କନ୍ଧମାଳରୁ ମିଳିଲା ପୁଷ୍ପଲତାଙ୍କ ସ୍କୁଟି

ଭୁବନେଶ୍ୱର,୧୫।୨(ବ୍ୟୁରୋ): ବହ ଚର୍ଚ୍ଚିତ ପୁଷ୍ପଲତା ରାଉଳ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମର ସଞ୍ଜୟ ଓରଫ ଅଙ୍ଗଦ ଦାସ ଓ ଚନ୍ଦୁ ଓରଫ ଶ୍ରୀକାନ୍ତ ଦାସଙ୍କ ୩ଦିନିଆ ରିମାଣ୍ଡ ରବିବାର ସରିଛି। ସୋମବାର ସେମାନଙ୍କୁ କୋର୍ଟରେ ହାଜର କରାଯିବ। ତେବେ ଏହି ରିମାଣ୍ଡ ସମୟରେ ପୋଲିସ ବିଭିନ୍ନ ଦିଗ ଉପରୁ ପରଦା ହଟାଇଛି। ଶେଷ ଦିନରେ ଅଭିଯୁକ୍ତଙ୍କୁ ଥାନାରେ ବସାଇ ମାରାଥନ ଜେରା କରାଯାଇଥିଲା। ସେମାନେ ପୁଷ୍ପଲତାଙ୍କ ସ୍କୁଟି ବାବାଦରେ ସୂଚନା ଦେଇଥିଲେ। ପୁଷ୍ପଲତାଙ୍କୁ ହତ୍ୟା କରିବା ପରେ ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ-ଦାସପୁର ରାସ୍ତାପାର୍ଶ୍ୱରେ ମୃତଦେହ ଫିଙ୍ଗି ନୟାଗଡ ପଳାଇଥିଲେ। ଏହି ସମୟରେ ସଞ୍ଜୟ ତାଙ୍କ ମାଲବାହୀ ବୋଲେରୋ ଗାଡ଼ି ଡାଲାରେ ପୁଷ୍ପଲତାଙ୍କ ସ୍କୁଟି ମଧ୍ୟ ନେଇଯାଇଥିଲେ। ନୟାଗଡରେ ପହଞ୍ଚତ୍ବା ପରେ ଚନ୍ଦୁ ତାଙ୍କ ପାଖରେ କାମ କରୁଥିବା ଜଣେ ଯୁବକଙ୍କୁ ଉକ୍ତ ସ୍କୁଟିକୁ କିଛିଦିନ ରଖିବାକୁ ଦେଇଥିଲେ। ଯୁବକ ଜଣକ ସ୍କୁଟିକୁ ନେଇ କନ୍ଧମାଳ ପଳାଇଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ କନ୍ଧମାଳ ଜି.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଅଞ୍ଚଳରୁ ସ୍କୁଟିକୁ ଜବତ କରିଛି। ଏଥିସହ ପୋଲିସକୁ ଆଉକିଛି ନୂଆ ତଥ୍ୟ ହସ୍ତଗତ ହୋଇଛି। ପୋଲିସ କହିବା ଅନୁଯାୟୀ, ପୁଷ୍ପଲତାଙ୍କୁ ଅପରାହ୍ନ ପ୍ରାୟ ସାଢେ ୫ଟାରେ ହତ୍ୟା କରାଯାଇଛି। କିନ୍ତୁ ରାତି ପ୍ରାୟ ୮ରୁ ସାଢ଼େ ୮ଟା ଭିତରେ ପୁଷ୍ପଲତାଙ୍କୁ ସ୍ଥାନୀୟ ଲୋକେ ଦେଖିଥିବା କହିଥିଲେ। ତେବେ କାହା କଥାରେ ସତ୍ୟତା ଅଛି, ଅଭିଯୁକ୍ତଙ୍କ ବୟାନ ଓ ସ୍ଥାନୀୟ ଲୋକଙ୍କ କଥା ଭିନ୍ନ ରହୁଛି। ଅଭିଯୁକ୍ତ ଆହୁରି କିଛି କଥା ଲୁଚାଉଥିବା ନେଇ ପୋଲିସର ସନ୍ଦେହ ରହୁଛି। ଅନ୍ୟପକ୍ଷେ ରିମାଣ୍ଡ ସମୟରେ ସଞ୍ଜୟଙ୍କ ଖଣ୍ଡଗିରି ଫୁଲେଶ୍ୱରୀ ବସ୍ତି ଘରକୁ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ଯାଇ ଯାଞ୍ଚ କରିଥିଲା। ଏଥିସହ ରକ୍ତ ନମୁନା, ହତ୍ୟାରେ ବ୍ୟବହୃତ ଓଢଣୀ ଓ ଅନ୍ୟ କିଛି ନମୁନା ସଂଗ୍ରହ କରିଥିଲା। ଏହାକୁ ଯାଞ୍ଚ ପାଇଁ ପଠାଯାଇଥିବାବେଳେ ରିପୋର୍ଟ ଆସିବା ପରେ ସେ ସବୁକୁ ଆଉଥରେ ମେଳ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।
ଗତ ୪ ତାରିଖରେ ଅନ୍ଧାରୁଆ-ଦାସପୁର ନିକଟରୁ ପୋଲିସ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ କରିଥିଲା। ଏହାର ୮ ଦିନ ଭିତରେ ପୋଲିସ ମହିଳାଙ୍କ ପରିଚୟ ଓ ମୁଣ୍ଡ ପାଇବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମୃତ ମହିଳା ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧୀରକୁଟି ବସ୍ତିରେ ରହୁଥିବା ପୁଷ୍ପଲତା ବୋଲି ଜଣାପଡିଥିଲା। ପୁଷ୍ପଲତା ଓ ସଞ୍ଜୟଙ୍କର ଦୀର୍ଘ ୬ ବର୍ଷ ହେବ ସମ୍ପର୍କ ରହିଆସିଥିବାବେଳେ ପୁଷ୍ପଲତା ଅନ୍ୟଜଣଙ୍କୁ ବାହା ହୋଇଯିବାରୁ ରାଗରେ ତାଙ୍କୁ ହତ୍ୟା କରିଥିବା ସଞ୍ଜୟ ପୋଲିସ ଆଗରେ କହିଥିଲେ। ସଞ୍ଜୟ ଫୁଲେଶ୍ୱରୀ ବସ୍ତିସ୍ଥିତ ନିଜ ଘରେ ଓଢଣୀରେ ପୁଷ୍ପଲତାଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ଦାସପୁର ରାସ୍ତାରେ ମୃତଦେହରୁ ମୁଣ୍ଡ କାଟି ୨କିମି ଦୂର ଭରତପୁର ହାତୀ ଟ୍ରେଞ୍ଜ୍‌ ନିକଟରେ ପକାଇ ନୟାଗଡ଼ ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri