ପୁରୀ ହାଜତ ମୃତ୍ୟୁ ମାମଲା: ସତ୍ୟ ପାଠ ଦାଖଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୧।୧(ବ୍ୟୁରୋ): ପୁରୀ ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି। ସରକାର ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ଅସ୍ବୀକାର କରିଛନ୍ତି। ଏହା ସହ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରାଯାଇଛି। ତେବେ ଏହି ମାମଲାର ଷ୍ଟାଟସ୍‌ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁୟାରୀ ୨୨କୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ, ଗତ ନଭେମ୍ବର ୧୮ ତାରିଖରେ ପୁରୀ ଜିଲା ବାସେଳି ସାହି ଥାନା ପୋଲିସ ହେପାଜତରେ ଥିବା କେ. ରମେଶ ନାମକ ଯୁବକଙ୍କ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହା ହାଜତ ମୃତ୍ୟୁ ବୋଲି ଅଭିଯୋଗ ଆଣି ପୁରୀ ହସ୍ପିଟାଲ ସମ୍ମୁଖରେ ପୋଲିସ- ଜନତା ମୁହାଁମୁହିଁ ହୋଇଥିଲେ।