୩ ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ

ପୁରୀ ଅଫିସ, ୧୩ା୫: ମହାପ୍ରଭୁଙ୍କ ଭଉଁରି ଯାତ୍ରା ଅବସରରେ ଶୁକ୍ରବାର ଶ୍ରୀକ୍ଷେତ୍ରରେ ତିନି ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିରରୁ ତିନିଜଣ ପୂଜାପଣ୍ଡା ସାମନ୍ତ ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରାଇବା ପରେ ତିନି ରଥର ଦୁଇଟି ଲେଖାଏ ଚକ ସହ ଗୋଟିଏ ଲେଖାଏ ଅଖ ଡେରାଯାଇଥିଲା। ଏହି ନୀତି ସମ୍ପନ୍ନ ହେବା ସହ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଛି।
ଶ୍ରୀମନ୍ଦିର ସ୍ବତ୍ତ୍ୱଲିପି ଏବଂ ରଥ ସଂହିତା ଅନୁଯାୟୀ, ଭଉଁରୀ ଯାତ୍ରା ଦିନ ତିନି ରଥର ଚକ-ଅଖ ଡେରା କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ। ଏହି କ୍ରମରେ ଶୁକ୍ରବାର ଭୋରରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ହୋଇ ଭିତର ଶୋଧ ଓ ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢି ସକାଳ ଧୂପ ଶେଷହୋଇ ପାଣି ପଡ଼ିଥିଲା। ତିନିଜଣ ପାଳିଆ ପୂଜାପଣ୍ଡା ସାମନ୍ତ ରତ୍ନସିଂହାସନ ଉପରକୁ ଯାଇ ତିନିବାଡ଼ରୁ ତିନୋଟି ଆଜ୍ଞାମାଳ ଆଣିଥିଲେ। ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ଘଣ୍ଟ, ଛତା, କାହାଳୀ ପଟୁଆରରେ ରଥଖଳା ଅଭିମୁଖେ ଯାତ୍ରା କରିଥିଲେ। ପ୍ରଥମେ ତିନିବାଡ଼ର ପୂଜାପଣ୍ଡା ସାମନ୍ତ ଶ୍ରୀନଅରକୁ ଯାଇଥିଲେ। ପୂର୍ବରୁ ରଥଖଳା ନିକଟରୁ ୬ଟି ଚକକୁ ଭୋଇ ସେବକମାନେ ଆଣି ତିନିରଥର ଗୋଟିଏ ଲେଖାଏ ଅଖ ନିକଟରେ ରଖିଥିଲେ। ପାଣିଆ ଆପଟ ସେବକମାନେ ଚକ ଓ ଅଖଗୁଡ଼ିକୁ ଧୋଇଥିଲେ। କମାର ସେବକମାନେ ଚକ ପନ୍ଦାରୀଗୁଡ଼ିକରେ ଯୋଖିଆ କଣ୍ଟା ବାଡ଼େଇଥିଲେ। ରଥଖଳାରେ ଆଜ୍ଞାମାଳ ପହଞ୍ଚତ୍ବା ପରେ ଭୋଇସେବକମାନେ ଚକରେ ଅଖ ସଂଯୋଗ କରିଥିଲେ। ପରମ୍ପରା ଅନୁଯାୟୀ, ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଚକ-ଅଖ ସଯୋଂଗ କରାଯାଇଥିଲା। ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଶେଷରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥର ଚକ- ଅଖ ସଂଯୋଗ କରାଯାଇଥିଲା। ଭୋଇସେବକମାନେ ପ୍ରଥମ ହରିବୋଲ ପକାଇଥିଲେ। ପରେ ରାଜନଅରଠାରେ ଆଜ୍ଞାମାଳ ଧରିଥିବା ପୂଜାପଣ୍ଡା ସାମନ୍ତ ଘଣ୍ଟ, ଛତା, କାହାଳୀ ସହ ଚକଡେରା ସ୍ଥାନକୁ ଆସିଥିଲେ। ସେ ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଏବଂ ଶେଷରେ ଦେବଦଳନ ରଥରେ ସଂଯୋଗ ହୋଇଥିବା ଚକ ଓ ଅଖରେ ଆଜ୍ଞାମାଳ ପ୍ରଦାନ କରିଥିଲେ। ପରେ ସେ ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ କରିଥିଲେ। ଏହି ନୀତି ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଉନ୍ନୟନ ପ୍ରଶାସକ ଅଜୟ ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଜିଲା ଆରକ୍ଷୀ ଅଧୀକ୍ଷକ କନଓ୍ବର ବିଶାଲ ସିଂହଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ସେବାୟତମାନେ ଉପସ୍ଥିତ ଥିଲେ। ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବା ନେଇ ସମସ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ମହାପ୍ରଭୁଙ୍କ କରୁଣାରୁ ଚକ-ଅଖ ଡେରା ନୀତି ଭଲରେ ସରିଥିବାବେଳେ ରଥଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବେ ଓ ନିର୍ବିଘ୍ନରେ ଶେଷ ହେବ ବୋଲି ସେବାୟତ ଏବଂ ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri