ପୁରୁଷୋତ୍ତମପୁର ସମବାୟ ସମିତିଲିଃ ପରିବାର ସଦସ୍ଯଙ୍କ ନାମରେ ସମ୍ପାଦକ ରୁଣ ନେବା ଘଟଣା, ଡିଆରସିସିଙ୍କ ତଦନ୍ତ

ପୁରୁଷୋତ୍ତମପୁର,୧୩।୮(ସବିତା ମିଶ୍ର): ରୁଣଭାର ଯୋଗୁ ଚାଷୀ ଆତ୍ମହତ୍ଯା ଭଳି ଘଟଣା ରାଜ୍ଯକୁ ଦୋହଲାଇ ଦେଉଥିବା ସହ ସରକାରଙ୍କୁ ଚିନ୍ତାରେ ପକାଉଛି । ଏହାକୁ ନେଇ ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶଲାଗି ଯୋଜନା ପରେ ଯୋଜନା କରିବାସହ ଫସଲ ପାଇଁ ବିଭିନ୍ନ ରୁଣମାନ ପ୍ରଦାନ କରୁଛନ୍ତି । ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିରେ ଥିବା ସମବାୟ ସମିତିରେ ଚାଷୀମାରଣ ନିତି ଚାଲିଥିବା ନେଇ ଅଭିଯୋଗ ହୋଇଛି । ଏଠାରେ କାର୍ଯ୍ଯରତ ସମ୍ପାଦକ ଜି.ଲୋକନାଥ ଆଚାରୀ ନିଜ ମନଇଛା ଭାବେ କାର୍ଯକରି ଚାଷୀଙ୍କୁ ହଇରାଣ କରିବା ସହ ଚାଷୀଙ୍କୁ ଗୁରୁତ୍ବ ଦେଇ ରୁଣ ପ୍ରଦାନ କରିବା ବଦଳରେ ସେ ଚଞ୍ଚକତାକରି ନିଜ ମା,ଭାଇ,ଭଉଣୀ ଓ ପତ୍ନୀଙ୍କ ନାମରେ ଲକ୍ଷଲକ୍ଷ ଟଙ୍କାର ରୁଣ ହାତେଇ ନେଇଥିବାର ଅଭିଯୋଗ ହୋଇଛି ।

ଏନେଇ ଗଣମାଧ୍ଯମରେ ଖବର ପ୍ରକାଶ ପାଇବାପରେ ପ୍ରଶାସନର ତତ୍ପରତା ଦେଖାଯାଇଛି । ଜିଲା ସମବାୟସଂସ୍ଥାର ଡେପୁଟି ରେଜିଷ୍ଟର (ଡିଆରସିସି) ଜୋଗମାୟା ସାବତ ମଙ୍ଗଳବାର ସଂଧ୍ଯ୍ଯାରେ ଆସି ରେକର୍ଡପତ୍ର ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ହେଲେ ଏହି ତଦନ୍ତରେ କଣ ତଥ୍ଯ ପ୍ରମାଣ ହସ୍ତଗତ ହୋଇଛି ଓ ସମ୍ପାଦକଙ୍କ ବିରୁଦ୍ଧରେ କିଭଳି କାର୍ଯାନୁଷ୍ଠାନ ନେଉଛନ୍ତି ତାହାକୁ ଚାଷୀମାନେ ଚାହିଁ ବସିଛନ୍ତି ।

ସୂଚନାଯୋଗ୍ଯଯେ, ୨୦୨୪ ମସିହାରୁ ସମ୍ପାଦକ କେସିସି ଯୋଜନାରେ ତାଙ୍କ ମା ଜି.ଇଶ୍ବରୀ ଆଚାରୀଙ୍କ ନାମରେ ଏକଲକ୍ଷ ଟଙ୍କା, ଭଉଣୀ ଜି. ଲକ୍ଷ୍ମୀ ଆଚାରୀଙ୍କ ନାମରେ ଏକ ଲକ୍ଷ ଟଙ୍କା, ଭାଇ ଲିଙ୍ଗରାଜଙ୍କ ନାମରେ ୧ ଲକ୍ଷ ୨୫ ହଜାର ଟଙ୍କାର କୃଷି ରୁଣ ନେଇଥିବା ବେଳେ ଜେଏଲସି ଯୋଜନାରେ ପତ୍ନୀ ରୁବିଙ୍କ ନାମରେ ଗ୍ରୁପ ରୁଣ ୬୦ ହଜାର ଟଙ୍କା ନେଇଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କର ପରିବାରଙ୍କ ନାମରେ କେତେ ଏକର ଜମି ଅଛି , ତାହା କାହା ନାମରେ ରହିଛି ଓ ସେମାନେ ରୁଣନେଇ କେଉଁ ଜମିରେ କି ପ୍ରକାରର ଚାଷକରିଛନ୍ତି ବୋଲି ପ୍ରଶ୍ନକରି କରିଛନ୍ତି । ଏନେଇ ତଦନ୍ତ ଦାବି କରିବା ସହିତ ଚଞ୍ଚକତାକରି ମିଥ୍ଯାବିଲ୍ ପ୍ରକାରେ ବହୁ ସରକାରୀଟଙ୍କାକୁ ଆତ୍ମସାତ କରିଥିବା ନେଇ ମଧ୍ଯ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଏହି ଅଭିଯୋଗପରେ କାର୍ଯ୍ଯାନୁଷ୍ଠାନ ଭୟରେ ସମ୍ପାଦକ ତରବରିଆ ଭାବରେ ସୋମବାର ରୁଣ ପରିଷୋଧ କରିଥିବାର ବିସିସି ବ୍ଯାଙ୍କ ସମବାୟସମିତି ପକ୍ଷରୁ ଜଣାପଡିଛି ।

 

Dharitri – Odisha’s No.1 Odia Daily

Share