ନୂଆଦିଲ୍ଲୀ,୧୯ା୮(ପି.ଟି.): ୟୁକ୍ରେନ୍ରେ ଯୁଦ୍ଧ ବନ୍ଦ ନେଇ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍ କରିଥିବା ଆଲୋଚନା ସମ୍ପର୍କରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ ଯୋଗେ ଅବଗତ କରାଇଛନ୍ତି। ଗତ ଶୁକ୍ରବାର ଆଲାସ୍କାରେ ଟ୍ରମ୍ପ୍ ଓ ପୁଟିନ୍ଙ୍କ ମଧ୍ୟରେ ଦୀର୍ଘ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲେ ମଧ୍ୟ ଯୁଦ୍ଧ ବନ୍ଦ ନେଇ କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା। ପୁଟିନ୍ଙ୍କ ଫୋନ୍ କଲ୍ ପରେ ମୋଦି କହିଛନ୍ତି, ୟୁକ୍ରେନ୍ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ କ୍ରମାଗତ ଭାବେ ଆହ୍ବାନ ଦେଇଆସିବା ସହ ଏ ଦିଗରେ ସମସ୍ତ ଉଦ୍ୟମକୁ ସମର୍ଥନ ଜଣାଇଛି। ବନ୍ଧୁ ପୁଟିନ୍ ଫୋନ୍ କରି ଆଲାସ୍କା ଆଲୋଚନା ସମ୍ପର୍କରେ ଅବଗତ କରାଇଥିବାରୁ ଧନ୍ୟବାଦ ବୋଲି ମୋଦି ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି।

