କୁ ନେଇ ସରକାରୀ ବାସଭବନରେ ବୁଲିବାକୁ ଯାଇଥିଲେ। ଏହି ସମୟରେ ପୁଟିନ ନିଜେ ଗଲ୍ଫ କାର୍ଟ ଚଳାଇଥିଲେ।
୨୨ତମ ଭାରତ-ରୁଷିଆ ବାର୍ଷିକ ସମିଟ୍‌ରେ ପୁଟିନ୍‌ଙ୍କ ସହ ମୋଦି ସହ ଅଧ୍ୟକ୍ଷତା କରିବେ। ତେବେ ସେମାନେ ପ୍ରେସ୍‌କୁ କୌଣସିି ବିବୃତି ଦେବେନାହିଁ ବୋଲି କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି। ଉକ୍ତ ସମିଟ୍‌ରେ ଆର୍ଥତ୍କ କାର୍ଯ୍ୟସୂଚୀ ପ୍ରମୁଖ ସ୍ଥାନ ନେବାକୁ ଥିବାବେଳେ ୟୁକ୍ରେନ୍‌ ସହ ଲାଗିରହିଥିବା ଯୁଦ୍ଧ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇପାରେ। ଯୁଦ୍ଧକ୍ଷେତ୍ରରୁ ସମାଧାନ ବାହାରିପାରିବ ନାହିଁ ବୋଲି ମୋଦି ପୁଟିନ୍‌ଙ୍କୁ ଅବଗତ କରାଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।
ସୋମବାର ମୋଦି ମସ୍କୋର ନୁକୋଭୋ-୨ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବା ପରେ ରାଷ୍ଟ୍ରପତି ପୁଟିନ୍‌ଙ୍କ ନୋଭୋ-ଓଗାରେଭୋସ୍ଥିତ ବାସଭବନରେ ପହଞ୍ଚତ୍ଥିଲେ। ତାଙ୍କ ସମ୍ମାନାର୍ଥେ ପୁଟିନ୍‌ ନୈଶ୍ୟଭୋଜିର ଆୟୋଜନ କରିଥିଲେ। ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିବାରୁ ପୁଟିନ୍‌ ପ୍ରଥମେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସରକାରର ମୁଖ୍ୟ ଭାବେ ଏହା ଆପଣଙ୍କ ବହୁ ବର୍ଷର କାର୍ଯ୍ୟର ଫଳ ବୋଲି ପୁଟିନ୍‌ କହିଥିଲେ। ଭାରତ ବିଶ୍ୱ ଅର୍ଥନୀତିରେ ନିଶ୍ଚୟ ତୃତୀୟ ସ୍ଥାନରେ ପହଞ୍ଚତ୍ବ ବୋଲି ଏହି ଅବସରରେ ରୁଷିଆ ରାଷ୍ଟ୍ରପତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri