ସରିଲା ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା, ହଜାର ହଜାର ଭକ୍ତଙ୍କ ଗହଣରେ ନିଜସ୍ବ ମନ୍ଦିରରେ ପହଞ୍ଚିଲେ…

ପୁରୁଷୋତ୍ତମପୁର,୯ା୬(ସୀମାଞ୍ଚଳ ମିଶ୍ର): ଶେଷ ହୋଇଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପଞ୍ଚ ଠାକୁରାଣୀ ଯାତ୍ରା। ରବିବାର ବିଳମ୍ବିତ ରାତ୍ରରେ ଭାବ ବିହ୍ବଳହୋଇ ମା’ଙ୍କୁ ବିଦାୟ ଦେଇ ପୁଣି ଦୁଇବର୍ଷ ପରେ ମା’ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ସହରବାସୀ। ବାଦ୍ୟବାଜଣା ଓ ଆତସବାଜିର ବିରାଟ ପଟୁଆର ସହ ହଜାର ହଜାର ଭକ୍ତଙ୍କ ମେଳରେ ମା’ କନକା ଠାକୁରାଣୀ ତାଙ୍କର ପୁଅ କାଳୁଆ, ଝିଅ ତାରାତାରିଣୀ କାଳୀ ଓ ବୋହୂ ଫୁଲସୁନ୍ଦରୀଙ୍କୁ ସଙ୍ଗରେ ଧରି ସାହି ସାହି ବୁଲି ଭକ୍ତଙ୍କୁ ଦର୍ଶନ ଦେଇ ନିଜ ନିଜର ମୁଖ୍ୟ ମନ୍ଦିରକୁ ଫେରିଯାଇଛନ୍ତି। ରାତି ଆଠଟାରେ ବଡବଜାର ଅସ୍ଥାୟୀ ମନ୍ଦିରଠାରୁ ମା’ ପଞ୍ଚଠାକୁରାଣୀଙ୍କ ଘଟ ବାହାରି ନରସିଂହଦାଶ ହାଇସ୍କୁଲ ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ମା’ ବିଜେ କରିବା ପରେ ବାଣଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାକୁ ଦେଖିବା ଲାଗି ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଏହି ବାଣଯାତ୍ରା ପରେ ମା’ଙ୍କୁ ସମଗ୍ର ସହର ପରିକ୍ରମା କରାଯାଇଥିଲା। ଦାଣ୍ଡେ ଦାଣ୍ଡେ ମା’ ପାଞ୍ଚ ଠାକୁରାଣୀ ଭକ୍ତଙ୍କୁ ଦର୍ଶନ ଦେଇ ଭୋରରେ ନିଜ ନିଜର ମୁଖ୍ୟ ମନ୍ଦିରରେ ପହଞ୍ଚିଥିଲେ। ଏହିଯାତ୍ରା ଅବସରରେ ସହରର ବିଭିନ୍ନ ସାହିବସ୍ତିରେ ସୁନ୍ଦର ମେଢ ନିର୍ମାଣ ସହ ରଙ୍ଗିନ ଆଲୋକରେ ସଜ୍ଜା ଯାଇଥିଲା। ନରସିଂହ ଦାଶ ହାଇସ୍କୁଲ ପଡିଆରେ ଅନ୍ତଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ମା’ ପଞ୍ଚ ଠାକୁରାଣୀଙ୍କୁ ଅନ୍ନଯଜ୍ଞ ସ୍ଥଳକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ, ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଯେନା, ସୋରଡ଼ା ବିଧାୟକ ନିଳମଣୀ ବିଷୋଇ,ଏନ୍‌ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ସୀତାରାମ ପାଣିଗ୍ରାହୀ, ଜୟନାରାୟଣ ଦାଶ, ଅନିଲ କୁମାର ପଣ୍ଡା, ନିର୍ମଳ ଚନ୍ଦ୍ର ସାହୁ ଯୋଗ ଦେଇ ମା’ଙ୍କ ଦର୍ଶନକରି ଆଶୀର୍ବାଦ ନେଇଥିଲେ। ଏହା ସାଙ୍ଗକୁ ଅପେରା, ରାମଦୋଳି, ମୀନାବଜାର ସହ ବିଭିନ୍ନ ସାହିରେ ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାର ନାଚ ପରିବେଷଣ ହୋଇଥିଲା। ହନୁମାନବଜାରଠାରେ ସନ୍ଧ୍ୟାରେ ଅନ୍ତଯଜ୍ଞ ଅନୁଷ୍ଠିତ ହୋଇ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହିଯାତ୍ରା ଗତମାସ ୭ ତାରିଖରୁ ଆରମ୍ଭ ହୋଇଥିଲା। ଏହାକୁ ଯାତ୍ରା ଅଧିକାରୀ ରମାକାନ୍ତ ଦାଶ, କପିଳେଶ୍ବର ବଣିକସଂଘର ସଭାପତି ରବୀନ୍ଦ୍ର କୁମାର ପାତ୍ର, ସମ୍ପାଦକ ତ୍ରୀନାଥ ପଣ୍ଡା, ପୂର୍ବତନ ସଭାପତି ଦୁର୍ଗାଚରଣଦାଶ, ମୁନାଦାଶ, ରବୀନ୍ଦ୍ର ପଣ୍ଡାଙ୍କ ସମେତ ବଣିକ ସଂଘର ସମସ୍ତ ସଦସ୍ୟ ପରିଚାଳନାକରିଥିଲେ। ପୁରୁଷୋତ୍ତମପୁର ଏସ୍‌ଡିପିଓ ଡଃ ଦୀପକ କୁମାର ମିଶ୍ର, ଆଇଆଇସି ରାଜେଶ କୁମାର ନାୟକଙ୍କ ସମେତ ପୋଲିସ ଫୋର୍ସ ମୁତୟନ ରହି ଆଇନଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri