ପଲୁରୁ ଅଞ୍ଚଳରେ ୨ ମାସ ମଧ୍ୟରେ ହେବ ପୁଷ୍ପା-୨ ଶୁୁଟିଂ

ମାଲକାନଗିରି,୬ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଲୁରୁ ଅଞ୍ଚଳରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ପୁଷ୍ପା-୨ ଚଳଚ୍ଚିତ୍ର ଶୁଟିଂ। ଶୁକ୍ରବାର ପୁଷ୍ପା-୨ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁକୁମାରଙ୍କ ସହ ଜର୍ମାନୀରୁ କ୍ୟାମେରା ମୁଖ୍ୟ କୁବା ମାଲକାନଗିରି ଜିଲାରେ ଆସି ପହଞ୍ଚତ୍ଛନ୍ତି। ତାଙ୍କ ସହ ଆସିଥିବା ୨୦ଜଣିଆ ଟିମ୍‌ ପଲୁରୁ ଅଞ୍ଚଳର ପଲୁରୁ, ମାନ୍ୟମକୋଣ୍ଡା ଅଞ୍ଚଳ ବୁଲି ଦେଖିଛନ୍ତି। ଆଗାମୀ ଦୁଇମାସ ମଧ୍ୟରେ ଏହି ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହେବ ବୋଲି ନିର୍ଦ୍ଦେଶକ ସୁକୁମାର କହିଛନ୍ତି। ଆଲ୍ଲୁ ଅର୍ଜୁନଙ୍କ ସମେତ ଏହି ଚଳଚ୍ଚିତ୍ରର ଅନ୍ୟ କଳାକାରମାନେ ମାଲକାନଗିରିରେ ପହଞ୍ଚତ୍ ସୁଟିଂ ଆରମ୍ଭ କରିବେ। ସ୍ଥାନୀୟ ଜନସାଧାରଣ ଓ ପୋଲିସ ପ୍ରଶାସନ ସହଯୋଗରେ ଏଠାରେ ଶୁଟିଂ କରାଯିବ ବୋଲି ସୁକୁମାର କହିଛନ୍ତି।
ଅନ୍ୟପକ୍ଷରେ ପୁଷ୍ପା-୧ ଚଳଚ୍ଚିତ୍ର କେବଳ ଦକ୍ଷିଣ ଭାରତ ନୁହେଁ ସାରା ଭାରତରେ ଏକ ଚର୍ଚ୍ଚିତ ଚଳଚ୍ଚିତ୍ର ରୂପେ ବିବେଚତ ହୋଇଛି। ପ୍ରସ୍ତାବିତ ପୁଷ୍ପା-୨ ଚଳଚ୍ଚିତ୍ର ପ୍ରାୟ ୫୦୦ କୋଟି ଟଙ୍କା ବଜେଟ୍‌ରେ ନିର୍ମାଣ ହେବ ବୋଲି ଜଣାପଡିଛି। ଏଥିରେ ମଧ୍ୟ ଚଳଚ୍ଚିତ୍ରର ନାୟକ ଭାବେ ସାଉଥ୍‌ ସୁପରଷ୍ଟାର ଆଲୁ ଅର୍ଜୁନ ଏବଂ ନାୟିକା ରସ୍ମିକା, ସାଇ ପଲ୍ଲବୀ, ସୁନୀଲ, ଅନସୂୟା, ସାହାଦ୍‌ ଅସିମ, ଜଗଦିଶ ପ୍ରସାଦ, ଅଜୟ ଘୋଷଙ୍କ ଭଳି କଳାକାର ଅଭିନୟ କରିବେ। ପୁଷ୍ପା-୨ ଚଳଚ୍ଚିତ୍ର ମଧ୍ୟ ପୁଷ୍ପା-୧ ଭଳି ସଫଳତାର ଶୀର୍ଷରେ ରହିବ ବୋଲି ପ୍ରଯୋଜକମାନେ ଆଶା ପ୍ରକାଶ କରିଛନ୍ତି। ଗତମାସରେ ଏହି ଚଳଚ୍ଚିତ୍ର ପାଇଁ ଏକ ଟିମ୍‌ ଆସି ମାଲକାନଗିରି ଜିଲାପାଳ ଓ ଏସ୍‌ପିଙ୍କ ଅନୁମତି ଲୋଡିଥିଲେ। ସ୍ବାଭିମାନ ଅଞ୍ଚଳରେ ମଧ୍ୟ ଚଳଚ୍ଚିତ୍ର ଶୁୁଟିଂ ନେଇ ସିଡ୍ୟୁଲ ରହିଥିବା ସୁକୁମାର କହିଛନ୍ତି। କିଛି ପୋଲିସ କାର୍ଯ୍ୟାବଳୀ ସମ୍ପର୍କିତ ଶୁଟିଂ ଏଥିରେ ରଖାଯାଇଛି। ଆସନ୍ତା ୯ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପଲୁରୁ ଅଞ୍ଚଳ ବୁଲିବା ପରେ ଆସନ୍ତା ଜୁନ, ଜୁଲାଇ ମାସରେ ଉକ୍ତ ଅଞ୍ଚଳରେ ଶୁଟିଂ ଆରମ୍ଭ ହେବ ବୋଲି ସୁକୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri