Posted inଜାତୀୟ

ଶୁଭାଂଶୁ ଶୁକ୍ଳାଙ୍କୁ ସମ୍ମାନିତ କଲା ସଂସଦ

ନୂଆଦିଲ୍ଲୀ,୧୯ା୮: ବିରୋଧୀ ସଦସ୍ୟମାନଙ୍କ ଅନୁପସ୍ଥିତି ମଧ୍ୟରେ ସଂସଦ ସୋମବାର ଭାରତୀୟ ବାୟୁସେନା ପାଇଲଟ୍‌ ତଥା ଗ୍ରୁପ୍‌ କ୍ୟାପ୍‌ଟେନ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ସମ୍ମାନିତ କରିଛି। ନିକଟରେ ସେ ଆକ୍ସିଓମ୍‌-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ସଫଳତାର ସହ ଯାତ୍ରା କରି ଦେଶ ପାଇଁ ଗର୍ବ ଆଣିବା ସହ ଜାତୀୟ ପ୍ରତୀକ ପାଲଟଛନ୍ତି। ଭାରତୀୟ ମହାକାଶ ଅନ୍ବେଷଣରେ ଏହା ଏକ ନୂଆ ଅଧ୍ୟାୟ ବୋଲି ପାର୍ଲାମେଣ୍ଟ କହିଛି।
ଶୁଭାଂଶୁ ରବିବାର ଆମେରିକାରୁ ନୂଆଦିଲ୍ଲୀ ଫେରିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାଙ୍କ ମହାକାଶ ଯାତ୍ରାର ସଫଳତା ଉପରେ ସଂସଦରେ ସୋମବାର ସ୍ବତନ୍ତ୍ର ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ତେବେ ବିରୋଧୀ ସଦସ୍ୟମାନେ ସ୍ବତନ୍ତ୍ର ଆଲୋଚନାକୁ ବର୍ଜନ କରିଥିଲେ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସ୍ମରଣୋତ୍ସବର ନେତୃତ୍ୱ ନେଇ ଶୁକ୍ଳାଙ୍କ ସଫଳତାର ଉଚ୍ଚ ପ୍ରଶଂସା କରିବା ସହ ଭାରତର ମହାକାଶ ଆକାଂକ୍ଷା ପାଇଁ ଏହା ଉଲ୍ଲେଖନୀୟ ଘଟଣା ବୋଲି କହିଥିଲେ। ବିରୋଧୀ ଦଳ ସରକାରଙ୍କ ଉପରେ ରାଗି ପାରନ୍ତି, କିନ୍ତୁ ଜଣେ ଭାରତୀୟ ମହାକାଶଚାରୀ, ଗଗନୟାତ୍ରୀ ଏବଂ ବାୟୁସେନାର ଉତ୍ସର୍ଗୀକୃତ ପାଇଲଟ୍‌ଙ୍କ ବୀରତ୍ୱକୁ ଉପେକ୍ଷା କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ। ବିରୋଧୀ ଆଲୋଚନାରେ ଭାଗ ନେଇ ନ ଥିବାବେଳେ କଂଗ୍ରେସ ଏମ୍‌ପି ଶଶୀ ଥରୁର Xରେ ଏକ ପୋଷ୍ଟ ଜରିଆରେ ଗ୍ରୁପ୍‌ କ୍ୟାପ୍‌ଟେନ ଶୁଭାଂଶୁଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତର ମାନବ ମହାକାଶ ମହତ୍ତ୍ୱାକାଂକ୍ଷାର ସେ ଜଣେ ପ୍ରଭାବଶାଳୀ ପ୍ରତୀକ ଏବଂ ଆଗାମୀ ଗଗନୟାନ କାର୍ଯ୍ୟକ୍ରମ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଧାର ଶିଳା ବୋଲି ଥରୁର କହିଛନ୍ତି।
ଶୁଭାଂଶୁ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ସେ ଆକ୍ସିଓମ୍‌-୪ ମିଶନ ପ୍ୟାଚ୍‌ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେବା ସହ ଆଇଏସ୍‌ଏସ୍‌ରୁ ଉଠାଇଥିବା ପୃଥିବୀର ଫଟୋ ଦେଖାଇଥିଲେ। ସୂଚନାଯୋଗ୍ୟ, ଶୁଭାଂଶୁ ଜୁନ୍‌ ୨୫ରେ ଫ୍ଲୋରିଡ଼ାରୁ ଆକ୍ସିଓମ୍‌-୪ ସ୍ପେସ୍‌ ମିଶନରେ ଆଇଏସ୍‌ଏସ୍‌କୁ ଯାଇ ଜୁଲାଇ ୧୫ରେ ପୃଥିବୀକୁ ଫେରିଥିଲେ। ୧୮ ଦିନର ରହଣି ମଧ୍ୟରେ ସେ ଓ ଅନ୍ୟ ମହାକାଶଚାରୀମାନେ ଅନେକ ପରୀକ୍ଷା ନିରୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri