କନ୍ଧମାଳରୁ ମିଳିଲା ପୁଷ୍ପଲତାଙ୍କ ସ୍କୁଟି

ଭୁବନେଶ୍ୱର,୧୫।୨(ବ୍ୟୁରୋ): ବହ ଚର୍ଚ୍ଚିତ ପୁଷ୍ପଲତା ରାଉଳ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମର ସଞ୍ଜୟ ଓରଫ ଅଙ୍ଗଦ ଦାସ ଓ ଚନ୍ଦୁ ଓରଫ ଶ୍ରୀକାନ୍ତ ଦାସଙ୍କ ୩ଦିନିଆ ରିମାଣ୍ଡ ରବିବାର ସରିଛି। ସୋମବାର ସେମାନଙ୍କୁ କୋର୍ଟରେ ହାଜର କରାଯିବ। ତେବେ ଏହି ରିମାଣ୍ଡ ସମୟରେ ପୋଲିସ ବିଭିନ୍ନ ଦିଗ ଉପରୁ ପରଦା ହଟାଇଛି। ଶେଷ ଦିନରେ ଅଭିଯୁକ୍ତଙ୍କୁ ଥାନାରେ ବସାଇ ମାରାଥନ ଜେରା କରାଯାଇଥିଲା। ସେମାନେ ପୁଷ୍ପଲତାଙ୍କ ସ୍କୁଟି ବାବାଦରେ ସୂଚନା ଦେଇଥିଲେ। ପୁଷ୍ପଲତାଙ୍କୁ ହତ୍ୟା କରିବା ପରେ ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ-ଦାସପୁର ରାସ୍ତାପାର୍ଶ୍ୱରେ ମୃତଦେହ ଫିଙ୍ଗି ନୟାଗଡ ପଳାଇଥିଲେ। ଏହି ସମୟରେ ସଞ୍ଜୟ ତାଙ୍କ ମାଲବାହୀ ବୋଲେରୋ ଗାଡ଼ି ଡାଲାରେ ପୁଷ୍ପଲତାଙ୍କ ସ୍କୁଟି ମଧ୍ୟ ନେଇଯାଇଥିଲେ। ନୟାଗଡରେ ପହଞ୍ଚତ୍ବା ପରେ ଚନ୍ଦୁ ତାଙ୍କ ପାଖରେ କାମ କରୁଥିବା ଜଣେ ଯୁବକଙ୍କୁ ଉକ୍ତ ସ୍କୁଟିକୁ କିଛିଦିନ ରଖିବାକୁ ଦେଇଥିଲେ। ଯୁବକ ଜଣକ ସ୍କୁଟିକୁ ନେଇ କନ୍ଧମାଳ ପଳାଇଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ କନ୍ଧମାଳ ଜି.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଅଞ୍ଚଳରୁ ସ୍କୁଟିକୁ ଜବତ କରିଛି। ଏଥିସହ ପୋଲିସକୁ ଆଉକିଛି ନୂଆ ତଥ୍ୟ ହସ୍ତଗତ ହୋଇଛି। ପୋଲିସ କହିବା ଅନୁଯାୟୀ, ପୁଷ୍ପଲତାଙ୍କୁ ଅପରାହ୍ନ ପ୍ରାୟ ସାଢେ ୫ଟାରେ ହତ୍ୟା କରାଯାଇଛି। କିନ୍ତୁ ରାତି ପ୍ରାୟ ୮ରୁ ସାଢ଼େ ୮ଟା ଭିତରେ ପୁଷ୍ପଲତାଙ୍କୁ ସ୍ଥାନୀୟ ଲୋକେ ଦେଖିଥିବା କହିଥିଲେ। ତେବେ କାହା କଥାରେ ସତ୍ୟତା ଅଛି, ଅଭିଯୁକ୍ତଙ୍କ ବୟାନ ଓ ସ୍ଥାନୀୟ ଲୋକଙ୍କ କଥା ଭିନ୍ନ ରହୁଛି। ଅଭିଯୁକ୍ତ ଆହୁରି କିଛି କଥା ଲୁଚାଉଥିବା ନେଇ ପୋଲିସର ସନ୍ଦେହ ରହୁଛି। ଅନ୍ୟପକ୍ଷେ ରିମାଣ୍ଡ ସମୟରେ ସଞ୍ଜୟଙ୍କ ଖଣ୍ଡଗିରି ଫୁଲେଶ୍ୱରୀ ବସ୍ତି ଘରକୁ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ଯାଇ ଯାଞ୍ଚ କରିଥିଲା। ଏଥିସହ ରକ୍ତ ନମୁନା, ହତ୍ୟାରେ ବ୍ୟବହୃତ ଓଢଣୀ ଓ ଅନ୍ୟ କିଛି ନମୁନା ସଂଗ୍ରହ କରିଥିଲା। ଏହାକୁ ଯାଞ୍ଚ ପାଇଁ ପଠାଯାଇଥିବାବେଳେ ରିପୋର୍ଟ ଆସିବା ପରେ ସେ ସବୁକୁ ଆଉଥରେ ମେଳ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।
ଗତ ୪ ତାରିଖରେ ଅନ୍ଧାରୁଆ-ଦାସପୁର ନିକଟରୁ ପୋଲିସ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ କରିଥିଲା। ଏହାର ୮ ଦିନ ଭିତରେ ପୋଲିସ ମହିଳାଙ୍କ ପରିଚୟ ଓ ମୁଣ୍ଡ ପାଇବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମୃତ ମହିଳା ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧୀରକୁଟି ବସ୍ତିରେ ରହୁଥିବା ପୁଷ୍ପଲତା ବୋଲି ଜଣାପଡିଥିଲା। ପୁଷ୍ପଲତା ଓ ସଞ୍ଜୟଙ୍କର ଦୀର୍ଘ ୬ ବର୍ଷ ହେବ ସମ୍ପର୍କ ରହିଆସିଥିବାବେଳେ ପୁଷ୍ପଲତା ଅନ୍ୟଜଣଙ୍କୁ ବାହା ହୋଇଯିବାରୁ ରାଗରେ ତାଙ୍କୁ ହତ୍ୟା କରିଥିବା ସଞ୍ଜୟ ପୋଲିସ ଆଗରେ କହିଥିଲେ। ସଞ୍ଜୟ ଫୁଲେଶ୍ୱରୀ ବସ୍ତିସ୍ଥିତ ନିଜ ଘରେ ଓଢଣୀରେ ପୁଷ୍ପଲତାଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ଦାସପୁର ରାସ୍ତାରେ ମୃତଦେହରୁ ମୁଣ୍ଡ କାଟି ୨କିମି ଦୂର ଭରତପୁର ହାତୀ ଟ୍ରେଞ୍ଜ୍‌ ନିକଟରେ ପକାଇ ନୟାଗଡ଼ ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri