Posted inଜାତୀୟ

ସଂସଦରେ ଠେଲାପେଲା ଘଟଣା: ଚର୍ଚ୍ଚାରେ ୩ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨୦ା୧୨:ରାଜ୍ୟ ସଭାରେ ମଙ୍ଗଳବାର ସମ୍ବିଧାନ ସମ୍ପର୍କିତ ବିତର୍କ ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ, ଏବେ ଏକ ଫ୍ୟାଶନ୍‌ ହୋଇଯାଇଛି, ‘ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର। କଂଗ୍ରେସ ନେତାମାନେ ଯେତିକି ଥର ‘ଆମ୍ବେଡକର ଆମ୍ବେଡକର’ ଚିତ୍କାର କରୁଛନ୍ତି, ସେତେଥର ଭଗବାନଙ୍କ ନାମ ନେଇଥିଲେ ୭ ଜନ୍ମ ଧରି ସ୍ବର୍ଗରେ ସ୍ଥାନ ପାଇଥାଆନ୍ତେ। କଂଗ୍ରେସ ଆମ୍ବେଡକରଙ୍କ ନାମ ଧରୁଥିବାରୁ ଭାଜପା ଖୁସି, କିନ୍ତୁ ବିରୋଧୀ ଦଳ ତାଙ୍କ ପ୍ରତି ଥିବା ନିଜ ମନୋଭାବର ମଧ୍ୟ ପରିପ୍ରକାଶ କରିବା ଉଚିତ ବୋଲି ସେ କହିଥିଲେ। ଏହାକୁ ନେଇ ବିରୋଧୀ ଇଣ୍ଡିଆ ବ୍ଲକ୍‌ ନେତାମାନେ ଏନ୍‌ଡିଏ ସରକାରଙ୍କୁ ଘେରିବାରେ ଲାଗିଥିବାବେଳେ ଗୁରୁବାର ଭାଜପା ଏମ୍‌ପିମାନେ କଂଗ୍ରେସ ବିରୋଧରେ ବିକ୍ଷୋଭ ଚଳାଇଥିଲେ। ସେହି ସମୟରେ ଠେଲାପେଲା ଯୋଗୁ ଭାଜପାର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୁକେଶ ରାଜପୁତ୍‌ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଆହତ ହୋଇଛନ୍ତି। ତେବେ ପ୍ରତାପଙ୍କ ମୁଣ୍ଡ ଫାଟିଥିବାରୁ ଭାଜପା ଏହାକୁ କଂଗ୍ରେସ ବିରୋଧରେ ଅସ୍ତ୍ର କରି ବିରୋଧୀ ଦଳର ମୁହଁ ବନ୍ଦ ପାଇଁ ଉଦ୍ୟମ ଚଳାଇଛି। ଶାହାଙ୍କ ଆମ୍ବେଡକର ମନ୍ତବ୍ୟ ପରିପ୍ରେକ୍ଷୀରେ ଉପୁଜିଥିବା ବିବାଦରୁ ଧ୍ୟାନ ହଟାଇବା ପାଇଁ ଭାଜପା ଏଭଳି ଉଦ୍ୟମ କରୁଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ଏକ୍ସ’ରେ ଏକାଧିକ ପୋଷ୍ଟ କରି ରାହୁଲ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ବକ୍ତବ୍ୟରୁ ତାଙ୍କ ଚିନ୍ତାଧାରା ସାମ୍‌ନାକୁ ଆସିଛି। ଆମେ ତାଙ୍କ ଇସ୍ତଫା ଓ କ୍ଷମା ଦାବି କରିଥିଲୁ। ଶାହା ଇସ୍ତଫା ଦେଇନାହାନ୍ତି କି କ୍ଷମା ବି ମାଗିନାହାନ୍ତି। ବିରୋଧୀ ଇଣ୍ଡିଆ ବ୍ଲକ୍‌ ସଦସ୍ୟମାନେ ଆମ୍ବେଡକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇ ସଂସଦ ଭିତରେ ପ୍ରବେଶ କରିବା ବେଳେ ଭାଜପା ଏମ୍‌ପିମାନେ ଲାଠି ଧରି ଆମ ପଥ ଅବରୋଧ କରିଥିଲେ। ପୂରା ଘଟଣାକ୍ରମକୁ ଦେଖିଲେ, ଶାହାଙ୍କ ବିବାଦରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ଏହା ଉଦ୍ଦିଷ୍ଟ ଥିଲା ବୋଲି ରାହୁଲ ସ୍ପଷ୍ଟୀକରଣ ଦେଇଛନ୍ତି।

ଚର୍ଚ୍ଚାରେ ୩ ଭାଜପା ଏମ୍‌ପି

୧. ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ: ଓଡ଼ିଶାର ବାଲେଶ୍ୱର ସଂସଦୀୟ ଆସନରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ କେନ୍ଦ୍ରମନ୍ତ୍ରୀ ଥିଲେ। ‘ନନା’ ନାମରେ ପରିଚିତ ପ୍ରତାପ ନିଜ ସରଳ ଜୀବନଯାପନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ଏହା ପୂର୍ବରୁ ସେ ୨୦୦୪ରୁ ୨୦୦୯ ଏବଂ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ନୀଳଗିରି ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଠେଲିଦେବାରୁ ତାଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ କରିବା ପରେ ପ୍ରତାପ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଆଇସିୟୁରେ ଭର୍ତ୍ତି ହୋଇଥିବା ପ୍ରତାପ ଜଣେ ହୃଦ୍‌ରୋଗୀ। ତେଣୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିବା ରାମମନୋହର ଲୋହିଆ ହସ୍ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଅଜୟ ଶୁକ୍ଳା କହିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ଭାଜପା ନେତାମାନେ ହସ୍ପିଟାଲକୁ ଯାଇ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି।
୨. ମୁକେଶ ରାଜପୁତ୍‌: ଉତ୍ତର ପ୍ରଦେଶର ଫାରୁଖାବାଦ ସଂସଦୀୟ ଆସନରୁ ୩ ଥର ଏମ୍‌ପି ହୋଇଥିବା ମୁକେଶ ରାଜପୁତ୍‌ ଜଣେ ଆଗଧାଡ଼ିର ଲୋଧ ନେତା। ୨୦୧୪ ନିର୍ବାଚନରେ ସେ କଂଗ୍ରେସ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିଲେ। ସଂସଦରେ ଠେଲାପେଲା ବେଳେ ମୁକେଶ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଚୋଟ ଲାଗିଛି। ମୁକେଶଙ୍କ ଉଚ୍ଚ ରକ୍ତଚାପ ରହିଥିବାରୁ ତାଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ କଡ଼ା ନଜର ରଖାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି।
୩. ଏସ୍‌. ଫାଙ୍ଗୋନ୍‌ କୋନ୍ୟାକ୍‌: ୨୦୨୩ ଜୁଲାଇ ୨୫ରେ ରାଜ୍ୟ ସଭାରେ ଅଧ୍ୟକ୍ଷତା କରିବାରେ ନାଗାଲାଣ୍ଡର ପ୍ରଥମ ମହିଳା ଏମ୍‌ପି ଭାବେ ଫାଙ୍ଗୋନ୍‌ ସୁଯୋଗ ପାଇ ଚର୍ଚ୍ଚାକୁ ଆସିଥିଲେ। ଫାଙ୍ଗୋନ୍‌ ହେଉଛନ୍ତି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ନାଗାଲାଣ୍ଡରୁ ରାଜ୍ୟ ସଭାରେ ପ୍ରତିନିଧିତ୍ୱ କରିବାରେ ପ୍ରଥମ ମହିଳା ଏବଂ ସଂସଦକୁ ନିର୍ବାଚିତ ହେବାରେ ଦ୍ୱିତୀୟ ମହିଳା ।
ଭାଜପା ଏମ୍‌ପିମାନେ ଗୁରୁବାର ବିକ୍ଷୋଭ କରୁଥିବାବେଳେ ରାହୁଲ ତାଙ୍କ ଅତି ନିକଟକୁ ଆସି ଉଚ୍ଚ ସ୍ବରରେ ଧମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକର ନିଜ ଚାମ୍ବରରେ ତାଙ୍କ ଅଭିଯୋଗକୁ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri