କିପରି ହୋଇଥାଏ ବ୍ରେନ୍‌ ଷ୍ଟ୍ରୋକ୍‌

କିପରି ସଂଘଟିତ ହୁଏ ବ୍ରେନ୍‌ ଷ୍ଟ୍ରୋକ୍‌- ଏ ବିଷୟରେ ଆମେ ନିଶ୍ଚୟ କିଛି ଜାଣିବା ନିହାତି ଦରକାର। ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ଧମନୀ ଅଭ୍ୟନ୍ତରରେ ରକ୍ତ ଜମାଟ ବାନ୍ଧିଲେ ସ୍ନାୟୁକୋଷ ନିକଟକୁ ରକ୍ତ ସଂଚାଳନ ହୋଇପାରେ ନାହିଁ। ଏହାଦ୍ୱାରା ସ୍ନାୟୁକୋଷଗୁଡ଼ିକ ଆଶାନୁରୂପ ଅକ୍ସିଜେନ ପାଇପାରନ୍ତି ନାହିଁ କି ଗ୍ଲୁକୋଜ ତଥା ପୁଷ୍ଟି ପାଇପାରନ୍ତି ନାହିଁ। ଅନ୍ୟପକ୍ଷରେ ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ରକ୍ତନଳୀ ହଠାତ୍‌ ଫାଠିଗଲେ ମଧ୍ୟ ସ୍ନାୟୁକୋଷ ନିକଟକୁ ରକ୍ତ ସଂଚାଳନ ସମ୍ଭବ ହୋଇ ନ ଥାଏ। ଏହାର ପରିଣତିରେ ଆକ୍ରାନ୍ତ ସ୍ନାୟୁକୋଷଗୁଡ଼ିକର ମୃତ୍ୟୁ ଘଟି ସେମାନେ ଅକାମୀ ହୋଇପଡ଼ନ୍ତି। ଏହାର ପ୍ରଧାନ ଲକ୍ଷଣଗୁଡ଼ିକ ସଂକ୍ଷେପରେ ଫାଷ୍ଟ (FAST) ଭାବରେ ଉଲ୍ଲେଖ କରାଯାଏ। ‘F’ ଅର୍ଥ ‘ଫେସିଆଲ ଡଫ୍ରି’। ଏ କ୍ଷେତ୍ରରେ ମୁଖମଣ୍ଡଳର ଗୋଟିଏ ପଟ ବଙ୍କା ହୋଇଯାଏ। ହସିଲେ ଓଠ ବାଙ୍କିଯାଏ। ପାଟିରୁ ଲାଳ ଗଡ଼ିବାକୁ ରୋକି ହୁଏନି। ‘ଏ’ର ଅର୍ଥ ହେଲା ଆର୍ମ ବା ଲେଗ୍‌ (ହାତ-ଗୋଡ଼ର ଦୁର୍ବଳତା)। ହାତ ଉଠେଇ ହୁଏନି କି କିଛି ଧରି ହୁଏନି। ହାତ ଓ ଗୋଡ଼ ଅଶକ୍ତ ବା ଅଚଳ ହୋଇପଡ଼େ। ‘S’ ହେଉଛି ସ୍ପିଚ୍‌ ଡିଫିକଲ୍ଟି। ଷ୍ଟ୍ରୋକ୍‌ ରୋଗୀ ଭଲ ଭାବରେ କଥାବାର୍ତ୍ତା କରିପାରେନା। ପୂରା ବାକ୍ୟଟିଏ ବି ପୂରା ଭାବରେ ଉଚ୍ଚାରଣ କରିପାରେନି। ‘T’ ହେଉଛି ଟାଇମ। ଅର୍ଥାତ୍‌ କାଳବିଳମ୍ବ ନ କରି ରୋଗୀକୁ ହସ୍ପିଟାଲକୁ ନେଇଯିବା ଦରକାର। ତେବେ ଷ୍ଟ୍ରୋକ୍‌ ଲକ୍ଷଣ ପ୍ରକାଶ ପାଇବାର ଚାରି ଘଣ୍ଟାରୁ କମ୍‌ ସମୟ ଭିତରେ ରୋଗୀକୁ ହସ୍ପିଟାଲରେ ପହଞ୍ଚେଇବା ବାଞ୍ଛନୀୟ। ଉଚ୍ଚ ରକ୍ତଚାପ, ଡାଇବେଟିସ୍‌, ହୃଦ୍‌ରୋଗ, ପୃଥୁଳତା ବା ଓବେସିଟି ସମସ୍ୟା ଥିଲେ, ନିଶାଦ୍ରବ୍ୟ ସେବନ, ଆଳସ୍ୟ ଜୀବନଶୈଳୀ, ରକ୍ତରେ କୋଲେଷ୍ଟରଲ ମାତ୍ରା ବେଶି ରହିଲେ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ ହୋଇପଡ଼ିବା ଆଶଙ୍କା ବେଶି ଥାଏ। ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ୟାୟାମ କରିବା ସହ ଶରୀରର ଓଜନ ନିୟନ୍ତ୍ରଣ କରନ୍ତୁ। ବେଶି ତେଲ, ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ। ନିଶାଦ୍ରବ୍ୟ ସେବନ ବର୍ଜନ କରନ୍ତୁ। ରକ୍ତଚାପ ଏବଂ କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ବସ୍‌ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଶୋ’

ଝାରସୁଗୁଡ଼ା,୧୫ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ୪୯ ନମ୍ବର ଜାତୀୟ ରାଜପଥ ଏବଂ ବିଜୁ ଏକ୍ସପ୍ରେସ୍‌ ଓ୍ବେ ମରଣଯନ୍ତା ପାଲିଟିଛି। ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା...

ପଡ଼ିଆରେ ଚରୁଥିବା ବେଳେ ହେଲା ବଜ୍ରପାତ

ଛତ୍ରପୁର,୧୮।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଚିକଲଖଣ୍ଡି ଗାଁ ନିକଟ ରାସ୍ତାରେ ଛେଳି ଚାଷୀମାନେ ଛେଳି ଚରାଇବା ବେଳେ ବଜ୍ରପାତ ଘଟି ୪୩ ଛେଳିଙ୍କ...

ଛେଳି ଗୋଟରେ ବଜ୍ରପାତ: ଆଉ ତା’ପରେ…

ପଡ଼ିଆବାହାଲ,୧୫।୬(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ନୂଆଁ ବରଙ୍ଗାମାଳ ପଞ୍ଚାୟତ ସାପଲହରା ନିକଟରେ ରବିବାର ସାରେ ବଜ୍ରପାତ ଘଟି ୧୦ ଛେଳିଙ୍କ ମୃତ୍ୟୁ ଘଟିଛି।...

ପିତୃ ଦିବସରେ ଲଜ୍ଜା: ନାବାଳିକା ଝିଅକୁ ବଳାତ୍କାର ଅଭିଯୋଗରେ ବାପା ଗଲେ ଜେଲ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଆଜି ପିତୃ ଦିବସ। ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୧୬ ବର୍ଷୀୟା...

କାର୍‌ରେ ଆସୁଥିବାବେଳେ ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ-ଝିଅ ଆହତ

ବଇଣ୍ଡା,୧୫ା୬(ପରୀକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ହଣ୍ଡପା ବଜାର ନିକଟରେ ରବିବାର ଏକ ଇନୋଭା କାର୍‌ ପଛରେ ଏକ କାର୍‌...

ଜୁନ ୨୭ରେ ରିଲିଜ୍‌ ହେବ ‘କନ୍ନାପା’: ମହାଦେବଙ୍କ ଭୂମିକାରେ ଅକ୍ଷୟ

ହାଇଦ୍ରାବାଦ,୧୫।୬: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସାଉଥ୍‌ ସିନେମା ତଥା ମଲ୍ଟିଷ୍ଟାରର୍‌ ମୁଭି ‘କନ୍ନାପା’ ଆସନ୍ତା ଜୁନ ୨୭ରେ ରିଲିଜ୍‌ ହେବାକୁ ଯାଉଛି। ରବିବାର ଏହାର...

ବର୍ଷା ହେବାରୁ ବରଗଛ ମୂଳେ ନେଇଥିଲେ ଆଶ୍ରୟ, ଖୁବ୍‌ ଜୋର୍‌ରେ ବଜ୍ରପାତ ହେବାରୁ…

ପାଇକମାଳ,୧୫ା୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଳକ ଛିନ୍ଦେଇକେଲା ପଞ୍ଚାୟତ ବାରପଲିଆରେ ବ୍ରଜପାତରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ରବିବାର...

୧୩ ଜଣଙ୍କୁ ମିଳିଲା ବର୍ଦ୍ଧିତ ଭତ୍ତା, ରାଜିଆମ୍ମାଙ୍କ ଖୁସି କହିଲେ ନ ସରେ…

ଗଞ୍ଜାମ,୧୫ା୬(ବିଦ୍ୟାଧର ସାହୁ): ମଲାଡ଼ ପଞ୍ଚାୟତର ପ୍ରାୟ ୧୦ଟି ଗ୍ରାମରେ ସରପଞ୍ଚ ମମତା ବେହେରା ରାଜ୍ୟ ସରକାରଙ୍କ ୮୦ ବର୍ଷରୁ ଅଧିକ ୧୩ ଜଣଙ୍କୁ ବର୍ଦ୍ଧିତ ଭତ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri