Posted inଜାତୀୟ

ସଂସଦରେ ଠେଲାପେଲା ଘଟଣା: ଚର୍ଚ୍ଚାରେ ୩ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨୦ା୧୨:ରାଜ୍ୟ ସଭାରେ ମଙ୍ଗଳବାର ସମ୍ବିଧାନ ସମ୍ପର୍କିତ ବିତର୍କ ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ, ଏବେ ଏକ ଫ୍ୟାଶନ୍‌ ହୋଇଯାଇଛି, ‘ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର। କଂଗ୍ରେସ ନେତାମାନେ ଯେତିକି ଥର ‘ଆମ୍ବେଡକର ଆମ୍ବେଡକର’ ଚିତ୍କାର କରୁଛନ୍ତି, ସେତେଥର ଭଗବାନଙ୍କ ନାମ ନେଇଥିଲେ ୭ ଜନ୍ମ ଧରି ସ୍ବର୍ଗରେ ସ୍ଥାନ ପାଇଥାଆନ୍ତେ। କଂଗ୍ରେସ ଆମ୍ବେଡକରଙ୍କ ନାମ ଧରୁଥିବାରୁ ଭାଜପା ଖୁସି, କିନ୍ତୁ ବିରୋଧୀ ଦଳ ତାଙ୍କ ପ୍ରତି ଥିବା ନିଜ ମନୋଭାବର ମଧ୍ୟ ପରିପ୍ରକାଶ କରିବା ଉଚିତ ବୋଲି ସେ କହିଥିଲେ। ଏହାକୁ ନେଇ ବିରୋଧୀ ଇଣ୍ଡିଆ ବ୍ଲକ୍‌ ନେତାମାନେ ଏନ୍‌ଡିଏ ସରକାରଙ୍କୁ ଘେରିବାରେ ଲାଗିଥିବାବେଳେ ଗୁରୁବାର ଭାଜପା ଏମ୍‌ପିମାନେ କଂଗ୍ରେସ ବିରୋଧରେ ବିକ୍ଷୋଭ ଚଳାଇଥିଲେ। ସେହି ସମୟରେ ଠେଲାପେଲା ଯୋଗୁ ଭାଜପାର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୁକେଶ ରାଜପୁତ୍‌ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଆହତ ହୋଇଛନ୍ତି। ତେବେ ପ୍ରତାପଙ୍କ ମୁଣ୍ଡ ଫାଟିଥିବାରୁ ଭାଜପା ଏହାକୁ କଂଗ୍ରେସ ବିରୋଧରେ ଅସ୍ତ୍ର କରି ବିରୋଧୀ ଦଳର ମୁହଁ ବନ୍ଦ ପାଇଁ ଉଦ୍ୟମ ଚଳାଇଛି। ଶାହାଙ୍କ ଆମ୍ବେଡକର ମନ୍ତବ୍ୟ ପରିପ୍ରେକ୍ଷୀରେ ଉପୁଜିଥିବା ବିବାଦରୁ ଧ୍ୟାନ ହଟାଇବା ପାଇଁ ଭାଜପା ଏଭଳି ଉଦ୍ୟମ କରୁଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ଏକ୍ସ’ରେ ଏକାଧିକ ପୋଷ୍ଟ କରି ରାହୁଲ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ବକ୍ତବ୍ୟରୁ ତାଙ୍କ ଚିନ୍ତାଧାରା ସାମ୍‌ନାକୁ ଆସିଛି। ଆମେ ତାଙ୍କ ଇସ୍ତଫା ଓ କ୍ଷମା ଦାବି କରିଥିଲୁ। ଶାହା ଇସ୍ତଫା ଦେଇନାହାନ୍ତି କି କ୍ଷମା ବି ମାଗିନାହାନ୍ତି। ବିରୋଧୀ ଇଣ୍ଡିଆ ବ୍ଲକ୍‌ ସଦସ୍ୟମାନେ ଆମ୍ବେଡକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇ ସଂସଦ ଭିତରେ ପ୍ରବେଶ କରିବା ବେଳେ ଭାଜପା ଏମ୍‌ପିମାନେ ଲାଠି ଧରି ଆମ ପଥ ଅବରୋଧ କରିଥିଲେ। ପୂରା ଘଟଣାକ୍ରମକୁ ଦେଖିଲେ, ଶାହାଙ୍କ ବିବାଦରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ଏହା ଉଦ୍ଦିଷ୍ଟ ଥିଲା ବୋଲି ରାହୁଲ ସ୍ପଷ୍ଟୀକରଣ ଦେଇଛନ୍ତି।

ଚର୍ଚ୍ଚାରେ ୩ ଭାଜପା ଏମ୍‌ପି

୧. ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ: ଓଡ଼ିଶାର ବାଲେଶ୍ୱର ସଂସଦୀୟ ଆସନରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ କେନ୍ଦ୍ରମନ୍ତ୍ରୀ ଥିଲେ। ‘ନନା’ ନାମରେ ପରିଚିତ ପ୍ରତାପ ନିଜ ସରଳ ଜୀବନଯାପନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ଏହା ପୂର୍ବରୁ ସେ ୨୦୦୪ରୁ ୨୦୦୯ ଏବଂ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ନୀଳଗିରି ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଠେଲିଦେବାରୁ ତାଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ କରିବା ପରେ ପ୍ରତାପ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଆଇସିୟୁରେ ଭର୍ତ୍ତି ହୋଇଥିବା ପ୍ରତାପ ଜଣେ ହୃଦ୍‌ରୋଗୀ। ତେଣୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିବା ରାମମନୋହର ଲୋହିଆ ହସ୍ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଅଜୟ ଶୁକ୍ଳା କହିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ଭାଜପା ନେତାମାନେ ହସ୍ପିଟାଲକୁ ଯାଇ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି।
୨. ମୁକେଶ ରାଜପୁତ୍‌: ଉତ୍ତର ପ୍ରଦେଶର ଫାରୁଖାବାଦ ସଂସଦୀୟ ଆସନରୁ ୩ ଥର ଏମ୍‌ପି ହୋଇଥିବା ମୁକେଶ ରାଜପୁତ୍‌ ଜଣେ ଆଗଧାଡ଼ିର ଲୋଧ ନେତା। ୨୦୧୪ ନିର୍ବାଚନରେ ସେ କଂଗ୍ରେସ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିଲେ। ସଂସଦରେ ଠେଲାପେଲା ବେଳେ ମୁକେଶ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଚୋଟ ଲାଗିଛି। ମୁକେଶଙ୍କ ଉଚ୍ଚ ରକ୍ତଚାପ ରହିଥିବାରୁ ତାଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ କଡ଼ା ନଜର ରଖାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି।
୩. ଏସ୍‌. ଫାଙ୍ଗୋନ୍‌ କୋନ୍ୟାକ୍‌: ୨୦୨୩ ଜୁଲାଇ ୨୫ରେ ରାଜ୍ୟ ସଭାରେ ଅଧ୍ୟକ୍ଷତା କରିବାରେ ନାଗାଲାଣ୍ଡର ପ୍ରଥମ ମହିଳା ଏମ୍‌ପି ଭାବେ ଫାଙ୍ଗୋନ୍‌ ସୁଯୋଗ ପାଇ ଚର୍ଚ୍ଚାକୁ ଆସିଥିଲେ। ଫାଙ୍ଗୋନ୍‌ ହେଉଛନ୍ତି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ନାଗାଲାଣ୍ଡରୁ ରାଜ୍ୟ ସଭାରେ ପ୍ରତିନିଧିତ୍ୱ କରିବାରେ ପ୍ରଥମ ମହିଳା ଏବଂ ସଂସଦକୁ ନିର୍ବାଚିତ ହେବାରେ ଦ୍ୱିତୀୟ ମହିଳା ।
ଭାଜପା ଏମ୍‌ପିମାନେ ଗୁରୁବାର ବିକ୍ଷୋଭ କରୁଥିବାବେଳେ ରାହୁଲ ତାଙ୍କ ଅତି ନିକଟକୁ ଆସି ଉଚ୍ଚ ସ୍ବରରେ ଧମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକର ନିଜ ଚାମ୍ବରରେ ତାଙ୍କ ଅଭିଯୋଗକୁ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?