ଜଗତ୍‌ସିଂହପୁରରେ ରିହାତି ଚାଉଳ, ଡାଲି ପାଇଁ ଠେଲାପେଲା

ଜଗତ୍‌ସିଂହପୁର, ୧୦।୩(ପ୍ରମୋଦ କୁମାର ନାୟକ)ଆଜାଦୀ କା ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସରକାର ଖାଉଟିଙ୍କୁ ରିହାତି ଦରରେ ଚାଉଳ, ଚଣା ଡାଲି, ଅଟା, ଚିନି, ତେଲ ଓ ପିଆଜ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନାଫେଡ୍‌ (ନ୍ୟାଶନାଲ ଆଗ୍ରିକଲଚରାଲ କୋ-ଅପରେଟିଭ ମାର୍କେଟିଂ ଫେଡେରେଶନ ଅଫ ଇଣ୍ଡିଆ) ଏବଂ ଏନ୍‌ସିସିଏଫ୍‌ (ନ୍ୟାଶନାଲ କୋ-ଅପରେଟିଭ କଞ୍ଜ୍ୟୁମର୍ସ ଫେଡେରେଶନ ଅଫ ଇଣ୍ଡିଆ) ପକ୍ଷରୁ ବ୍ୟକ୍ତିଗତ ଏବଂ ମୋବାଇଲ ଆଉଟଲେଟ୍‌ (ଭ୍ୟାନ) ଜରିଆରେ ଏସବୁ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ସ୍ଥିର ହୋଇଛି। ଏହାବାଦ୍‌ ଏହି ସାମଗ୍ରୀ ଲୋକଙ୍କୁ ଯୋଗାଯିବା ପାଇଁ ଅନ୍ୟ ରିଟେଲ ଆଉଟଲେଟ୍‌ ଏବଂ ଇ-କମର୍ସ ପ୍ଲାଟ୍‌ଫର୍ମକୁ ସମ୍ପ୍ରସାରିତ କରାଯାଇଛି। ଚାଉଳ ବିଶେଷକରି ୫ ଓ ୧୦ କିଲୋଗ୍ରାମର ପ୍ୟାକେଟ୍‌ ରହିଛି। ଏହା ବଜାର ଦରଠାରୁ କମ୍‌ ଦାମରେ ଅର୍ଥାତ୍‌ କିଲୋଗ୍ରାମ ପ୍ରତି ଦର ସର୍ବାଧିକ ୨୯ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଭାରତ ଅଟା ୬ ଓ ୧୦ କିଲୋଗ୍ରାମ ପ୍ୟାକେଟରେ ବିକ୍ରି ହେଉଛି। ଏହାର କିଲୋପ୍ରତି ଦର ୨୭.୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଚଣା ଡାଲି ୧ କିଲୋଗ୍ରାମ ପ୍ୟାକେଟ୍‌ରେ ଉପଲବ୍ଧ। ଏହାର କିଲୋଗ୍ରାମ ପ୍ରତି ଦର ୬୦ ଟଙ୍କା ଧାର୍ଯ୍ୟ କରାଯାଇଛି। କିନ୍ତୁ ୩୦ କି.ଗ୍ରା. ପ୍ୟାକେଟ୍‌ ନେଲେ କିଲୋଗ୍ରାମ ପ୍ରତି ଦର ୫୫ ଟଙ୍କାକୁ ହ୍ରାସ କରାଯିବ ବୋଲି କୁହାଯାଇଛି। ପିଆଜ କିଲୋଗ୍ରାମ ପ୍ରତି ଦର ୨୫ ଟଙ୍କା ଧାର୍ଯ୍ୟ କରାଯାଇଛି। ପିଏମ୍‌ଜିକେଏୱୋଇ (ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା)ରେ ପ୍ରତ୍ୟେକ ଏହାର ଫାଇଦା ପାଇପାରିବେ ବୋଲି ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଉଛି। ଏହି ଅନୁଯାୟୀ ଶନିବାର ପ୍ରଥମ ଥର ପାଇଁ ଜଗତ୍‌ସିଂହପୁର ସହରରେ ଏହା ବିକ୍ରି ଆରମ୍ଭ କରାଯାଇଛି।
ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡିଆରେ ଅପରାହ୍ନରେ ୨ଟି ମୋବାଇଲ ଭ୍ୟାନ୍‌ ଏସବୁ ସାମଗ୍ରୀ ନେଇ ପହଞ୍ଚତ୍ଲା ପରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ଭ୍ୟାନ୍‌ରେ ଥିବା କର୍ମଚାରୀ ଧାଡିରେ ଆସି ସାମଗ୍ରୀ କିଣି ନେବାକୁ ଅନୁରୋଧ କରିଥିଲେ ବି ଶୃଙ୍ଖଳା ଦେଖିବାକୁ ମିଳି ନ ଥିଲା। କାଳେ ସାମଗ୍ରୀ ସରିଯିବ ଆଶଙ୍କାରେ ଲୋକେ କିଣିବା ପାଇଁ ଡହଳବିକଳ ହୋଇଥିଲେ। ଏପରି କି ଚଢାମଢ଼ା ପରିସ୍ଥିତି ଉପୁଜିଥିଲା। ଅଟା ମାତ୍ର ୧୦ ମିନିଟ୍‌ ଭିତରେ ସରି ଯାଇଥିଲା। ଚାଉଳ ଓ ଡାଲି ବିକ୍ରି ସମୟରେ ଲୋକେ ପାଟିତୁଣ୍ଡ କରିବାକୁ ପଛାଇ ନ ଥିଲେ। କାହିଁକି ବିଳମ୍ବ ହେଉଛି ବୋଲି ଯୁକ୍ତି ବାଢି ଅନେକେ ଗାଡି ଭିତରେ ଅଖାରେ ଥିବା ସାମଗ୍ରୀ ପ୍ୟାକେଟ୍‌ ଟଣାଓଟରା କରିଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ, ମୋବାଇଲ ଭ୍ୟାନ ସାମଗ୍ରୀ ନ ଦେଇ ଚାଲି ଯିବାକୁ ଚେଷ୍ଟା କରିଥିଲା। କିନ୍ତୁ କେତେଜଣ ଏହି ଗାଡିରେ ଓହଳିଥିଲେ ସୁଦ୍ଧା ଓହ୍ଲାଇ ନ ଥିଲେ। ଏହିଭଳି କିଛି ଦୂର ଗଲାପରେ ଏହି ମୋବାଇଲ ଭ୍ୟାନ୍‌ ଅଟକି ସେମାନଙ୍କୁ ସାମଗ୍ରୀ ଦେଇ ପୁଣି ପଳାଇଥିଲା। ପୋଲିସ ସୁରକ୍ଷା ସତ୍ତ୍ବେ ଲୋକେ ବିଶୃଙ୍ଖଳା କରୁଥିବାରୁ ଆଗକୁ ପରିସ୍ଥିତି କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ପ୍ରତିକ୍ରିୟାରେ କହିଛନ୍ତି, ଆରମ୍ଭରୁ ଯଦି ଏଭଳି ବିଶୃଙ୍ଖଳା ହେଲାଣି ଆଗାମୀ ଦିନରେ ପରିସ୍ଥିତି ଜଟିଳ ରୂପ ନେଇପାରେ। ସମ୍ପ୍ରତି ଅଟା କିଲୋଗ୍ରାମ ପ୍ରତି ଦର ୪୦ ଟଙ୍କା ଥିବା ବେଳେ ମୋବାଇଲ ରିଟେଲ କାଉଣ୍ଟରରେ ମାତ୍ର ୨୭.୫୦ ଟଙ୍କାରେ ମିଳିପାରୁଛି। ସେହିପରି ଚାଉଳ, ଡାଲି ଦର ମଧ୍ୟ କମ୍‌। ତେଣୁ ଲୋକେ ଶସ୍ତାରେ ଏହା ପାଇବା ପାଇଁ ଭିଡ ଜମାଉଛନ୍ତି। ଆଗକୁ ଯେପରି ଶୃଙ୍ଖଳାର ସହ ଲୋକେ ସାମଗ୍ରୀ କିଣିପାରିବେ ସେଥିପ୍ରତି ପୋଲିସ ଓ ପ୍ରଶାସନ ବିଶେଷ ଦାୟିତ୍ୱବାନ ହେବାକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri