କିପରି ହୋଇଥାଏ ବ୍ରେନ୍‌ ଷ୍ଟ୍ରୋକ୍‌

କିପରି ସଂଘଟିତ ହୁଏ ବ୍ରେନ୍‌ ଷ୍ଟ୍ରୋକ୍‌- ଏ ବିଷୟରେ ଆମେ ନିଶ୍ଚୟ କିଛି ଜାଣିବା ନିହାତି ଦରକାର। ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ଧମନୀ ଅଭ୍ୟନ୍ତରରେ ରକ୍ତ ଜମାଟ ବାନ୍ଧିଲେ ସ୍ନାୟୁକୋଷ ନିକଟକୁ ରକ୍ତ ସଂଚାଳନ ହୋଇପାରେ ନାହିଁ। ଏହାଦ୍ୱାରା ସ୍ନାୟୁକୋଷଗୁଡ଼ିକ ଆଶାନୁରୂପ ଅକ୍ସିଜେନ ପାଇପାରନ୍ତି ନାହିଁ କି ଗ୍ଲୁକୋଜ ତଥା ପୁଷ୍ଟି ପାଇପାରନ୍ତି ନାହିଁ। ଅନ୍ୟପକ୍ଷରେ ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ରକ୍ତନଳୀ ହଠାତ୍‌ ଫାଠିଗଲେ ମଧ୍ୟ ସ୍ନାୟୁକୋଷ ନିକଟକୁ ରକ୍ତ ସଂଚାଳନ ସମ୍ଭବ ହୋଇ ନ ଥାଏ। ଏହାର ପରିଣତିରେ ଆକ୍ରାନ୍ତ ସ୍ନାୟୁକୋଷଗୁଡ଼ିକର ମୃତ୍ୟୁ ଘଟି ସେମାନେ ଅକାମୀ ହୋଇପଡ଼ନ୍ତି। ଏହାର ପ୍ରଧାନ ଲକ୍ଷଣଗୁଡ଼ିକ ସଂକ୍ଷେପରେ ଫାଷ୍ଟ (FAST) ଭାବରେ ଉଲ୍ଲେଖ କରାଯାଏ। ‘F’ ଅର୍ଥ ‘ଫେସିଆଲ ଡଫ୍ରି’। ଏ କ୍ଷେତ୍ରରେ ମୁଖମଣ୍ଡଳର ଗୋଟିଏ ପଟ ବଙ୍କା ହୋଇଯାଏ। ହସିଲେ ଓଠ ବାଙ୍କିଯାଏ। ପାଟିରୁ ଲାଳ ଗଡ଼ିବାକୁ ରୋକି ହୁଏନି। ‘ଏ’ର ଅର୍ଥ ହେଲା ଆର୍ମ ବା ଲେଗ୍‌ (ହାତ-ଗୋଡ଼ର ଦୁର୍ବଳତା)। ହାତ ଉଠେଇ ହୁଏନି କି କିଛି ଧରି ହୁଏନି। ହାତ ଓ ଗୋଡ଼ ଅଶକ୍ତ ବା ଅଚଳ ହୋଇପଡ଼େ। ‘S’ ହେଉଛି ସ୍ପିଚ୍‌ ଡିଫିକଲ୍ଟି। ଷ୍ଟ୍ରୋକ୍‌ ରୋଗୀ ଭଲ ଭାବରେ କଥାବାର୍ତ୍ତା କରିପାରେନା। ପୂରା ବାକ୍ୟଟିଏ ବି ପୂରା ଭାବରେ ଉଚ୍ଚାରଣ କରିପାରେନି। ‘T’ ହେଉଛି ଟାଇମ। ଅର୍ଥାତ୍‌ କାଳବିଳମ୍ବ ନ କରି ରୋଗୀକୁ ହସ୍ପିଟାଲକୁ ନେଇଯିବା ଦରକାର। ତେବେ ଷ୍ଟ୍ରୋକ୍‌ ଲକ୍ଷଣ ପ୍ରକାଶ ପାଇବାର ଚାରି ଘଣ୍ଟାରୁ କମ୍‌ ସମୟ ଭିତରେ ରୋଗୀକୁ ହସ୍ପିଟାଲରେ ପହଞ୍ଚେଇବା ବାଞ୍ଛନୀୟ। ଉଚ୍ଚ ରକ୍ତଚାପ, ଡାଇବେଟିସ୍‌, ହୃଦ୍‌ରୋଗ, ପୃଥୁଳତା ବା ଓବେସିଟି ସମସ୍ୟା ଥିଲେ, ନିଶାଦ୍ରବ୍ୟ ସେବନ, ଆଳସ୍ୟ ଜୀବନଶୈଳୀ, ରକ୍ତରେ କୋଲେଷ୍ଟରଲ ମାତ୍ରା ବେଶି ରହିଲେ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ ହୋଇପଡ଼ିବା ଆଶଙ୍କା ବେଶି ଥାଏ। ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ୟାୟାମ କରିବା ସହ ଶରୀରର ଓଜନ ନିୟନ୍ତ୍ରଣ କରନ୍ତୁ। ବେଶି ତେଲ, ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ। ନିଶାଦ୍ରବ୍ୟ ସେବନ ବର୍ଜନ କରନ୍ତୁ। ରକ୍ତଚାପ ଏବଂ କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri